Lionel Messi: ନିକଟ ଅତୀତରେ ଆର୍ଜେଣ୍ଟିନା ଫିଫା ୱାର୍ଲଡ କପ୍ ୨୦୨୨ ଜିତିଛି । ଆଉ ଟିମକୁ ଏହି ଭେଟି ଦେଇଛନ୍ତି ଲିଓନେଲ ମେସି। ବର୍ତ୍ତମାନ ଲିଓନେଲ ମେସି ନିଜର ଫ୍ୟାନ୍ସ ମାନଙ୍କ ଗିଫ୍ଟ ପଠାଉଛନ୍ତି। ଆର୍ଜେଣ୍ଟିନା ଫୁଟବଲ ଟିମ୍ (Argentina Football Team) ୩୬ ବର୍ଷ ପରେ ଫିଫା ୱାର୍ଲଡ କପ୍ ଟାଇଟଲ ହାସଲ କରିଛି। ଯାହାବାଦ ଆର୍ଜେଣ୍ଟିନା ସହ ପୁରା ଦୁନିଆରେ ତାଙ୍କ ଫ୍ୟାନ୍ସ ଖୁସିରେ ନାଚି ଉଠିଛନ୍ତି। ଫିଫା ୱାର୍ଲଡ କପ ସହ ତାଙ୍କ ଖେଳାଳି ଓ ମେସିଙ୍କୁ ଦେଶରେ ବହୁତ ଧୁମଧାମରେ ସ୍ୱାଗତ କରାଗଲା। 


COMMERCIAL BREAK
SCROLL TO CONTINUE READING

ଆଉ ଏବେ ମେସି ନିଜର ସେହି ଫ୍ୟାନ୍ସ ମାନଙ୍କୁ ଖୁସି  କରିବା ସହ ତାଙ୍କ ମୁହଁରେ ହସ ଫୁଟାଉଥିବା ଦେଖାଯାଇଛି ।ଲିଓନେଲ ମେସି ମହେନ୍ଦ୍ର ସିଂ ଧୋନି ଙ୍କ ଝିଅ ଜିଭା ଙ୍କୁ (Ziva) ନିଜର ସାଇନ ହୋଇଥିବା ଜର୍ସି ପଠାଇଛନ୍ତି । ଯାହାର କିଛିଟା ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଜିଭା (Ziva Singh Dhoni) ନିଜର ଇନଷ୍ଟାଗ୍ରାମ ରେ ଏହି ଫଟୋଟି ସେୟାର କରିଛନ୍ତି। ଏହି ଫଟୋରେ ଜିଭା ଆର୍ଜେଣ୍ଟିନାର ଜର୍ସି ପିନ୍ଧିଛନ୍ତି । ଏହି ଜର୍ସିରେ ମେସି ନିଜର ସାଇନ କରିଥିବା ଦେଖାଯାଇଛି।


 


Also Read: IPL 2023: ଆଇପିଏଲ ପୂର୍ବରୁ MI କୁ ଶକ୍ତ ଧକ୍କା, ନାକ କାଟିଦେଲେ ଏହି ଖେଳାଳି


ଏହି ଫଟୋରେ ଜିଭା ଆର୍ଜେଣ୍ଟିନାର ଜର୍ସି (Argentina Jersy) ସହ ଫୁଟବଲ ପ୍ରତି ଥିବା ଭଲପାଇବାକୁ ଦର୍ଶାଇଛନ୍ତି। ଆଉ ଏହି ଫଟୋର କ୍ୟାପସନରେ ଲେଖିଯାଇଛି ଯେ, ଯେମିତି ପିତା, ସେମିତି ଝିଅ। ଜିଭା ମେସିଙ୍କ ଏହି ଉପହାର ପାଇ ଖୁବ ଖୁସି ଅଛନ୍ତି। ଆପଣଙ୍କୁ ଏଠାରେ କହିରଖୁଛୁ ଯେ, ମହେନ୍ଦ୍ର ସିଂ ଧୋନିଙ୍କ ଖେଳ କ୍ୟାରିୟର ଆରମ୍ଭ ଫୁଟବଲରୁ ହିଁ ହୋଇଥିଲା। ପ୍ରଥମେ ସେ ଗୋଲକିପର ଥିଲେ । ଏହାବାଦ୍ ଭବିଷ୍ୟତରେ ତାଙ୍କୁ ୱିକେଟ କିପିଂ କରିବାର ସୁଯୋଗ ମିଳିଥିଲା।


Also Read: Bhuvneshwar Kumar: ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆ ଘୋଷଣା ହେବା ମାତ୍ରେ ଶେଷ ହେଲା ଏହି ଖେଳାଳିଙ୍କ କ୍ୟାରିଅର!


ମହେନ୍ଦ୍ର ସିଂ ଧୋନିଙ୍କୁ (Mahendra Singh Dhoni)  ଭାରତର ବେଷ୍ଟ ୱିକେଟ କିପର ବୋଲି ବିବେଚନା କରାଯାଏ। ସେ ନିଜର ଟେକନିକ ଯୋଗେ ବଡ଼ ବଡ଼ ଖେଳାଳିଙ୍କୁ ଫିଲ୍ଡରେ ପାଣି ପିଆଇ ଦିଅନ୍ତି। ଧୋନି କେବଳ ୱିକେଟ ପଛରେ ନୁହେଁ ବରଂ ଅଧିନାୟକତ୍ୱ ଭାର ମଧ୍ୟ ଖୁବ ଭଲ ଭାବେ ତୁଲାଇଛନ୍ତି। ଯାହାଫଳରେ ତାଙ୍କୁ ଭାରତୀୟ ଟିମର ଏକ ସଫଳ କ୍ୟାପଟେନ ବୋଲି କୁହାଯାଏ। ବହୁତ ସମୟରେ ଧୋନିଙ୍କୁ ଫୁଟବଲ ଅଭ୍ୟାସ କରୁଥିବା ଫଟୋ ଭିଡିଓ ଦେଖିବାକୁ ମିଳିଛି। ତାଙ୍କ ଝିଅ ଜିଭା ବି ଫୁଟବଲ ଖେଳକୁ ଖୁବ ଭଲ ପାଆନ୍ତି। ତେବେ ମେସିଙ୍କ ସାଇନ ହୋଇଥିବା ଏହି ଜର୍ସିକୁ ପାଇବା ପରେ ଖୁବ ଖୁସି ଅଛନ୍ତି ଜିଭା ସିଂ ଧୋନି।