Odisha News: ଅନୁପ୍ରବେଶକାରୀ ବାଂଲାଦେଶୀଙ୍କୁ କେବେ ଚିହ୍ନିବେ ଆଇନ ମନ୍ତ୍ରୀ
Advertisement
Article Detail0/zeeodisha/odisha2477698

Odisha News: ଅନୁପ୍ରବେଶକାରୀ ବାଂଲାଦେଶୀଙ୍କୁ କେବେ ଚିହ୍ନିବେ ଆଇନ ମନ୍ତ୍ରୀ

Odisha News:(ଭୁବନେଶ୍ୱର): ତିନି ମାସ ବିତିଲା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ କେବଳ ଖବରକାଗଜ ଓ ଟିଭିରେ ହିଁ ସୀମିତ ରହିଯାଇଛି। ନା ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଉଛି ନା ବେଆଇନ ପ୍ରବେଶ କରି ଏଠାରେ ବସତି ସ୍ଥାପନ କରୁଥିବା ବାଂଲାଦେଶୀ ନାଗରିକଙ୍କୁ ଦେଶରୁ ବାହାର କରାଯାଉଛି। 

Odisha News: ଅନୁପ୍ରବେଶକାରୀ ବାଂଲାଦେଶୀଙ୍କୁ କେବେ ଚିହ୍ନିବେ ଆଇନ ମନ୍ତ୍ରୀ

Odisha News:(ଭୁବନେଶ୍ୱର): ତିନି ମାସ ବିତିଲା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ କେବଳ ଖବରକାଗଜ ଓ ଟିଭିରେ ହିଁ ସୀମିତ ରହିଯାଇଛି। ନା ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଉଛି ନା ବେଆଇନ ପ୍ରବେଶ କରି ଏଠାରେ ବସତି ସ୍ଥାପନ କରୁଥିବା ବାଂଲାଦେଶୀ ନାଗରିକଙ୍କୁ ଦେଶରୁ ବାହାର କରାଯାଉଛି। ଏପରି କ୍ଷେତ୍ରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଢ଼ି ଚାଲିଛି ଅନୁପ୍ରବେଶକାରୀଙ୍କ ସଂଖ୍ୟା। ଏହା କିଛି ଅଞ୍ଚଳରେ ଧାର୍ମିକ ଅସନ୍ତୁଳନତା ସୃଷ୍ଟି କରୁଥିବା ବି ନଜରକୁ ଆସିଛି। ଆସାମ ପରିପ୍ରକ୍ଷୀରେ ମାର୍ଚ୍ଚ ୨୫, ୧୯୭୧ ପରେ ଆସିଥିବା ସମସ୍ତ ବାଂଲାଦେଶୀଙ୍କ ଅନୁପ୍ରବେଶ ବେଆଇନ ବୋଲି ସୁପ୍ରିମକୋର୍ଟ କରିବା ପରେ ଆଜି ଏ ବିଷୟକୁ ନେଇ ମଧ୍ୟ ଆଇନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। 

ଗତ ଅଗଷ୍ଟ ମାସ ୧୦ ତାରିଖରେ ବେଆଇନ ବାଂଲାଦେଶୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା କହିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେତେବଳେ ବାଂଲାଦେଶରେ ଚାଲିଥିବା ରାଜନୀତିକ ଅସ୍ଥିରତା ଯୋଗୁ ଓଡ଼ିଶାକୁ ଅଧିକ ସଂଖ୍ୟାରେ ବାଂଲାଦେଶୀଙ୍କ ଅନୁପ୍ରବେଶ ହୋଇଥିବା ନେଇ ସନ୍ଦେହ କରଯାଇଥିଲା। ଏବେ ଯଦିଓ ବାଂଲାଦେଶ ମାମଲା ସାମନ୍ୟ ଶାନ୍ତ ହୋଇଛି କିନ୍ତୁ ସୀମାନନ୍ତ ରାଜ୍ୟ ଦେଇ ଆମ ରାଜ୍ୟରେ ବାଂଲାଦେଶୀଙ୍କ ଅନୁପ୍ରବେଶ ଆଶଙ୍କା ଅଧିକ ରହିଛି। ଏଣୁ ସେମାନେ ଫେରିବାଲା, ମିସ୍ତ୍ରୀ ବା କୌଣସି ଦିନ ମଜୁରିଆ ଭାବେ ଏଠାରେ କାର୍ଯ୍ୟ କରୁଛନ୍ତି। ଏପରିକି ବିଭିନ୍ନ ସମୟରେ ଦୁର୍ଘଟଣା ଘଟିଲେ ପୁଲିସ ତାହାଙ୍କ ବାସ୍ତବ ଠିକଣା ଜାଣିବାକୁ ପାଇପାରୁ ନାହିଁ। ସେହିପରି ଅନେକ ଅପରାଧିକ କାର୍ଯ୍ୟକଳାପରେ ବାଂଲା କହୁଥିବା ଅଭିଯୁକ୍ତ ଧରା ପଡ଼ିବା ଏବଂ ସେମାନଙ୍କ ସନ୍ଦିଗ୍ଧ ପରିଚୟ ରାଜ୍ୟରେ ବଢ଼ୁଥିବା ଅନୁପ୍ରବେଶକୁ ସ୍ପଷ୍ଟ କରୁଛି। 

ବିଧାନସଭାରେ ଉପସ୍ଥାପିତ ସୂଚନା ଅନୁସାରେ ରାଜ୍ୟରେ ସମୁଦାୟ ବାଂଲାଦେଶୀ ବାସିନ୍ଦା ପରିବାରଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୫୭ ହଜାର ୪୩୨। ଏମାନେ ୧୯୭୧ ଯୁଦ୍ଧ ସମୟରେ ଭାରତକୁ ପ୍ରବେଶ କରିଥିଲେ। ସରକାର ସେମାନଙ୍କୁ ଆଶ୍ରୟ ଯୋଗାଇଥିଲେ। ସୁପ୍ରିମକୋର୍ଟଙ୍କ ବିଚାର ଅନୁସାରେ ଏହି ପରିବାରକୁ ହିଁ ନାଗରିକତା ମିଳିବା ଯୋଗ୍ୟ।  ଏହି ଶରଣାର୍ଥୀମାନଙ୍କୁ ସେତେବଳେ ୧୧ଟି ଜିଲ୍ଲାରେ ରଖାଯାଇଥିଲା। ସେଥିରୁ ସର୍ବାଧିକ ମାଲକାନଗିରି ଜିଲ୍ଲାରେ ୧ଲକ୍ଷ ୪ ହଜାର ୨୩୩ ହୋଇଥିବା ବେଳେ ନବରଙ୍ଗପୁରରା ୪୬୮୪୮, ଖୋର୍ଦ୍ଧାରେ ୪୬୫୩, କେନ୍ଦ୍ରାପଡ଼ଧାରେ ୪୪୧, ଯାଜପୁରରେ ୩୭୯, ରାୟଗଡ଼ାରେ ୩୦୪, ଭଦ୍ରକରେ ୨୦୦, କୋରାପୁଟରେ ୧୯୪, କଳାହାଣ୍ଡିରେ ୯୦, ବାଲେଶ୍ୱରରେ ୭୫ ଏବଂ ଅନୁଗୁଳରେ ୧୫। 

ହେଲେ ୭ ଟି ଜିଲ୍ଲାରେ ବେଆଇନ ଅନୁପ୍ରବେଶକାରୀ ଦିନକୁ ଦିନ ବଢ଼ି ଚାଲିଛି। ଏମାନଙ୍କ ସଂଖ୍ୟା ୩୭୪୦ ରହିଛି। ଏହାମଙ୍କୁ ତୁରନ୍ତ ସେମାନଙ୍କ ଦେଶକୁ ପ୍ରତ୍ୟାବର୍ତ୍ତନ ପାଇଁ ନୋଟିସ ଦିଆଯାଇ ଫେରାଇ ଦେବା କଥା । କିନ୍ତୁ ଏ ବିଷୟରେ ପୂର୍ବ ସରକାର ଯେମିତି ନିଦା ବିଷ୍ଣୁ ସାଜିଥିଲେ, ଠିକ୍‍ ସେହି ଆଚରଣ ନେଉଛନ୍ତି ବର୍ତ୍ତମାନର ବିଜେପି ସରକାର।
 
ଗୃହ ବିଭାଗର ତଥ୍ୟ ଅନୁସାରେ କେନ୍ଦ୍ରାପଡ଼ାରେ ୧୬୪୯ ଜଣ ବାଂଲାଦେଶୀ ବେଆଇନ ଅନୁପ୍ରବେଶକାରୀ ରହୁଛନ୍ତି। ସେମାନଙ୍କ ଭିତରୁ ୧୫୫୧ ଜଣଙ୍କୁ ଭାରତ ଛାଡ଼ିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସେ ବିଷୟରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଠିକ୍‍ ସେହିପରି ଜଗତସିଂହପୁରରେ ୧୧୧୨, ମାଲକାନଗିରିରେ ୬୫୫, ଭଦ୍ରକରେ ୧୯୯, ନବରଙ୍ଗପୁରରେ ୧୦୬, ଭୁବନେଶ୍‍ୱରରେ ୧୭ ଏବଂ ବରଗଢ଼ରେ ୨ ଜଣ ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଛି।