History of Cricket: କ୍ରିକେଟର ଜୁଆ ସମ୍ପର୍କ, ଦିନେ ଖୋଲାଖୋଲି କ୍ରିକେଟରେ ଲାଗୁଥିଲା ବାଜି !
Advertisement
Article Detail0/zeeodisha/odisha1897394

History of Cricket: କ୍ରିକେଟର ଜୁଆ ସମ୍ପର୍କ, ଦିନେ ଖୋଲାଖୋଲି କ୍ରିକେଟରେ ଲାଗୁଥିଲା ବାଜି !

History of Cricket: ଆପଣ ହୁଏତ ଜାଣିନଥିବେ ଏହି ବିଦେଶୀ ଖେଳର ଆରମ୍ଭ ପଛରେ ରହିଛି ଜୁଆ । ଜୁଆ ଖେଳିବା ପାଇଁ ବ୍ରିଟିଶ ଭଦ୍ରଲୋକମାନେ କ୍ରିକେଟ୍ ଖେଳର ଉଦ୍ଭାବନ କରିଥିଲେ ବୋଲି କୁହାଯାଏ । ଆସନ୍ତୁ ବିଶ୍ୱକପ୍ ପୂର୍ବରୁ ଆଜି ଜାଣିବା କ୍ରିକେଟର ଜୁଆ ସମ୍ପର୍କ। 

History of Cricket: କ୍ରିକେଟର ଜୁଆ ସମ୍ପର୍କ, ଦିନେ ଖୋଲାଖୋଲି କ୍ରିକେଟରେ ଲାଗୁଥିଲା ବାଜି !

History of Cricket : ଇଟ୍ କ୍ରିକେଟ୍, ଡ୍ରିଙ୍କ୍ କ୍ରିକେଟ୍ ଆଣ୍ଡ୍ ସ୍ଲିପ୍ କ୍ରିକେଟ୍ । ୧୯୯୦ ଦଶକର ମଧ୍ଯ ଭାଗରେ ଗୋଟିଏ ଥଣ୍ଡା କମ୍ପାନୀର ଏହି ବିଜ୍ଞାପନ ବେଶ୍ ଲୋକପ୍ରିୟ ହୋଇଥିଲା । କ୍ରିକେଟ୍ ପାଗଳ ଦେଶରେ କ୍ରିକେଟ୍ ଛୁଙ୍କ ଦେଇ ଆମେରିକୀୟ କମ୍ପାନୀ ନିଜ ସେଲ୍ ଆକାଶ ଛୁଆଁ କରିଥିଲା । ଦିନ ରାତି କ୍ରିକେଟ୍ ସ୍ୱପ୍ନ ଦେଖୁଥିବା ଭାରତୀୟଙ୍କ ପାଇଁ କ୍ରିକେଟ୍ ଏକରକମ ଦେଶୀ ଖେଳ । ଏତେ ଦେଶୀ ଯେ, ଏହା ଉପରେ ବାଜି ବି ଲାଗେ । କ୍ରିକେଟ କଥା ଜାଣିଥିବା ଉଣାଅଧିକେ ସମସ୍ତେ ମ୍ୟାଚ୍ ଫିକ୍ସିଂ (Match fixing) କଥା ବି ଜାଣିଥିବେ । ତେବେ ଆପଣ ହୁଏତ ଜାଣିନଥିବେ ଏହି ବିଦେଶୀ ଖେଳର ଆରମ୍ଭ ପଛରେ ରହିଛି ଜୁଆ । ଜୁଆ ଖେଳିବା ପାଇଁ ବ୍ରିଟିଶ ଭଦ୍ରଲୋକମାନେ କ୍ରିକେଟ୍ ଖେଳର ଉଦ୍ଭାବନ କରିଥିଲେ ବୋଲି କୁହାଯାଏ । ଆସନ୍ତୁ ବିଶ୍ୱକପ୍ ପୂର୍ବରୁ ଆଜି ଜାଣିବା କ୍ରିକେଟର ଜୁଆ ସମ୍ପର୍କ (gambling relationship) ।

କ୍ରିକେଟ୍ କେମିତି ଆରମ୍ଭ ହେଲା ତାକୁ ନେଇ ଅନେକ କାହାଣୀ ଅଛି । ଅନେକ ମତ ଅଛି । କୁହାଯାଏ ଯେ, ପ୍ରଥମେ ବ୍ରିଟେନର କିଛି ଅଂଚଳରେ ଗୋଟିଏ ବାଡିରେ ବଲକୁ ପିଟିବାର ଗୋଟିଏ ଖେଳ ଥିଲା । ପରେ ବାଡି଼ ବ୍ୟାଟର ରୂପ ନେଲା ଓ ଆଧୁନିକ କ୍ରିକେଟର ଜନ୍ମ ହୋଇଥିଲା । ବ୍ରିଟେନର ଅଷ୍ଚାଦଶ ଶତାବ୍ଦୀ ବେଳକୁ ଏହି ଖେଳର ବିସ୍ତାର ଜୁଆ ଖେଳିବା ପାଇଁ ହୋଇଥିଲା । ତେଣୁ ଏହି ଖେଳ ବ୍ରିଟେନର ଆଭିଜାତ୍ୟ ବର୍ଗ ମଧ୍ଯରେ ଲୋକପ୍ରିୟ ହେୋଇଥିଲା । ଧନି ମାନି ଲୋକ ମ୍ୟାଚ୍ ଦେଖିବାକୁ ଆସି ବାଜି ଲଗାଉଥିଲେ । ବ୍ରିଟେନର ଧନୀକ ବର୍ଗର ଲର୍ଡ୍ସ ମାନେ ନିଜନିଜର ଟିମ୍ ରଖୁଥିଲେ । ଠିକ୍ ଆଜିକାର ଆଇପିଏଲ ଫାଂଚାଇଜ୍ ଭଳି । ଏହା ପଛର କାରଣ ଥିଲା ଯେ, ନିଜ ଟିମ୍ ରହିଲେ ଟିମ୍ ଉପରେ ନିୟନ୍ତ୍ରଣ ରହିବ । ନିୟନ୍ତ୍ରଣ ରହିଲେ ବାଜିରେ ଲାଗୁଥିବା ଟଙ୍କା ସୁରକ୍ଷିତ ରହିବାର ସମ୍ଭାବନ ଅଧିକ ହେବ । ସେହି ସମୟରେ ଯେଉଁ ସବୁ କାଉଣ୍ଟି ଟିମ୍ ତିଆରି ହୋଇଥିଲା ଆଜି ମଧ୍ଯ ସେଥିରୁ କିଛି ଅଛନ୍ତି । କେବଳ ଧନିକ ଶ୍ରେଣୀର ଲୋକ ସେତେବେଳେ କ୍ରିକେଟ ମ୍ୟାଚରେ ବାଜି ଲଗାଉନଥିଲେ,ସାଧାରଣ ଦର୍ଶକ ମଧ୍ଯ ଏହି ଜୁଆରେ ଭାଗ ନେଉଥିଲେ । 

କ୍ରିକେଟ ସେତେବେଳେ ଘୋଡ଼ାଦୌଡ଼ ଭଳି ଥିଲା । ଏବେ ରେସ୍ କୋର୍ସରେ ଘୋଡ଼ାଙ୍କ ଉପରେ ଯେମିତି ବାଜି ଲାଗୁଛି ସେତେବେଳେ ସେମିତି ଖୁଲମଖୁଲା ମ୍ୟାଚ୍ ବେଳେ ବାଜି ଲାଗୁଥିଲା । ସବୁଠାରୁ ବଡ଼ କଥା ହେଉଛି ସେହି ସମୟରେ ଖବରକାଗଜରେ କ୍ରିକେଟ୍ ମ୍ୟାଚ୍ ନେଇ ଯେଉଁ ରିପୋର୍ଟ ପ୍ରକାଶିତ ହେଉଥିଲା ସେଥିରେ ଖେଳାଳୀଙ୍କ ପ୍ରଦର୍ଶନ ଉପରେ କମ ମ୍ଯାଚରେ କିଏ ଜିତିବ କିଏ ହାରିବ ତାକୁ ନେଇ ଅଧିକ ଅନୁମାନ ରହୁଥିଲା । ଏଭଳି ହେବାର କାରଣ ଥିଲା ଟେଷ୍ଟ୍ ମ୍ୟାଚ୍ ଦେଖିବାକୁ ଯାଉଥିବା ଦର୍ଶକ ଯେମିତି ରିପୋର୍ଟରଙ୍କ ‘ଅନୁମାନ’ ଆଧାରରେ ଟଙ୍କା ବାଜି ଲଗାଇ ପାରିବେ । ସବୁଠାରୁ ବଡ଼ କଥା ହେଉଛି ଅଲଗା ଖେଳର ନିୟମକୁ ’ରୁଲସ୍’ କୁହାଯାଏ କିନ୍ତୁ କ୍ରିକେଟର ନିୟମକୁ ‘ଲ’ (Law) ବା ଆଇନ ବୋଲି କୁହାଯାଏ । ଏହାର କାରଣ ମଧ୍ଯ ଇତିହାସରେ ରହିଛି । ମ୍ୟାଚରେ ବଡ଼ ଧରଣର ବାଜି ଲଗାଉଥିବା ବ୍ଯକ୍ତିମାନଙ୍କ ଅର୍ଥର ସୁରକ୍ଷା ପାଇଁ କ୍ରିକେଟର ପ୍ରାରମ୍ଭିକ ନିୟମ ତିଆରି ହୋଇଥିଲା । ତେଣୁ କ୍ରିକେଟର ନିୟମକୁ ଆଇନ କୁହାଯାଏ । ଅନ୍ୟପକ୍ଷରେ ବାକି ଖେଳର ନିୟମ ହେଉଛି ରୁଲ୍ସ  ବା ନିୟମ ।

ପାଖାପାଖି ଦୁଇଶହ ବର୍ଷ ତଳେ କ୍ରିକେଟରେ ଜୁଆ କିଛି ବେଆଇନ୍ ନଥିଲା ।  କିନ୍ତୁ ବିଂଶ ଶତାବ୍ଦୀ ବେଳକୁ ଚିତ୍ର ବଦଳି ଯାଇଥିଲା । କ୍ରିକେଟ୍ ପିଚରେ କମ ଖେଳାଯାଉଥିଲା ପରଦା ପଛରେ ଫିକ୍ସର ମାନେ ମ୍ୟାଚ୍ ଫିକ୍ସିଂ କରୁଥିଲେ ବୋଲି ଅଭିଯୋଗ ଆସିବାକୁ ଲାଗିଲା । ଦିନେ ଯାହା ଆଇନଗତ ଲାଗୁଥିଲା ସେଥିପାଇଁ ବଡ଼ବଡ଼ କ୍ରିକେଟରଙ୍କ କ୍ୟାରିୟର ବରବାଦ ହୋଇଗଲା । ଭାରତର ଅଜୟ ଜାଡେଜାଙ୍କଠାରୁ ଦକ୍ଷୀଣ ଆଫ୍ରିକାର ହାନସି କ୍ରୋନିଏ ଏଥିପାଇଁ ବଦନାମ ନାୟକ ପାଲଟି ଯାଇଥିଲେ । 

Also Read- Financial Tips: ପ୍ରତିମାସରେ ମାତ୍ର ଏତିକି ଟଙ୍କାର SIP କରି ହୁଅନ୍ତୁ କୋଟିପତି, ଆସନ୍ତୁ ଜାଣିବା କିପରି?

Also Read- Iron Foods: ଆଇରନରେ ଭରପୁର ଏହି ୫ ଖାଦ୍ଯ, ଦୂର କରିବ ରକ୍ତହୀନତା