Asian Games: ନୂଆଦିଲ୍ଲୀ: ଚଳିତ ଏସିଆନ ଗେମ୍ସରେ ନେପାଳକୁ ୨୩ ରନରେ ହରାଇଛି ଭାରତ। ଏହା ସହିତ ସେମିଫାଇନାଲରେ ଭାରତ ନିଜର ସ୍ଥାନ ପକ୍କା କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ଧାର୍ଯ୍ୟ ୨୦ ଓଭରରେ ୨୦୨ ରନ କରିଥିଲା। ଯଶସ୍ୱୀ ଜୟସ୍ୱାଲଙ୍କ ଧୂଆଁଧାର ଶତକ ବଳରେ ଭାରତ ୪ଟି ଓ୍ୱିକେଟ ହରାଇ ୨୦୨ ରନ କରିଥିଲା। ଜବାବରେ ବିଜୟ ଲକ୍ଷ୍ୟକୁ ପିଛା କରି ୯ଟି ଓ୍ୱିକେଟ ହରାଇ ୧୭୯ ରନରେ ଅଟକି ଥିଲା। 


COMMERCIAL BREAK
SCROLL TO CONTINUE READING

ଭାରତ ପକ୍ଷରୁ ଯଶସ୍ୱୀ ୧୦୦ ରନ କରିଥିବା ବେଳେ ଋତୁରାଜ ଗାଏକ୍ୱାଡ଼ ଓ ଶିବମ ଦୁବେ ୨୫ ରନ କରିଥିବା ବେଳେ ରିଙ୍କୁ ସିଂହ ୩୭ ରନ କରି ଅପରାଜିତ ରହିଥିଲେ। ନେପାଳ ପକ୍ଷରୁ ଦିପେନ୍ଦ୍ର ସିଂହ ସର୍ବାଧିକ ଦୁଇଟି ଓ୍ୱିକେଟ ନେଇଥିବା ବେଳେ ଲାମିଚେନ ଓ ସୋମପାଲ କାମି ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ। 


ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ପିଛା କରି ନେପାଳ ପାଳି ଆରମ୍ଭ କରିଥିଲା। ଆରମ୍ଭରୁ ଭଲ ପାଳି ଆରମ୍ଭ କରିଥିଲେ ମଧ୍ୟ ନିୟମିତ ବ୍ୟବଧାନରେ ଓ୍ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖି ହୋଇଥିଲା ଦଳ। ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ ନେପାଳ ବ୍ୟାଟର। ଫଳରେ ଧାର୍ଯ୍ୟ ଓଭରରେ ୯ ଓ୍ୱିକେଟ ହରାଇ ୧୭୯ ରନରେ ସୀମିତ ରହିଥିଲା ନେପାଳ ଦଳ।


ନେପାଳ ପକ୍ଷରୁ ଦିପେନ୍ଦ୍ର ସିଂ ଆରି ସର୍ବାଧିକ ୩୨ ରନ କରିଥିବା ବେଳେ ଓପନର କୁଶଲ ଭୁର୍ଟ୍ଟେଲ ୨୮ ଓ ଆସିଫ ସେଖ ୧୦ ରନ କରିଥିଲେ। ସେହିପରି ସନ୍ଦିପ ଜୋରା ଓ କୁଶଲ ମଲ୍ଲ ୨୯ ରନ,  କରନ କେସି ୧୮ ରନ କରିଥିଲେ। ଅନ୍ୟ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ବିଶିଷ୍ଟ ସ୍କୋର ଛୁଇଁ ପାରିନଥିଲେ। 


ଭାରତ ପକ୍ଷରୁ ଅଭେଶ ଖାନ ଓ ରବି ବିଷ୍ଣୋଇ ତିନୋଟି ଲେଖାଏଁ ଓ୍ୱିକେଟ ହାତେଇ ଥିବା ବେଳେ ଅର୍ଶଦୀପ ସିଂହ ୨ଟି ଓ ରବିଶ୍ରୀନିବାସନ ସାଇ କିଶୋର ଗୋଟିଏ ଓ୍ୱିକେଟ ହାତେଇଥିଲେ। 


Also Read: History of Cricket: କ୍ରିକେଟର ଜୁଆ ସମ୍ପର୍କ, ଦିନେ ଖୋଲାଖୋଲି କ୍ରିକେଟରେ ଲାଗୁଥିଲା ବାଜି !


Also Read: ବିଧାନସଭାରେ ଆଜି ସପ୍ତମ ଦିବସ: ପ୍ରଶ୍ନକାଳରେ ପଞ୍ଚାୟତିରାଜ ସହ ରହିଛି ୬ ବିଭାଗ