Cricket News: ହାତ ନଥିବା କ୍ରିକେଟର, ଯାହାଙ୍କର ବୋଲିଂ ଆଉ ବ୍ୟାଟିଂ ଆପଣଙ୍କ ହୋସ୍ ଉଡ଼ାଇ ଦେବ
Cricketer Amir Hussain: ଏମିତି ଜଣେ ହାତ ନଥିବା କ୍ରିକେଟରଙ୍କ ବିଷୟରେ ଜାଣିବା ଯିଏ କାନ୍ଧରେ ବ୍ୟାଟ୍ ଚାପି କରୁଛନ୍ତି ବ୍ୟାଟିଂ, ଆଉ ପାଦରେ ବୋଲିଂ...
Cricketer Amir Hussain: କୁହାଯାଏ ଯେ ଯାହା ମନରେ ଥରେ ସ୍ଥିର କରିଥାଉ ଲକ୍ଷ୍ୟ ହାସଲ ହେବା ପର୍ଯ୍ୟନ୍ତ ଆଖିକୁ ନିଦ ଆସିନଥାଏ। କାର୍ଯ୍ୟଟି ଯେତେ ଚ୍ୟାଲେଞ୍ଜପୁର୍ଣ୍ଣ ହେଉନା କାହିଁକି, ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଉତ୍ସର୍ଗୀକୃତ ଆବଶ୍ୟକ । ଜାମ୍ମୁ କାଶ୍ମୀରର ବିଜବେହାରାରୁ ଏଭଳି ଏକ ଖବର ଆସିଛି । ବିଜବେହାରର ୱାଘାମା ଗାଁର ୩୪ ବର୍ଷିୟ ଭିନ୍ନକ୍ଷମ କ୍ରିକେଟର ଆମୀର ହୁସେନ୍ ଲୋନଙ୍କ କାହାଣୀ ମଧ୍ୟ ସେହିପରି ହୃଦୟସ୍ପର୍ଶୀ…ANI ରିପୋର୍ଟ ଅନୁଯାୟୀ, ଆମୀର ହୁସେନ୍ ବର୍ତ୍ତମାନ ଜାମ୍ମୁ କାଶ୍ମୀରର ପାରା କ୍ରିକେଟ୍ ଦଳର ଅଧିନାୟକ ଅଛନ୍ତି। ଅମିର ୨୦୧୩ ମସିହାରୁ ବୃତ୍ତିଗତ ଭାବରେ କ୍ରିକେଟ୍ ଖେଳୁଥିଲେ । ଜଣେ ଶିକ୍ଷକ ତାଙ୍କ କ୍ରିକେଟ୍ ପ୍ରତିଭାକୁ ଆବିଷ୍କାର କରି ତାଙ୍କୁ ପାରା କ୍ରିକେଟ୍ ସହିତ ପରିଚିତ କରାଇଥିଲେ । ଆମୀର ନିଜ ଗୋଡ ବ୍ୟବହାର କରି ବୋଲିଂ କରନ୍ତି ଏବଂ କାନ୍ଧ ଏବଂ ବେକ ମଧ୍ୟରେ ବ୍ୟାଟକୁ ଚାପି ବ୍ୟାଟିଂ କରନ୍ତି ।
ଆମିର କୁହନ୍ତି, ସେ ବଲକୁ ମାରିବା ପାଇଁ ନିଜ ବେକ ଓ କାନ୍ଧ ମଧ୍ୟରେ ବ୍ୟାଟ୍ ଚାପି ରଖି ଅଭ୍ୟାସ କରିଥିଲେ। ନିଜ ଡାହାଣ ପାଦର ଦୁଇ ଆଙ୍ଗୁଠି ବ୍ୟବହାର କରି ଭିତର ଓ ବାହାରକୁ ସ୍ଵିଙ୍ଗ୍ ଶିଖିଲେ । ଯେତେବେଳେ ଆମୀରଙ୍କୁ ଆଠ ବର୍ଷ ହୋଇଥିଲା, ସେତେବେଳେ ସେ ନିଜର ଦୁଇ ହାତ ହରାଇ ଥିଲେ । ସେ ତାଙ୍କ ପିତାଙ୍କ ମିଲରେ ଦୁର୍ଘଟଣାର ଶିକାର ହୋଇଥିଲେ। HT ରିପୋର୍ଟ ଅନୁଯାୟୀ, ଆମୀର କହିଛନ୍ତି ଯେ, ଦୁର୍ଘଟଣା ପରେ ଲୋକମାନେ ମୋ ବାପାଙ୍କୁ କହିଥିଲେ ମୁଁ ସେମାନଙ୍କ ଉପରେ ବୋଝ ହେବି। 'ମୁଁ ଭାବିଲି କି ନା ମୁଁ ଏହା ହେବାକୁ ଦେବି ନାହିଁ ଏବଂ ଏହି ସମସ୍ୟାର ମୁକାବିଲା କରିବାକୁ ନିଷ୍ପତ୍ତି ନେଲି । ” ସନ୍ତରଣ ଶିଖିବା ପାଇଁ ଆମୀର ବତକକୁ ଅନୁକରଣ କଲେ ଏଵଂ ତା'ର ପହଁରିବା ଶୈଳୀକୁ ଗ୍ରହଣ କଲେ ।
ଆମିର କୁହନ୍ତି, ୨୦୧୩ ରେ ଆମେ ଦିଲ୍ଲୀରେ କେରଳ କ୍ରିକେଟ୍ ଦଳ ବିପକ୍ଷରେ ଖେଳିଥିଲୁ। ମୁଁ ଅଧିନାୟକ ଥିଲି ଏବଂ ମୁଁ ବହୁତ ନର୍ଭସ ଥିଲି , କାରଣ ମୁଁ ପ୍ରଥମ ଥର ମୋ ରାଜ୍ୟ ବାହାରେ କ୍ରିକେଟ୍ ଖେଳିଥିଲି | ମୁଁ ପ୍ରକୃତରେ ଭଲ ପ୍ରଦର୍ଶନ କରିବାକୁ ଚାହୁଁଥିଲି । ମୁଁ ସାତ ନମ୍ବରରେ ବ୍ୟାଟିଂ କରି ୨୫ ରନ୍ ସ୍କୋର କରିଥିଲି। ମୋ ଉପରେ ବହୁତ ଚାପ ଥିଲା, କିନ୍ତୁ ମୁଁ ଏହାକୁ ଉପଭୋଗ କଲି ଏବଂ ମୁଁ ନଟଆଉଟ୍ ପ୍ୟାଭିଲିୟନକୁ ଫେରିଲି । କେରଳ ଦଳ ମୋ ପାଇଁ ଏତେ ଭଲ ଥିଲେ, ସେମାନେ ମୋତେ କାନ୍ଧରେ ଉଠାଇ ମୋ ପାଇଁ ଜୟକାର କରିବାକୁ ଲାଗିଲେ, ଏପରିକି ନିଜର ଧାର୍ମିକ ମନ୍ତ୍ର ଓ ସ୍ଲୋଗାନ ମଧ୍ୟ ଉଚ୍ଚାରଣ କଲେ। ତା’ପରେ ଦର୍ଶକ ମଧ୍ୟ ସେମାନଙ୍କ ସହ ମିଶିଥିଲେ। ପରେ ସେମାନେ ମୋତେ କହିଥିଲେ ଯେ ପ୍ରଥମ ଥର ସେ ମୋ ଭଳି କାହାକୁ ବିନା ବାହୁରେ ଖେଳିବାର ଦେଖିଥିଲେ ଓ ସେ ବହୁତ ଖୁସି ହୋଇଥିଲେ ।
Post-
ମୁଁ ଉଭୟ ବ୍ୟାଟିଂ ଏବଂ ବୋଲିଂ କରିବାକୁ ପସନ୍ଦ କରେ। ପାରା କ୍ରିକେଟରେ ମୋର ସର୍ବାଧିକ ସ୍କୋର ହେଉଛି ୨୮ ରନ୍ | ମୁଁ ଥରେ ଏକ ସ୍ଥାନୀୟ ମ୍ୟାଚ୍ ରେ ୮୦ ସ୍କୋର କରିଥିଲି କିନ୍ତୁ ସେହି ପରିସଂଖ୍ୟାନ ପ୍ରକୃତରେ ଗଣନା କରାଯାଏ ନାହିଁ । ଥରେ ମୁଁ ଗୋଟିଏ ମ୍ୟାଚରେ ୬ ଟି ୱିକେଟ୍ ମିଳିଥିଲା।
Also Read- Crime News: ବାଇକରେ ଆସିଲେ ଛୁଆ ମୁଣ୍ଡରେ ବନ୍ଧୁକ ରଖି ମାଆଠୁ ଲୁଟିଲେ
Also Read- ବନ୍ଦେ ଭାରତରେ ବାସି ଖାଦ୍ୟ, ଯାତ୍ରୀ ସେୟାର କଲେ ଚିତ୍ର, IRCTC ଦେଲା ଉତ୍ତର