Soul Mate Mystery: କାହିଁକି ପିନ୍ଧନ୍ତିନି ମୃତ ଲୋକଙ୍କ ପୋଷାକ, ଜାଣନ୍ତୁ ପୌରାଣିକ ସହ ବୈଜ୍ଞାନିକ କାରଣ
Advertisement
Article Detail0/zeeodisha/odisha1489782

Soul Mate Mystery: କାହିଁକି ପିନ୍ଧନ୍ତିନି ମୃତ ଲୋକଙ୍କ ପୋଷାକ, ଜାଣନ୍ତୁ ପୌରାଣିକ ସହ ବୈଜ୍ଞାନିକ କାରଣ

Soul Mate Mystery News: ମୃତ ବ୍ୟକ୍ତିଙ୍କର ମଧ୍ୟ ସେହି ସମାନ ଲୋଭ ଓ ଆକର୍ଷଣ ତାଙ୍କ ଜିନିଷ ପ୍ରତି ରହିଥାଏ। ଏମିତିରେ ଯଦି କେହି ସେହି ମୃତବ୍ୟକ୍ତିଙ୍କ ପୋଷାକକୁ ବ୍ୟବହାର କରନ୍ତି ତେବେ ସେହି ଆତ୍ମା ତାଙ୍କ ପ୍ରତି ଅଧିକ ଆକୃଷ୍ଟ ହୁଅନ୍ତି। ତେବେ ଗରୁ଼ଡ ପୁରାଣ ହିସାବରେ ମୃତ ବ୍ୟକ୍ତିଙ୍କ ମୌକ୍ଷ ପାଇଁ ତାଙ୍କର ପୋଷାକକୁ ଦାନ କରିଦେବା ଉଚିତ୍ । 

Soul Mate Mystery: କାହିଁକି ପିନ୍ଧନ୍ତିନି ମୃତ ଲୋକଙ୍କ ପୋଷାକ, ଜାଣନ୍ତୁ ପୌରାଣିକ ସହ ବୈଜ୍ଞାନିକ କାରଣ

Soul Mate Mystery: କାହାର ମୃତ୍ୟୁ ପରେ ବହୁବାର ଏମିତି ହୋଇଥାଏ ସେହି ଲୋକମାନେ ନିଜ ପରିଜନଙ୍କ କିଛି ଏମିତି ଜିନିଷ ନିଜ ପାଖରେ ସାଇତି ରଖନ୍ତି କେବଳ ତାଙ୍କ ସ୍ମୃତିକୁ ତାଜା କରି ରଖିବା ପାଇଁ। 
ମାତ୍ର ଏହା କରିବା ଖରାପ ବୋଲି ବିବେଚନା କରାଯାଏ । କୁହାଯାଏ ଯେ, ଜଣେ ବ୍ୟକ୍ତିଙ୍କ ଦେହାନ୍ତ ପରେ ତାଙ୍କର ସମସ୍ତ ଜିନିଷକୁ ଦାନ କରିଦେବା ଉଚିତ୍ । କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ମୃତ ଲୋକଙ୍କ ସମସ୍ତ ଜିନିଷକୁ ଦାନ କରିଦିଅନ୍ତି। ହେଲେ କିଛି ଲୋକ ଅଛନ୍ତି ସେମାନଙ୍କ ସ୍ମୃତିକୁ ତାଜା ରଖିବାକୁ ସେହି ସବୁ ଜିନିଷକୁ ସାଇତି ରଖିଥାନ୍ତି। ମୃତ ବ୍ୟକ୍ତିଙ୍କ ପୋଷାକ ଓ ଅନ୍ୟାନ୍ୟ ଜିନିଷ ରଖିବା ଦ୍ୱାରା କଣ ଲାଭ ଓ କ୍ଷତି ହୋଇଥାଏ ଆସନ୍ତୁ ଜାଣିବା

ମୃତବ୍ୟକ୍ତିଙ୍କ (Dead Person) ପୋଷାକ ଓ ଅନ୍ୟାନ୍ୟ ଜିନିଷ ଦାନ କରିବା ପଛରେ ଧାର୍ମିକ ଓ ବୈଜ୍ଞାନିକ କାରଣ ରହିଛି। ଜ୍ୟୋତିଷଶାସ୍ତ୍ରରେ ବର୍ଣ୍ଣିତ ଗରୁଡ ପୁରାଣରେ (Garuda Purana) ଉଲ୍ଲେଖ ରହିଛି ଯେ, ମୃତ ବ୍ୟକ୍ତିଙ୍କ ପୋଷାକ ଓ ଅନ୍ୟାନ୍ୟ ଜିନିଷ ବ୍ୟବହାର କରିବା ଉଚିତ୍ ନୁହେଁ। ଯେମିତି ଜଣେ ବ୍ୟକ୍ତିଙ୍କ ନିଜ ଜିନିଷ ଉପରେ ଲୋଭ ଓ ଆକର୍ଷଣ ରହିଥାଏ ସେହିପରି ମୃତ ବ୍ୟକ୍ତିଙ୍କର ମଧ୍ୟ ସେହି ସମାନ ଲୋଭ ଓ ଆକର୍ଷଣ ତାଙ୍କ ଜିନିଷ ପ୍ରତି ରହିଥାଏ। ଏମିତିରେ ଯଦି କେହି ସେହି ମୃତବ୍ୟକ୍ତିଙ୍କ ପୋଷାକକୁ ବ୍ୟବହାର କରନ୍ତି ତେବେ ସେହି ଆତ୍ମା ତାଙ୍କ ପ୍ରତି ଅଧିକ ଆକୃଷ୍ଟ ହୁଅନ୍ତି। ତେବେ ଗରୁ଼ଡ ପୁରାଣ ହିସାବରେ ମୃତ ବ୍ୟକ୍ତିଙ୍କ ମୌକ୍ଷ ପାଇଁ ତାଙ୍କର ପୋଷାକକୁ ଦାନ କରିଦେବା ଉଚିତ୍ । 

Also Read: Shaniwar Puja: ଶନିବାର କରନ୍ତୁ ଏହି ସବୁ କାମ, ବର୍ଷିବ ଶନିଦେବଙ୍କ କୃପା, ରହିବନି ଦାରିଦ୍ରତା ହେବ ମାନ ସମ୍ମାନ ବୃଦ୍ଧି !

ଅନ୍ୟପଟେ ବୈଜ୍ଞାନିକ କାରଣ (Scientific Reason) ଅନୁଯାୟୀ ମଧ୍ୟ ମୃତ ବ୍ୟକ୍ତିଙ୍କ ପୋଷାକ ବ୍ୟବହାର କରିବା ଠିକ୍ ନୁହେଁ। ଯଦି ଆମେ ଜଣେ ମୃତ ବ୍ୟକ୍ତିଙ୍କ ପୋଷାକ ପିନ୍ଧୁ, ତେବେ ଆମେ ତାଙ୍କୁ ମନେ ରଖିବୁ, କିନ୍ତୁ ଏପରି କରିବା ଦ୍ୱାରା ଯେ କୌଣସି ବ୍ୟକ୍ତି ହେଉ ନା କାହିଁକି ସେ ମାନସିକ ଓ ଶାରୀରିକ ଭାବେ ଅସୁସ୍ଥ ହୋଇପାରେ । ମୃତ୍ୟୁ ପରେ କାହା ବିଷୟରେ ଅଧିକ ଚିନ୍ତା କରିବା ଏବଂ ତାଙ୍କୁ ମନେ ରଖିବା ଦ୍ୱାରା ଜଣେ ବ୍ୟକ୍ତି ମାନସିକ ସ୍ତରରେ ଅସୁସ୍ଥ ହୋଇପଡ଼ିବାର ଅଧିକ ସମ୍ଭାବନା ଥାଏ।  ତେଣୁ ମୃତ୍ୟୁ ପରେ ସେହି ବ୍ୟକ୍ତିଙ୍କ ପୋଷାକ ବ୍ୟବହାର କରାଯିବା ଉଚିତ ନୁହେଁ । 

Also Read: Shani Remedies: କାରରେ ଭୁଲରେ ବି ରଖନ୍ତୁନି ଏସବୁ ଜିନିଷ, ନଚେତ ଘଟିପାରେ ବଡ ଅଘଟଣ !

ସେଥିପାଇଁ କୁହାଯାଏ ଜଣେ ବ୍ୟକ୍ତିଙ୍କ ମୃତ୍ୟୁପରେ ଧିରେ ଧିରେ ତାଙ୍କର ସମସ୍ତ ଜିନିଷରୁ ନିଜକୁ ଦୂରେଇ ରଖିବା ଉଚିତ୍ । ଏହା କଷ୍ଟ ନିଶ୍ଚିତ ମାତ୍ର ମୃତ୍ୟୁ ପରେ ସେହି ବ୍ୟକ୍ତିଙ୍କ ପୋଷାକ ଦାନ କରିବା ଦ୍ୱାରା ତାଙ୍କ ଆତ୍ମାକୁ ମୋକ୍ଷ ମିଳିଥାଏ । ସେହିପରି ବୈଜ୍ଞାନିକ କାରଣ ଅନୁସାରେ ମୃତ ବ୍ୟକ୍ତିଙ୍କ ପୋଷାକ ବ୍ୟବହାର କରିବା ଉଚିତ୍ ନୁହେଁ।