ସଡକ ପରିବହନ ମନ୍ତ୍ରଣାଳୟ ଡ୍ରାଇଭର ଅଭାବକୁ ଦୂର କରିବା ଓ ସଡକ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ଡ୍ରାଇଭର ତାଲିମ କେନ୍ଦ୍ର ଖୋଲିବାକୁ ଅନୁମତି ଦେଇଛି । ଯେଉଁଠାରୁ ପ୍ରମାଣପତ୍ର ପାଇବା ପରେ ଆରଟିଓରେ ଆଉ ଟେଷ୍ଟ ଦେବାକୁ ପଡିବ ନାହିଁ ।
Trending Photos
ନୂଆଦିଲ୍ଲୀ: RTO ରେ ଡ୍ରାଇଭିଂ ଟେଷ୍ଟ ନ ଦେଇ ଯଦି ଆପଣ ଡ୍ରାଇଭିଂ ଲାଇସେନ୍ସ (Driving License) କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ଖବର ଅଛି । ଖୁବ୍ ଶୀଘ୍ର ଲୋକମାନେ ଆରଟିଓରେ (RTO) ଡ୍ରାଇଭିଂ ଟେଷ୍ଟ ନକରି ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ । ଏଥିପାଇଁ ସଡ଼କ ପରିବହନ ମନ୍ତ୍ରଣାଳୟ (Ministry of Road Transport) ଦ୍ୱାରା ସ୍ୱୀକୃତିପ୍ରାପ୍ତ ଡ୍ରାଇଭିଂ ଟେଷ୍ଟ କେନ୍ଦ୍ରରୁ ତାଲିମ ନେବାକୁ ପଡ଼ିବ । ଯାହା ପରେ ସେହି କେନ୍ଦ୍ର ଆପଣଙ୍କୁ ଏକ ପ୍ରମାଣପତ୍ର ମିଳିବ । ଏହାକୁ ଆଧାର କରି ଡ୍ରାଇଭିଂ ଲାଇସେନ୍ସ (Driving License) ବନାଇବାବେଳେ ଆପଣଙ୍କୁ ଆଉ ଟେଷ୍ଟ ଦେବାର କୌଣସି ଆବଶ୍ୟକତା ନାହିଁ । ଏହି ସ୍ୱୀକୃତିପ୍ରାପ୍ତ ଟ୍ୟାନିଂ କେନ୍ଦ୍ରଗୁଡିକ ୧ ଜୁଲାଇ ୨୦୨୧ ରୁ ଆରମ୍ଭ ହେବ । ସଡକ ପରିବହନ ମନ୍ତ୍ରଣାଳୟ ଏ ବାବଦରେ ବିଜ୍ଞପ୍ତି ଜାରି କରିଛି ।
ସଡକ ପରିବହନ ମନ୍ତ୍ରଣାଳୟ (Ministry of Road Transport) ଅନୁଯାୟୀ, ଦେଶରେ ପ୍ରତିବର୍ଷ ଦୁର୍ଘଟଣାର ଅନ୍ୟତମ କାରଣ ହେଉଛି ଟ୍ରେଣ୍ଡ ଡ୍ରାଇଭର ଅଭାବ । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବର୍ତ୍ତମାନ ଦେଶରେ ପ୍ରାୟ ୨୨ ଲକ୍ଷ ଡ୍ରାଇଭର ଅଭାବ ରହିଛି । ଏହି ଅଭାବକୁ ପୂରଣ କରିବା ଓ ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ସଡକ ଓ ପରିବହନ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଦେଇ ସାରା ଦେଶରେ ଡ୍ରାଇଭର ଟ୍ରେନିଂ କେନ୍ଦ୍ର (Driver Training Center) ଖୋଲିବାକୁ ଅନୁମତି ଦେଇଛି । ଲୋକମାନେ ମନ୍ତ୍ରଣାଳୟ ମାନକ ଅନୁଯାୟୀ ସେଣ୍ଟର ଖୋଲିପାରିବେ । ଯେଉଁଥିରେ ଲୋକମାନଙ୍କୁ ତାଲିମ ଦିଆଯାଇପାରିବ । ତାଲିମ ପରେ ଟେଷ୍ଟ ନିଆଯିବ । ଯେଉଁମାନେ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବେ ସେମାନଙ୍କୁ ସେଣ୍ଟର ପ୍ରମାଣପତ୍ର (Certificate) ପ୍ରଦାନ କରିବ । ଯାହା ଆଧାରରେ ଡ୍ରାଇଭିଂ ଲାଇସେନ୍ସ ବିନା ଟେଷ୍ଟରେ କରାଯାଇପାରିବ ।
ଅଧିକ ପଢ଼ନ୍ତୁ: Covaxin କୁ ଝଟକା! ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଲା ନାହିଁ ଆମେରିକା
ଡ୍ରାଇଭର ତାଲିମ କେନ୍ଦ୍ର ପାଇଁ ସର୍ତ୍ତ
ଏହି ତାଲିମ କେନ୍ଦ୍ର ପାଇଁ ସମତଳ ଅଞ୍ଚଳରେ ଦୁଇ ଏକର ଓ ପାହାଡ ଅଞ୍ଚଳରେ ଏକ ଏକର ଜମି ଆବଶ୍ୟକ କରିବ । ଉଭୟ LMV ଓ HMV ଯାନ ପାଇଁ ସିମୁଲେଟର ବାଧ୍ୟତାମୂଳକ ହେବ । ଯାହା ମାଧ୍ୟମରେ ତାଲିମ ଦିଆଯିବ । ବାୟୋମେଟ୍ରିକ୍ ଉପସ୍ଥାନ ଓ ଇଣ୍ଟରନେଟ୍ ପାଇଁ ଏଠାରେ ବ୍ରଡବ୍ୟାଣ୍ଡ ସଂଯୋଗ ଆବଶ୍ୟକ । ପାର୍କିଂ, ଓଲଟା ଡ୍ରାଇଭିଂ, ଡାଉନହଲ୍ ଡ୍ରାଇଭିଂ ଇତ୍ୟାଦିରେ ତାଲିମ ଦେବା ପାଇଁ ଡ୍ରାଇଭିଂ ଟ୍ରାକ୍ ବାଧ୍ୟତାମୂଳକ ହେବ । ଏଥିରେ ଥିଓରୀ ଓ ସେଗମେଣ୍ଟେସନ୍ ପାଠ୍ୟକ୍ରମ ରହିବ । କେନ୍ଦ୍ରରେ ସିମୁଲେଟର ସାହାଯ୍ୟରେ ବର୍ଷା, କୁହୁଡି ଓ ରାତିରେ ରାଜପଥ, ଗ୍ରାମାଞ୍ଚଳ, ଯାତାୟାତ ଓ ଗାଡ଼ି ଚଳାଚଳ କରୁଥିବା ସ୍ଥାନଗୁଡିକରେ ଗାଡି ଚଳାଇବା ପାଇଁ ତାଲିମ ଦିଆଯିବ ।