Crime News: ବାଇକରେ ଆସିଲେ ଛୁଆ ମୁଣ୍ଡରେ ବନ୍ଧୁକ ରଖି ମାଆଠୁ ଲୁଟିଲେ
Advertisement
Article Detail0/zeeodisha/odisha2056808

Crime News: ବାଇକରେ ଆସିଲେ ଛୁଆ ମୁଣ୍ଡରେ ବନ୍ଧୁକ ରଖି ମାଆଠୁ ଲୁଟିଲେ

 Crime News: ଅପରାହ୍ଣ ସମୟରେ ଏକ ଆପାଚେ ବାଇକରେ ୩ଜଣ ଦୁର୍ବୁତ୍ତ ଜଣେ ମହିଳାଙ୍କଠାରୁ ସୁନାଗହଣା ଲୁଟ୍ କରିଛନ୍ତି । ଲୁଟୁ କରିବା ପରେ ସ୍ଥାନୀୟ ଅଞ୍ଚଳରେ ଘଟଣାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି ।

Crime News: ବାଇକରେ ଆସିଲେ ଛୁଆ ମୁଣ୍ଡରେ ବନ୍ଧୁକ ରଖି ମାଆଠୁ ଲୁଟିଲେ

ବାଲେଶ୍ୱର: ନୀଳଗିରି ସଜନାଗଡ ଅଞ୍ଚଳରେ ଦେଖିବାକୁ ମିଳିଛି ଲୁଟେରାଙ୍କ ରାଜ୍ । ଅପରାହ୍ଣ ସମୟରେ ଏକ ଆପାଚେ ବାଇକରେ ୩ଜଣ ଦୁର୍ବୁତ୍ତ ଜଣେ ମହିଳାଙ୍କଠାରୁ ସୁନା ଗହଣା ଲୁଟ୍ କରିଛନ୍ତି । ଲୁଟୁ କରିବା ପରେ ସ୍ଥାନୀୟ ଅଞ୍ଚଳରେ ଘଟଣାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି ।

ସୂଚନା ମୁତାବକ, ସ୍ଥାନୀୟ ବରହମପୁର ଗାଂର ବିବେକ ଚୌଧୁରୀ ଏବଂ ସୁମିତ୍ରା ଚୌଧୁରି ଏକ ଶିଶୁପୁତ୍ର ସହ ନୀଳଗିରି ଯାଇଥିଲେ । ଫେରିବା ବାଟରେ ସଜନାଗଡ ତିନିକୋଶିଆ ଜଙ୍ଗଲ ନିକଟରେ ଦୃର୍ବୁତ୍ତମାନେ ତାଙ୍କୁ ଅଟକାଇଥିଲେ । ଛୋଟ ପିଲାଟିକୁ ମାରିଦେବାର ଧମକ ଦେଇ ତା ମୁଣ୍ଡରେ ବନ୍ଧୁକ ଲଗାଇଥିଲେ । ଭୟରେ ସୁମିତ୍ରା ଏବଂ ବିବେକ କଣ କରିବେ କିଛି ଜାଣିପାରୁନଥିଲେ । ସୁଯୋଗ ପାଇ ଲୁଟେରାମାନେ ସେମାନଙ୍କଠାରୁ ସୁନା ଅଳଙ୍କାର ସମେତ ଅନ୍ୟାନ୍ୟ ଜିନିଷ ଲୁଟ୍ କରିନେଇଥିଲେ । କେହି ଆସିବା ପୂର୍ବରୁ ଯାଗାଛାଡି ଦୃତ୍ତ ଗତିରେ ବାଇକ୍ ଚଳାଇ ସେମାନେ ଫେରାର୍ ହୋଇଯାଇଥିଲେ ।

ଏ ସମ୍ପର୍କରେ ନୀଳଗିରି ଥାନାରେ ଖବର ପହଞ୍ଚିବା ପରେ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ରାସ୍ତାକଡ ଦୋକାନଗୁଡିକରେ ଲାଗିଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ କରାଯାଇଥିଲା । ତେବେ ଏହି ଘଟଣା ନୀଳଗିରିରେ ନୁଆ ନୁହେଁ, ପୂର୍ବରୁ ମଧ୍ୟ ଏପରି ଅନେକ ଘଟଣା ଘଟିଥିବାବେଳେ ଏହା ବର୍ତ୍ତମାନ ପୋଲିସ ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି ।

Also Read- ବନ୍ଦେ ଭାରତରେ ବାସି ଖାଦ୍ୟ, ଯାତ୍ରୀ ସେୟାର କଲେ ଚିତ୍ର, IRCTC ଦେଲା ଉତ୍ତର

Also Read- ଯାଜପୁରରେ ଦ୍ୱିତୀୟ ଅନ୍ତର୍ଜାତୀୟ ଶିଳ୍ପ ସମ୍ମିଳନୀ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ