rathyatra 2024 : ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ବାହୁଡା ଯାତ୍ରା। ଜନ୍ମ ବେଦୀରେ ନବଦିନାତ୍ମକ ଲୀଳା ସମାପନ ପରେ ଭାଇ ଭଉଣୀଙ୍କୁ ସାଥିରେ ଧରି ମହା ପ୍ରଭୁ ବଡ଼ ଠାକୁର ଶ୍ରୀମନ୍ଦିରକୁ ବାହୁଡିବେ। ହେରାପଞ୍ଚମୀ ତିଥିରେ ମା' ମହାଲକ୍ଷ୍ମୀଙ୍କୁ କଥା ଦେଇଥିବା କାଳିଆ ଠାକୁର ଆଜି ଫେରୁଛନ୍ତି ଶ୍ରୀମନ୍ଦିର l ଏ ପଟେ ଶ୍ରୀଜୀୟୁମାନଙ୍କୁ ସ୍ୱାଗତ କରିବା ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରସ୍ତୁତ । ନ ଦିନ ଧରି ଖାଲି ପଡିଥିବା ଶ୍ରୀମନ୍ଦିର ପୁଣି ହୋଇ ଉଠିବା ଚଳଚଂଚଳ l 


COMMERCIAL BREAK
SCROLL TO CONTINUE READING

ଶ୍ରୀବିଗ୍ରହମାନଙ୍କର ଫେରନ୍ତା ରଥଯାତ୍ରାକୁ ବାହୁଡା଼ ବା ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ। ଏହି ପୂଣ୍ୟ ତିଥିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସହ ଅନ୍ୟାନ୍ୟ ଦେବାଦେବୀ ମାନେ ମଧ୍ୟ ରଥାଋଢ଼ ହୋଇ ନୀଳକନ୍ଦରକୁ ଫେରିଥାନ୍ତି। ରଥଯାତ୍ରାର ମୋଟ ୩ଟି ପର୍ଯ୍ୟାୟରୁ ବାହୁଡା ଯାତ୍ରା ହେଉଛି ଶେଷ ପର୍ଯ୍ୟାୟ। ରଥଯାତ୍ରା ଓ ଆଡପ ଦର୍ଶନ ଦେବା ପରେ ଶେଷ ପର୍ଯ୍ୟାୟ ବାହୁଡା ଯାତ୍ରାରେ ଶ୍ରୀଜିଉ ମାନେ ଫେରିଆସନ୍ତି ଶ୍ରୀଧାମକୁ। ରଥଯାତ୍ରା ସମୟରେ ମହାପ୍ରଭୁ ଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଉତ୍ତାରାଭୀମୁଖି ହୋଇ ଯାଉଥିବା ବେଳେ ଦର୍ଶନ କଲେ କୋଟି ପୂଣ୍ୟ ଲାଭ ହୋଇଥାଏ। 


ଠିକ୍ ସେହିଭଳି ଦକ୍ଷିଣାଭିମୁଖୀ ବାହୁଡା ଯାତ୍ରା ସମୟରେ ଶ୍ରୀଜିଉଙ୍କ ଦର୍ଶନରେ ମଧ୍ୟ ସମାନ ପୁଣ୍ୟ ମିଳିଥାଏ ବୋଲି ପୌରାଣିକ ମତ। ଏପରିକି ଭକ୍ତମାନେ ଏହି ଦୁର୍ଲଭ ଦର୍ଶନରେ ଅଶ୍ୱମେଧ ଯଜ୍ଞର ଫଳ ଲାଭ କରି ଅନ୍ତକାଳରେ ବୈକୁଣ୍ଠ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି।...


ଦିନକ ପୂର୍ବରୁ ଆଡପ ଦର୍ଶନ ବନ୍ଦ ହୋଇଥିବା ବେଳେ ଆରମ୍ଭ ହୁଏ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାହୁଡା ପ୍ରସ୍ତୁତି। ବାହୁଡା ଦିନ ସକାଳେ ପ୍ରଥମେ ଶ୍ରୀଜିଉ ମାନଙ୍କ ମଙ୍ଗଳ ଆଳତି, ଅବକାଶ ଇତ୍ୟାଦି ନିତି ଶେଷ ହେବା ପରେ ସେବାୟତ ମାନେ ଶ୍ରୀଅଙ୍ଗରେ ସେନାପଟା ଲାଗି କରିଥାନ୍ତି। ତତ୍ ସହିତ ଶ୍ରୀଗୁଣ୍ଡିଚା ପରି ତିନି ଠାକୁରଙ୍କ ବାଡରେ ସେବକ ମାନଙ୍କ ଦ୍ବାରା ମଙ୍ଗଳାର୍ପଣ ହୋଇଥାଏ। ପରେ ମୁଦିରସ୍ତ ଡୋର, ପୁଷ୍ପାଞ୍ଜଳି ଲାଗି ସହିତ ଚାରି ମୂର୍ତ୍ତି ରଥକୁ ଧାଡି ପହଣ୍ଡିରେ ବାହାରି ଆସିଥାନ୍ତି।


ଶ୍ରୀବିଗ୍ରହମାନେ ଜଗମୋହନ ଦୁଆର ପାଖେ ପହଞ୍ଚିବା ପରେ ରାଘବ ଦାସ ମଠ ପକ୍ଷରୁ ଆସିଥିବା ଟାହିୟାକୁ ଶ୍ରୀମସ୍ତକରେ ଲାଗି କରାଯାଏ। ଏଥି ସହିତ, ପ୍ରସାଦ ଲାଗି, ବନ୍ଦାପନା, କର୍ପୂର ଆଳତି, ସାତବତୀ , ସଞ୍ଜ କାହାଳି ନିତି ସମ୍ପାଦନ ହୋଇଥାଏ। ଠାକୁରମାନେ ଧାଡ଼ି ପହଣ୍ଡିରେ ସ୍ୱ ସ୍ୱ ରଥକୁ ବିଜେ କରିଥାନ୍ତି। ସମସ୍ତ ବିଗ୍ରହ ପହଣ୍ଡି ବିଜେ ହୋଇ ରଥାରୂଢ଼ ହେବାପରେ ରଥରେ ଚାରମାଳ ଯୋଚା ଯାଇଥାଏ।...


ଏହା ପରେ ପୁରୀ ଗଜପତି ଶୋଭାଯାତ୍ରାରେ ତାମଯାନରେ ବସି ରଥ ନିକଟକୁ ଆସିବା ସହିତ ତିନି ରଥରେ ଛେରା ପହଁରା କରିଥାନ୍ତି। ଛେରା ପହଁରା ନୀତି ସରିବା ପରେ ସେବକମାନେ ରଥରୁ ଚାରମାଳ ଖୋଲିବା ସହ  ରଥରେ ଘୋଡା଼ ବାନ୍ଧିଥାନ୍ତି।  ମହାରଣା ଓ ଭୋଇ ସେବକମନେ ତିନି ରଥରେ ଅରଥ ଦଉଡି ଲଗାଇବା ପରେ ରଥ ନିର୍ଦ୍ଦେଶକ ଦଳଙ୍କ ପରାମର୍ଶରେ ରଥଟଣା ଆରମ୍ଭ ହୋଇଥାଏ ଏବଂ ଶ୍ରୀଜିଉ ମାନେ ଶ୍ରୀମନ୍ଦିର ବାହୁଡି ଆସିଥାନ୍ତି।ଦୀର୍ଘ ନଅ ଦିନ ଧରି ନିରବି ଯାଇଥିବା ଶ୍ରୀ ମନ୍ଦିର ହୋଇଉଠେ ଚଳଚଞ୍ଚଳ।