Asia Cup 2022: ୟୁଏଇରେ ଆରମ୍ଭ ହେବାକୁ ଥିବା ଏସିଆ କପରେ (Asia Cup) ଅଗଷ୍ଟ ୨୮ ରେ ଭାରତ ଓ ପାକିସ୍ତାନ (India vs Pakistan) ମଧ୍ୟରେ ଲଢେଇ ହେବ । ଏହି ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଦଳର ଚିନ୍ତା ବଢ଼ିଛି । ପାକିସ୍ତାନର ଷ୍ଟାର ଦ୍ରୁତ ବୋଲର ଶାହିନ୍ ଶାହା ଆଫ୍ରିଦି (Shaheen Shah Afridi) ସମ୍ପୂର୍ଣ୍ଣ ଫିଟ୍ ନୁହଁନ୍ତି । ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚରୁ ଶାହିନ୍ ଆଫ୍ରିଦି ବାହାରେ ପଡିପାରନ୍ତି । ପାକିସ୍ତାନୀ ଦଳର ଅଧିନାୟକ ବାବର ଆଜାମ (Babar Azam) ଏହାକୁ ସ୍ୱୀକାର କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଶାହିନ୍ ଆଫ୍ରିଦି ଆଣ୍ଠୁ ଆଘାତରୁ ଏପର୍ଯ୍ୟନ୍ତ ସୁସ୍ଥ ହୋଇପାରି ନାହାଁନ୍ତି । ପାକିସ୍ତାନ କ୍ରିକେଟ୍ ଦଳ ଫିଟ୍ ହେବା ପାଇଁ ଶାହିନ୍ ଆଫ୍ରିଦିଙ୍କୁ ସର୍ବାଧିକ ସମୟ ଦେବାକୁ ଚେଷ୍ଟା କରୁଛନ୍ତି । ବାବର ଆଜାମ କହିଛନ୍ତି, ଆମେ ଡାକ୍ତରଙ୍କ ପରାମର୍ଶ ନେଉଛୁ । ଆମର ଡାକ୍ତରମାନେ ଶାହିନ୍ ଆଫ୍ରିଦିଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି ।


ଫିଟ୍ ହେବା ପାଇଁ ଆଫ୍ରିଦି ଅଧିକ ବିଶ୍ରାମ ଆବଶ୍ୟକ କରନ୍ତି । ପାକିସ୍ତାନ ଅଧିନାୟକ କହିଛନ୍ତି ଯେ ଆଫ୍ରିଦିଙ୍କୁ ବର୍ତ୍ତମାନ ଅଧିକ ବିଶ୍ରାମ ଦରକାର । ତାଙ୍କ ଆଘାତରୁ ମୁକ୍ତି ପାଇବା ପାଇଁ ତାଙ୍କୁ ଅଧିକ ସମୟ ଦରକାର । ଆମେ ଆଫ୍ରିଦିଙ୍କ ଫିଟନେସ୍ ଓ ସ୍ୱାସ୍ଥ୍ୟକୁ ନେଇ ଆଗକୁ ବଢ଼ୁଛୁ । ଆମେ ଚାହୁଁ ଯେ ଏସିଆ କପ୍ ପର୍ଯ୍ୟନ୍ତ ସେ ଭଲରେ ରୁହନ୍ତୁ ।


ଶାହିନ୍ ଆଫ୍ରିଦିଙ୍କ ବ୍ୟତୀତ ପାକିସ୍ତାନ ଏସିଆ କପ୍ ପାଇଁ ଦଳର ଚାରିଜଣ ଦ୍ରୁତ ବୋଲରଙ୍କୁ ସ୍ଥାନ ଦେଇଛି । ହରିସ୍ ରଉଫଙ୍କ ବ୍ୟତୀତ ଶାହନାୱାଜ ଧାନି, ନାସିମ ଶାହା ଓ ମହମ୍ମଦ ୱାସିମଙ୍କ ନାମ ମଧ୍ୟ ପାକିସ୍ତାନ ଦଳରେ ଅନ୍ତର୍ଭୁକ୍ତ ।


ବାବର ଆଜାମ ସ୍ୱୀକାର କରିଛନ୍ତି ଯେ ଏସିଆ କପରେ ତାଙ୍କର ଯାତ୍ରା ଭାରତ ଭଳି ଦଳ ସହିତ ଆରମ୍ଭ ହେବାକୁ ଯାଉଛି ଓ ଏହି ମ୍ୟାଚ୍ ତାଙ୍କ ପାଇଁ ବହୁତ ଚାପ ସୃଷ୍ଟି କରିବ । ବାବର ଆଜାମ କିନ୍ତୁ ତାଙ୍କ ଦଳର ଦ୍ରୁତ ବୋଲିଂ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିଛନ୍ତି ।


ଟି-୨୦ ଏସିଆ କପ୍ ୨୦୨୨ ପାଇଁ ପାକିସ୍ତାନ ଦଳ: ବାବର ଆଜାମ (ଅଧିନାୟକ), ସଦାବ ଖାନ (ଉପ-ଅଧିନାୟକ), ଆସିଫ ଅଲି, ଫଖର ଜମାନ, ହାୟଦାର ଅଲି, ହରିସ ରଉଫ, ଇଫ୍ତିଖାର ଅହମ୍ମଦ, ଖୁସଦିଲ ଶାହା, ମହମ୍ମଦ ନୱାଜ, ମହମ୍ମଦ ରିଜୱାନ, ମହମ୍ମଦ ୱାସିମ ଜୁନିୟର, ନାସିମ ଶାହା, ଶାହିନ୍ ଶାହା ଆଫ୍ରିଦି, ଶାହନାୱାଜ ଧାନି ଓ ଉସମାନ କାଦିର ।


ଏହା ବି ପଢ଼ନ୍ତୁ: ବୁମ୍ରାଙ୍କ ଆଘାତକୁ ନେଇ ଆସିଲା ନୂଆ ଅପଡେଟ୍, ଟି-୨୦ ବିଶ୍ୱକପରୁ ହୋଇପାରନ୍ତି ଆଉଟ!


ଏହା ବି ପଢ଼ନ୍ତୁ: ଋଷଭ ପନ୍ତଙ୍କୁ ଉର୍ବଶୀ ରୌତେଲାଙ୍କ ଜବାବ! ଛୋଟୁ ଭାଇ ବ୍ୟାଟ୍ ବଲ୍ ଖେଳନ୍ତୁ, ମୁଁ ମୁନ୍ନି ନୁହେଁ ଯେ ବଦନାମ ହୋଇଯିବି…ଡାର୍ଲିଙ୍ଗ୍