Ricky Ponting on Asia Cup 2022: ଏସିଆ କପ୍ (Asia Cup) ୪ ବର୍ଷ ପରେ ପୁନର୍ବାର ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ୟୁଏଇରେ (UAE) ୨୭ ଅଗଷ୍ଟରୁ ଖେଳାଯିବ । କିନ୍ତୁ, ଅଗଷ୍ଟ ୨୮ ରେ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଓ ପାକିସ୍ତାନ (India and Pakistan) ମଧ୍ୟରେ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିବ । କେବଳ ଭାରତୀୟ କିମ୍ବା ପାକିସ୍ତାନୀ କ୍ରିକେଟ୍ ପ୍ରଶଂସକ (Pakistani cricket fans) ନୁହଁନ୍ତି, କ୍ରିକେଟର ପୂର୍ବତନ ଭେଟେରାନମାନେ ମଧ୍ୟ ଏହି ମ୍ୟାଚ ଉପରେ ନଜର ରଖିଛନ୍ତି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗ (Ricky Ponting) ଏହି ମ୍ୟାଚକୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ କେଉଁ ଦଳ ଏଥର ଏସିଆ କପ୍ ଟାଇଟଲ୍ ଜିତିବ ।


COMMERCIAL BREAK
SCROLL TO CONTINUE READING

ଆଇସିସି ରିଭ୍ୟୁର ନୂଆ ଏପିସୋଡରେ ପଣ୍ଟିଂ କହିଛନ୍ତି, 'କେବଳ ଏସିଆ କପରେ ନୁହେଁ, କୌଣସି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆକୁ ପରାସ୍ତ କରିବା ସହଜ ନୁହେଁ । ତଥାପି, ପ୍ରତ୍ୟେକ ଥର ଯେତେବେଳେ ଆମେ ଟି-୨୦ ବିଶ୍ୱକପ ବିଷୟରେ କଥା ହେଉ, ମୁଁ ଭାବୁଛି ଭାରତ ସବୁଠାରୁ ଶକ୍ତିଶାଳୀ ଓ ଶ୍ରେଷ୍ଠ ଦଳ ହେବ । ଭାରତୀୟ ଦଳର ବ୍ୟାଟିଂ ଡେ଼ଫ୍ଥ ଅନ୍ୟ ଦଳ ଅପେକ୍ଷା ଭଲ ଓ ଏହି କାରଣରୁ ମୁଁ ଭାବୁଛି ଯେ ଏଥର ମଧ୍ୟ ସେ ଏସିଆ କପ୍ ଜିତିବାରେ ସକ୍ଷମ ହେବ ।"


ଯଦି ଆମେ ଏସିଆ କପ୍ ରେକର୍ଡ ବିଷୟରେ କହିବା, ତେବେ ଭାରତ ଓ ପାକିସ୍ତାନ ଦଳ ମଧ୍ୟରେ ୧୩ ଟି ମ୍ୟାଚ ହୋଇଛି । ଏଥିମଧ୍ୟରୁ ଭାରତ ୭ ଟି ମ୍ୟାଚ ଜିତିଥିବା ବେଳେ ପାକିସ୍ତାନ ୫ ଟିରେ ଜିତିଛି । ଗୋଟିଏ ମ୍ୟାଚର କୌଣସି ଫଳାଫଳ ଆସି ପାରିନଥିଲା । ତେବେ ଏଥର ଏସିଆ କପରେ ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ପଣ୍ଟିଂ ଆଶାପ୍ରକଟ କରିଛନ୍ତି । ତେବେ ସେ ଅନୁଭବ କରୁଛନ୍ତି ଯେ ଟିମ୍ ଇଣ୍ଡିଆ ମଧ୍ୟ ଏହି ମ୍ୟାଚରେ ବିଜୟ ପଞ୍ଜିକରଣ କରିବାରେ ସକ୍ଷମ ହେବ ।


ପଣ୍ଟିଙ୍ଗ କହିଛନ୍ତି, 'ମୁଁ ପାକିସ୍ତାନ ବିପକ୍ଷ ଏସିଆ କପ୍ ମ୍ୟାଚ୍‌ରେ ବିଜୟର ପ୍ରତିଯୋଗୀ ଭାବରେ ଟିମ୍ ଇଣ୍ଡିଆକୁ ବିଚାର କରୁଛି । ତେବେ ଏହାର ଅର୍ଥ ନୁହେଁ ଯେ ପାକିସ୍ତାନ ଏକ ଦୁର୍ବଳ ଦଳ । ପାକିସ୍ତାନ ମଧ୍ୟ ଏକ ମହାନ କ୍ରିକେଟ୍ ଦଳ ଓ ଗତ କିଛି ବର୍ଷ ମଧ୍ୟରେ ଏହା କ୍ରିକେଟକୁ ଅନେକ ସୁପରଷ୍ଟାର ଖେଳାଳି ଦେଇଛି ।


ଏଥର ଏସିଆ କପରେ ଭାରତ ଓ ପାକିସ୍ତାନର ଦଳ ମଧ୍ୟରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ତିନୋଟି ମ୍ୟାଚ ହୋଇପାରେ । ଅଗଷ୍ଟ ୨୮ ରେ ଗ୍ରୁପ୍ ମ୍ୟାଚ୍ ପରେ ଉଭୟ ଦଳର ପରବର୍ତ୍ତୀ ମୁକାବିଲା ସୁପର-୪ ରେ ହୋଇପାରେ । ଯଦି ଭାରତ ଓ ପାକିସ୍ତାନର ଦଳ ଫାଇନାଲରେ ପ୍ରବେଶ କରିବାରେ ସଫଳ ହୁଅନ୍ତି, ତେବେ କ୍ରିକେଟ୍ ପ୍ରଶଂସକମାନେ ଟାଇଟଲ୍ ମ୍ୟାଚରେ ମଧ୍ୟ ଉଭୟଙ୍କ ମଧ୍ୟରେ ଟକ୍କର ହେଉଥିବା ଦେଖିପାରିବେ । ଏସିଆ କପ୍ ପରେ ଉଭୟ ଦଳ ଟି-୨୦ ବିଶ୍ୱକପ୍‌ରେ ଭାଗ ନେବେ ।


ଏହା ବି ପଢ଼ନ୍ତୁ: ଆସାମକୁ ଯିବାକୁ ଚାହୁଁଥିଲେ ଆମୀର ଖାନ, ମନାକଲେ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା; ଜାଣନ୍ତୁ କାରଣ