IND-A vs PAK-A: ଏମର୍ଜିଂ ଏସିଆ କପ୍ ୨୦୨୪ ରେ ଭାରତ-ଏ ଏବଂ ପାକିସ୍ତାନ-ଏ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଅଭିଷେକ ଶର୍ମା ଏବଂ ସୁଫିଆନ୍ ମୁକିମଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ବାସ୍ତବରେ ଅଭିଷେକଙ୍କ ୱିକେଟ୍ ନେବା ପରେ ପଡୋଶୀ ଦେଶ ବୋଲର ମୁକିମ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କୁ ପାଭିଲିୟନ ଆଡକୁ ଯିବାକୁ ସଙ୍କେତ ଦେଇଥିଲେ। ଅଭିଷେକ ମୁକିମଙ୍କ ଏହି ଶୌଳୀକୁ ଆଦୌ ପସନ୍ଦ କରିନଥିଲେ ଏବଂ ସେ କ୍ରୋଧିତ ହୋଇ ଯାଇଥିଲେ। ଏହି ସମୟରେ ଅମ୍ପାୟାର ଆସି ମାମଲାକୁ ଥଣ୍ଡା କରିଥିଲେ ଓ କୌଣସି ପ୍ରକାରେ ଅବିଷେକଙ୍କୁ ପଡ଼ିଆରୁ ପଠାଇଥିଲେ। 


COMMERCIAL BREAK
SCROLL TO CONTINUE READING

ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ଏକ ଚମତ୍କାର ଆରମ୍ଭ କରିଥିଲା। ଅଭିଷେକ ଶର୍ମା ଏବଂ ପ୍ରଭାସୀମ୍ରାନ୍ ମାତ୍ର ୬.୧ ଓଭରରେ ପ୍ରଥମ ୱିକେଟ୍ ପାଇଁ ୬୮ ରନ୍ ଯୋଡିଥିଲେ। ଅବିଷେକ ବିସ୍ଫୋରକ ଶୌଳୀରେ ବ୍ୟାଟିଂ କରି ୨୨ ବଲରେ ୩୫ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ।


ଅଭିଷେକ ଏବଂ ପ୍ରଭାସୀମ୍ରାନ୍ ଟିମ୍ ଇଣ୍ଡିଆ ପାଇଁ ଏକ ବିସ୍ଫୋରକ ଆରମ୍ଭ କରି ପାକିସ୍ତାନୀ ବୋଲରମାନଙ୍କୁ ଜୋରଦାର ପ୍ରହାର କରିଥିଲେ। ପ୍ରଥମ ୬ ଓଭରରେ ଦୁହେଁ ଏକାଠି ଦଳର ସ୍କୋର ବୋର୍ଡରେ ୬୮ ରନ୍ ଯୋଡିଥିଲେ। ଅଭିଷେକ ୨୨ ବଲ ଖେଳି ୩୫ ରନର ଏକ ଦ୍ରୁତ ଇନିଂସ ଖେଳିଥିଲେ। ଏହି ଇନିଂସ ସମୟରେ ଅଭିଷେକ ପାଞ୍ଚଟି ଚୌକା ଓ ୨ଟି ଆକାଶ ଛୁଆଁ ଛକା ମାରିଥିଲେ। ଇନିଂସର ସପ୍ତମ ଓଭରର ପ୍ରଥମ ବଲରେ ଅଭିଷେକ ସୁଫିଆନ୍ ମୁକିମଙ୍କ ବିପକ୍ଷରେ ଏକ ବଡ଼ ସଟ୍ ମାରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ବ୍ୟାଟ୍ ଧାର ବାଜି ଫିଲ୍ଡର ପାଖକୁ ଯାଇଥିଲା ଓ ସେ କ୍ୟାଚ୍ ଆଉଟ୍ ହୋଇଥିଲେ। 



ଅଭିଷେକଙ୍କୁ ଆଉଟ୍ ହେବା ପରେ ମୁକିମ ଉତ୍ସାହରେ ପରିପୂର୍ଣ୍ଣ ହୋଇ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କୁ ପାଭିଲିୟନକୁ ଫେରିବା ପାଇଁ ଆଙ୍ଗିଠି ଦେଖାଇଥିଲେ। ଅଭିଷେକ ମୁକିମଙ୍କ ଏହି ଆକ୍ସନ ଦେଖି ଡ୍ରେସିଂ ରୁମ୍ ଆଡକୁ ଯିବାସମୟରେ ଅଟକି ଯାଇ ତାଙ୍କ ଆଡକୁ ଯିବାକୁ ଲାଗିଥିଲେ। ତେବେ ଅନ୍ୟ ପଟେ ଠିଆ ହୋଇଥିବା ପ୍ରଭାସୀମ୍ରନ୍ ଏବଂ ଅମ୍ପାୟର ବୁଝାସୁଝା କରି ଅଭିଷେକଙ୍କୁ ପଡ଼ିଆରୁ ପଠାଇ ଦେଇଥିଲେ।