ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରମାନଙ୍କ ପାଖରେ ପ୍ରାୟତଃ ଅର୍ଥର ଅଭାବ ନଥାଏ । ଏହି ଖେଳାଳିମାନେ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି । ଏହା ଅତ୍ୟନ୍ତ ବିରଳ ଯେ ଜଣେ କ୍ରିକେଟରଙ୍କ ପାଖରେ ପେଟ ପୋଷିବାକୁ ମଧ୍ୟ ଟଙ୍କା ନାହିଁ । ପାକିସ୍ତାନର ଜଣେ ପୂର୍ବତନ କ୍ରିକେଟରଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି ।


COMMERCIAL BREAK
SCROLL TO CONTINUE READING

ଖରାପ ସ୍ଥିତି ଦେଇ ଗତି କରୁଛନ୍ତି ପାକିସ୍ତାନୀ କ୍ରିକେଟର
୧୯୯୭ ରେ ଆନ୍ତର୍ଜାତୀୟ ଡେବ୍ୟୁ କରିଥିବା ପାକିସ୍ତାନ (Pakistan) ଅଫ୍ ସ୍ପିନର ଅର୍ଶଦ ଖାନ (Arshad Khan)  ନିଜ ପେଟ ପୋଷିବାକୁ ଟ୍ୟାକ୍ସି ଚଳାଉଛନ୍ତି । ନିଜ ପେଟ ପୋଷିବା ପାଇଁ ଅଷ୍ଟ୍ରେଲିଆର (Australia) ସିଡନୀ ସହରରେ ସେ ଏକ ଉବର କ୍ୟାବ ଚଳାନ୍ତି । ଥରେ ପାକିସ୍ତାନୀ ଦଳର ଉଦୀୟମାନ ସ୍ପିନ୍ ବୋଲର (Spin bowler) ଥିବା ଅର୍ଶଦ ଖାନଙ୍କୁ ପେଟ ପୋଷିବାକୁ ଟ୍ୟାକ୍ସି ଚଳାଇବା ପଡିବ ଏହା ଅତ୍ୟନ୍ତ କଷ୍ଟଦାୟକ କଥା ।


ଅଧିକ ପଢ଼ନ୍ତୁ: LIC ର ଏହି ପ୍ଲାନରେ ଥରୁଟିଏ ନିବେଶ କରନ୍ତୁ ଟଙ୍କା; ମିଳିବ ବଡ ରିଟର୍ଣ୍ଣ, ଜାଣନ୍ତୁ ବିଶେଷତା


ସଚିନ, ସେହୱାଗଙ୍କ ମଧ୍ୟ ନେଇଛନ୍ତି ୱିକେଟ୍ 
ଭାରତ ବିପକ୍ଷରେ ଅର୍ଶଦ ଖାନଙ୍କ (Arshad Khan) ପ୍ରଦର୍ଶନ ସର୍ବଦା ଭଲ ଥିଲା । ସେ ସଚିନ ତେନ୍ଦୁଲକର (Sachin Tendulkar) ଓ ବୀରେନ୍ଦ୍ର ସେହୱାଗଙ୍କ (Virender Sehwag) ୱିକେଟ୍ ମଧ୍ୟ ନେଇଛନ୍ତି । ସେ ନିଜ କ୍ୟାରିୟରରେ ୯ ଟି ଟେଷ୍ଟ ଓ ୫୮ ଟି ODI ଖେଳିଛନ୍ତି । ଏହାସହ ସେ ୩୨ ଟି ଟେଷ୍ଟ ଓ ୫୬ ଟି ODI ୱିକେଟ୍ ନେଇଛନ୍ତି । ସେ ଭାରତ ବିପକ୍ଷରେ ନିଜର ଶେଷ ଟେଷ୍ଟ ଓ ODI ମ୍ୟାଚ୍ ଖେଳିଥିଲେ।


ଅଧିକ ପଢ଼ନ୍ତୁ: ବଡ ଖବର: RTO ରେ ଡ୍ରାଇଭିଂ ଟେଷ୍ଟ ବିନା କରିପାରିବେ ଲାଇସେନ୍ସ, ଜାଣନ୍ତୁ କିପରି?


କ୍ରିକେଟରମାନେ କୋଟି କୋଟି ଟଙ୍କା ରୋଜଗାର କରନ୍ତି
କ୍ରିକେଟ୍ ଖେଳାଳିମାନେ ପ୍ରାୟତଃ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି । ଯଦି ଏହି ଖେଳାଳିମାନେ ନିଜ ଦେଶ ପାଇଁ ଖେଳିବାକୁ ସୁଯୋଗ ନ ପାଆନ୍ତି, ତେବେ ସେମାନେ ସମଗ୍ର ବିଶ୍ୱରେ ହେଉଥିବା ବଡ ବଡ କ୍ରିକେଟ୍ ଲିଗରେ ସାମିଲ ହୋଇ ମୋଟା ଅଙ୍କର ଟଙ୍କା ରୋଜଗାର କରିବାର ସୁଯୋଗ ପାଆନ୍ତି । ଏହି ଲିଗ୍ ଗୁଡିକରେ ଆଇପିଏଲ୍, ବିବିଏଲ୍, PSL ଆଦି ସାମିଲ ଅଛି  ।