ଆସାମକୁ ଯିବାକୁ ଚାହୁଁଥିଲେ ଆମୀର ଖାନ, ମନାକଲେ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା; ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1299766

ଆସାମକୁ ଯିବାକୁ ଚାହୁଁଥିଲେ ଆମୀର ଖାନ, ମନାକଲେ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା; ଜାଣନ୍ତୁ କାରଣ

Himanta Biswa Sarma on Aamir Khan: ଦେଶର ଅନେକ ସ୍ଥାନରେ ଲାଲ ସିଂ ଚଢ଼ା ଫିଲ୍ମ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରଯାଉଛି । ଏହି ସମୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ସେ ଆମୀର ଖାନଙ୍କୁ ବର୍ତ୍ତମାନ ଗୁଆହାଟୀ ନ ଆସିବାକୁ କହିଛନ୍ତି ।

ସୌ: ସୋସିଆଲ ମିଡିଆ

Himanta Biswa Sarma on Aamir Khan: ବଲିଉଡ (Bollywood) ସୁପରଷ୍ଟାର ଆମୀର ଖାନଙ୍କ (Aamir Khan) ନୂଆ କରି ରିଲିଜ ହୋଇଥିବା ଫିଲ୍ମ ଲାଲ ସିଂ ଚଢ଼ା (Lal Singh Chaddha) ବର୍ତ୍ତମାନ ଖବରର ହେଡଲାଇନରେ ରହିଛି । ତାଙ୍କ ଫିଲ୍ମକୁ ହିନ୍ଦୁ ବିରୋଧୀ ବୋଲି କହି ଅନେକ ହିନ୍ଦୁ ସଂଗଠନ ଏହି ଫିଲ୍ମକୁ ବୟକଟ୍ କରିବାକୁ ଦାବି କରୁଛନ୍ତି । ଦେଶର ଅନେକ ସ୍ଥାନରେ ଫିଲ୍ମ ବିରୋଧରେ ବିରୋଧ ମଧ୍ୟ ଚାଲିଛି । ଏହି ସମୟରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା (Assam Chief Minister Himanta Biswa Sarma) ଆଜି କହିଛନ୍ତି ଯେ ଆମୀର ଖାନ ଏହି ସପ୍ତାହରେ ଆସାମ ଗସ୍ତ କରିବାକୁ ଚାହୁଁଛନ୍ତି କିନ୍ତୁ ତାଙ୍କୁ ଅଗଷ୍ଟ ୧୫ ପରେ ଆସିବାକୁ ଅନୁରୋଧ କରାଯାଇଛି । ସୂଚନାନୁସାରେ, ଆମୀର ଖାନ ତାଙ୍କ ଫିଲ୍ମର ପ୍ରମୋସନ ପାଇଁ ଅଗଷ୍ଟ ୧୪ ରେ ଗୁଆହାଟୀ (Guwahati) ଆସିବାକୁ ଚାହୁଁଥିଲେ କିନ୍ତୁ ବର୍ତ୍ତମାନ ସେ ଅଗଷ୍ଟ ୧୬ ରେ ଗୁଆହାଟୀରେ ପହଞ୍ଚିବାର ସମ୍ଭାବନା ରହିଛି ।

ଦେଶର ଅନେକ ସ୍ଥାନରେ ହିନ୍ଦୁ ସଂଗଠନ ଆମୀର ଖାନଙ୍କ ଫିଲ୍ମ ଲାଲ ସିଂ ଚଢ଼ା ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଯେଉଁଥିପାଇଁ ବକ୍ସ ଅଫିସରେ ଫିଲ୍ମର ପ୍ରଥମ ଦିନର ପ୍ରଦର୍ଶନ ମଧ୍ୟ ଏକ ବିଶେଷ ସଫଳ ପାଇପାରିନାହିଁ । ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ ଫିଲ୍ମର ଓପନିଂ କଲେକ୍ସନ୍ ପ୍ରାୟ ୧୧ କୋଟି ପାଖାପାଖି ରହିଛି ।

ଶୁକ୍ରବାର ଦିନ ଆସାମ ସିଏମ ହିମନ୍ତ ବିଶ୍ୱ ଶର୍ମା ଗୁଆହାଟୀରେ ଗଣମାଧ୍ୟମକୁ କହିଛନ୍ତି, "ଆମୀର ଖାନ ଏଠାକୁ ଆସିବାକୁ ଚାହିଁଥିଲେ ଓ ମୋ ସହ କଥା ମଧ୍ୟ ହୋଇଥିଲେ । କିନ୍ତୁ ଏଥର ଧ୍ୟାନ ସ୍ୱାଧୀନତା ଦିବସ ଓ ପୂରା ତ୍ରିରଙ୍ଗା ଯାତ୍ରା ଓ ଏହାର ଗୁରୁତ୍ୱ ଉପରେ ରହିଛି । ତେଣୁ ଆମେ ଚାହୁଁନାହୁଁ ଯେ ଏହି କାର୍ଯ୍ୟକ୍ରମ ପ୍ରଭାବିତ ହେଉ । ଏଥିପାଇଁ ମୁଁ ଗୁଆହାଟୀକୁ ଆସିବାକୁ କାର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ ଅନୁରୋଧ କରିଛି । ସ୍ୱାଧୀନତା ଦିବସ ପରେ ତାଙ୍କୁ ଆସିବାକୁ କହିଛି ।"

ହିମନ୍ତ ବିସ୍ୱାଶର୍ମା କହିଛନ୍ତି ଯେ ସେମାନେ ପ୍ରାୟତଃ ଫୋନରେ ପରସ୍ପର ସହ କଥା ହୁଅନ୍ତି, ତେଣୁ ଆମୀର ଯେତେବେଳେ ବି ତାଙ୍କୁ ନିମନ୍ତ୍ରଣ କରିବେ ତାଙ୍କୁ ଭେଟିବେ । ସୂତ୍ରରୁ ପ୍ରକାଶ ଯେ ଯେତେବେଳେ ବି ଆମୀର ଖାନ ଆସନ୍ତି, ସେତେବେଳେ ମୁଖ୍ୟମନ୍ତ୍ରୀ ଶର୍ମାଙ୍କ ସହ ଫିଲ୍ମ ମଧ୍ୟ ଦେଖିବେ । ନିକଟରେ ଆମିର ଖାନ ରାଜ୍ୟରେ ବନ୍ୟା ପରିସ୍ଥିତି ପାଇଁ ଦାନ ଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ଲାଭ କରିଥିଲେ ।

କହି ରଖୁଛୁ ଯେ ଚଳିତ ବର୍ଷ ଜୁନ୍ ୨୭ ରେ ହିମନ୍ତ ବିଶ୍ୱ ସର୍ମା ଟ୍ୱିଟ୍ କରି କହିଛନ୍ତି ଯେ ବଲିଉଡର ବିଶିଷ୍ଟ ଅଭିନେତା ଆମୀର ଖାନ୍ ସିଏମ୍ ରିଲିଫ୍ ପାଣ୍ଠିକୁ ୨୫ ଲକ୍ଷ ଯୋଗଦାନ ଦେଇ ଆମ ରାଜ୍ୟର ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିଥିଲେ । ତାଙ୍କର ଚିନ୍ତା ପାଇଁ ମୋର ଆନ୍ତରିକ ଧନ୍ୟବାଦ ।"

ଏହା ବି ପଢ଼ନ୍ତୁ: ତେଜସ୍ୱୀଙ୍କ ୧୦ ଲକ୍ଷ ସରକାରୀ ଚାକିରି ପ୍ରତିଶ୍ରୁତି ଉପରେ ପ୍ରଥମ ଥର ଜବାବ ରଖିଲେ ନୀତିଶ