Vastu Tips: ଆମ ଦୈନନ୍ଦିନ ଜୀବନ ସହ ଜଡିତ ଥାଏ ବାସ୍ତୁଦୋଷ। ଖାସ୍ କରି ଘର ତିଆରି ସମୟରେ ବାସ୍ତୁଦୋଷ ବିଷୟରେ ଅଧିକ ଅନୁଧ୍ୟାନ କରାଯାଏ। ଘର ଭିତର ଓ ବାହାରକୁ ସୁନ୍ଦର ରଖିବା ପାଇଁ ଲୋକମାନେ ବହୁତ ଟଙ୍କା ଖର୍ଚ୍ଚ କରନ୍ତି । ହେଲେ କେବେ କେବେ ବାସ୍ତୁ ବିଷୟରେ ନଜାଣି ଲୋକମାନେ ଯେତେବେଳେ ସମସ୍ୟାର ସମ୍ମୁଖୀନ ହୁଅନ୍ତି ସେତେବେଳେ ଏ ବିଷୟରେ ଅନୁଧ୍ୟାନ କରିବା ଜରୁରୀ ହୋଇପଡ଼େ। ଘର ସାଜସଜ୍ଜା ପାଇଁ ଲୋକମାନେ ସମସ୍ତ ପ୍ରକାରର ଲକଜରିଆସ ସାମଗ୍ରୀ କିଣନ୍ତି, କାନ୍ଥରେ ସ୍ୱତନ୍ତ୍ର ଚିତ୍ର ମଧ୍ୟ ଆଙ୍କନ୍ତି । ଯେଉଁଥିପାଇଁ ଘର ଏକ ନୂଆ ରଙ୍ଗ ଏବଂ ଡିଫରେଣ୍ଟ ଲୁକ୍ ପାଇଥାଏ । କିନ୍ତୁ ଅନେକ ସମୟରେ ଲୋକମାନେ ଘର ସଜାଇବା ଏବଂ ରଙ୍ଗ କରିବା ସମୟରେ ବାସ୍ତୁ ନିୟମକୁ ଅଣଦେଖା କରନ୍ତି । ଯେଉଁଥିପାଇଁ ସେମାନଙ୍କୁ ପରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। 


COMMERCIAL BREAK
SCROLL TO CONTINUE READING

ଘର ନିର୍ମାଣ କରିବା ସମୟରେ ଆମ ମଧ୍ୟରୁ ଅଧିକାଂଶ ଲୋକ ବାସ୍ତୁ ନିୟମକୁ ପାଳନ କରନ୍ତି, କିନ୍ତୁ ଯେତେବେଳେ ଘର ରଙ୍ଗ କରିବା କଥା ଦେଖିବା ସେତେବେଳେ ବହୁତ ଲୋକ ବାସ୍ତୁ ନିୟମକୁ ଅଣଦେଖା କରନ୍ତି। ଘର ରଙ୍ଗ କରିବା ସମୟରେ ବାସ୍ତୁ ନିୟମକୁ (Vastu Tips For Home) ଧ୍ୟାନରେ ରଖିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ଏହି ନିୟମଗୁଡ଼ିକ ବିଷୟରେ। ଘରର ଦକ୍ଷିଣ-ପୂର୍ବ ଦିଗରେ ହଳଦିଆ ରଙ୍ଗ ଆଙ୍କିବା ଏହି ଦିଗକୁ ବିଶେଷ ଲାଭ ଦିଏ ନାହିଁ ।ବରଂ, ଏହି ଦିଗରେ ହଳଦିଆ ରଙ୍ଗ ପ୍ରୟୋଗ କରିବା ଏହି ରଙ୍ଗ ସହିତ ଜଡିତ ଦିଗଗୁଡିକର ଉପାଦାନଗୁଡ଼ିକୁ କ୍ଷତି ପହଞ୍ଚାଇଥାଏ।


Also Read: Soul Mate Mystery: କାହିଁକି ପିନ୍ଧନ୍ତିନି ମୃତ ଲୋକଙ୍କ ପୋଷାକ, ଜାଣନ୍ତୁ ପୌରାଣିକ ସହ ବୈଜ୍ଞାନିକ କାରଣ


ବାସ୍ତୁ ଶାସ୍ତ୍ର ଅନୁସାରେ, ହଳଦିଆ ରଙ୍ଗ (Yellow Colour) ଥିବା ସାମଗ୍ରୀ ଦକ୍ଷିଣ-ପୂର୍ବ ଦିଗରେ ଘରର ମଧ୍ୟ ଓ ଐଶନ୍ୟ କୋଣରେ ରଖିବା ହାନି ହୋଇଥାଏ । ସେହିପରି ଏହି ଦିଗ ଜଡିତ ଥିବା ତତ୍ୱକୁ ଅଗ୍ନି କୋଣରେ ହଳଦିଆ ରଙ୍ଗ କରିବା ଦ୍ୱାରା ଘର ପ୍ରତି ହାନି ହୋଇଥାଏ। ଏହାଦ୍ୱାରା ମାଙ୍କୁ ହାନି, ଗ୍ରହ ସ୍ୱାମୀ ର ଶରୀରରେ ମିନେରାଲ୍ସ  ଭିଟାମିନ୍ସର ଡେଫିସିଏନ୍ସି, ଗ୍ରହ ସ୍ୱାମୀଙ୍କ ପେଟ ରୋଗ, ହାତରେ ଯନ୍ତ୍ରଣା, ଘରର ସାନ ପୁଅଙ୍କୁ ସମସ୍ୟା, ଜୀବନର ସବୁ ସମୟରେ ଅବରୋଧ ଆସୁଥିବା ସମସ୍ୟାକୁ ସାମ୍ନା କରିବାକୁ ପଡ଼ିଥାଏ।  


Also Read: Tuesday Remedies: ବର୍ଷିବ ସଙ୍କଟ ମୋଚନଙ୍କ କୃପା, ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ କରନ୍ତୁ ଏହି ସବୁ କାମ


ଘରର କେଉଁ କାନ୍ଥରେ କେଉଁ ରଙ୍ଗ-: (Wall Painting)


ଉତ୍ତର-ପୂର୍ବ ପାଇଁ ହାଲୁକା ନୀଳ ରଙ୍ଗ
ପୂର୍ବ ଦିଗ ପାଇଁ ଧଳା କିମ୍ବା ହାଲୁକା ନୀଳ ରଙ୍ଗ 
ଦକ୍ଷିଣ-ପୂର୍ବ ଦିଗ ପାଇଁ କମଳା, ଗୋଲାପୀ କିମ୍ବା ରୂପା ରଙ୍ଗ
ଉତ୍ତର ଦିଗ ପାଇଁ ସବୁଜ ରଙ୍ଗ
ଉତ୍ତର-ପଶ୍ଚିମ ଦିଗ ପାଇଁ ଧଳା, ହାଲୁକା ଧୂସର ଏବଂ କ୍ରିମ୍ ରଙ୍ଗ 
ଦକ୍ଷିଣ ଦିଗ ପାଇଁ ଲାଲ ଏବଂ ହଳଦିଆ ରଙ୍ଗ 
ପଶ୍ଚିମ ଦିଗ ପାଇଁ ନୀଳ ଏବଂ ଧଳା ରଙ୍ଗ ସର୍ବୋତ୍ତମ


(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ଜ୍ୟୋତିଷଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ)