Test Ranking:  ନୂଆଦିଲ୍ଲୀ: ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରିବା ପରେ ଭାରତୀୟ ଦଳ ଚତୁର୍ଥରୁ ତୃତୀୟ ସ୍ଥାନକୁ ଉଠିଛି। ସେପଟେ ଗାବା ଟେଷ୍ଟରେ ବିଜୟ ହାସଲ କରି ଭାରତକୁ ଏକ ବଡ଼ ଉପହାର ଦେଇଛି ଅଷ୍ଟ୍ରେଲିଆ। ଗାବା ଟେଷ୍ଟରେ ଅଷ୍ଟ୍ରେଲିଆ ଠାରୁ ଦକ୍ଷିଣ ଆଫ୍ରିକା ପରାସ୍ତ ହେବା ଫଳରେ ଭାରତର ମାନ୍ୟତାରେ ଉନ୍ନତି ଘଟିଛି। ବର୍ତ୍ତମାନ ଟିମ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ର ଫାଇନାଲ ପାଇଁ ଅଷ୍ଟ୍ରେଲିଆ ପରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ଏଠାରେ କହିରଖୁଛୁ ଯେ ପ୍ରଥମ ଟେଷ୍ଟ ମ୍ୟାଚରେ ବାଂଲାଦେଶକୁ ୧୮୮ ରନ୍ ବ୍ୟବଧାନରେ ପରାସ୍ତ କରି ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପଏଣ୍ଟ ଟେବୁଲରେ ପଏଣ୍ଟ ହାସଲ କରିଛି। ସେପଟେ ଅଷ୍ଟ୍ରେଲିଆଠାରୁ ବଡ଼ ବ୍ୟବଧାନରେ ପରାଜିତ ହେବା ପରେ ଦକ୍ଷିଣ ଆଫ୍ରିକାର ସଂଖ୍ୟାରେ ହ୍ରାସ ଘଟିଛି। ଫଳରେ ଭାରତର ମାନ୍ୟତାରେ ଉନ୍ନତି ଘଟିଛି। 


COMMERCIAL BREAK
SCROLL TO CONTINUE READING

ବିଶ୍ୱ ଦଳ ଚାମ୍ପିଅନସିପ୍‌ର ସର୍ବଶେଷ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରୁ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚ୍ ପୂର୍ବରୁ ଶ୍ରୀଲଙ୍କା ଦଳ ତୃତୀୟ ସ୍ଥାନରେ ଥିବାବେଳେ ଦକ୍ଷିଣ ଆଫ୍ରିକା ଦଳ ଦ୍ୱିତୀୟ ସ୍ଥାନରେ ଥିଲା। ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ସର୍ବଶେଷ ପଏଣ୍ଟ ଟେବୁଲ ଅନୁଯାୟୀ ବର୍ତ୍ତମାନ ଭାରତୀୟ ଦଳ ୧୩ଟି ମ୍ୟାଚ ମଧ୍ୟରୁ ୭ଟି ଜିତି ୮୭ ପଏଣ୍ଟ ଯୋଡିଛନ୍ତି। ଭାରତୀୟ ଦଳର ବିଜୟ ପ୍ରତିଶତ ବର୍ତ୍ତମାନ ୫୫.୭୭ ପ୍ରତିଶତକୁ ବୃଦ୍ଧି ପାଇଛି। ଏଥି ସହିତ ଦକ୍ଷିଣ ଆଫ୍ରିକା ୫୪.୫୪ ପ୍ରତିଶତ ବିଜୟ ପଏଣ୍ଟ ସହ ଅଷ୍ଟ୍ରେଲିଆକୁ ହରାଇବା ପରେ ତୃତୀୟ ସ୍ଥାନକୁ ଖସି ଆସିଛି। ଅଷ୍ଟ୍ରେଲିଆ ୭୬.୯୨ ପ୍ରତିଶତ ମାର୍କ ସହିତ ପ୍ରଥମ ସ୍ଥାନରେ ରହିଛି।


ପ୍ରଦର୍ଶନକୁ ବଜାୟ ରଖିବାକୁ ହେବ
ଭାରତୀୟ ଦଳ ଓ୍ୱାର୍ଲଡ ଟେଷ୍ଟ ଚାମ୍ପିଅନସିପରେ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା ଅତ୍ୟନ୍ତ କଷ୍ଟଦାୟକ ରହିଛି। ବାଂଲାଦେଶକୁ ହରାଇ ଆଶାକୁ ପୁଣିଥରେ ଉଜ୍ଜିବିତ କରିଛି। ତେବେ ଟିମ ଇଣ୍ଡିଆକୁ ଆଗାମୀ ୫ଟି ମ୍ୟାଚରୁ ଅତି କମରେ ୪ଟି ମ୍ୟାଚରେ ବିଜୟ ହାସଲ କରିବାକୁ ହେବ। ଭାରତ ଓ ବାଂଲାଦେଶ ମଧ୍ୟରେ ସିରିଜର ଦ୍ୱିତୀୟ ଟେଷ୍ଟ ଆଗାମୀ ୨୨ ତାରିଖରେ ମୀରପୁରରେ ଖେଳାଯିବ। ଏହା ପରେ ଟିମ ଇଣ୍ଡିଆ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ୪ଟି ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛି। 


ରୋହିତ ଓ ବୁମରାହଙ୍କର ହୋଇପାରେ ପ୍ରତ୍ୟାବର୍ତ୍ତନ
ବାଂଲାଦେଶରେ ଖେଳାଯାଉଥିବା ଦୁଇଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଅଭିଜ୍ଞ ଖେଳାଳିଙ୍କ ବିନା ଘରୋଇ ଦଳ ବିପକ୍ଷରେ ଭାରତ ଏହି ବଡ଼ ବିଜୟ ହାସଲ କରିଥିଲା। ତେବେ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା ମଧ୍ୟ ଦଳରେ ସାମିଲ ହେବାକୁ ଯାଉଛନ୍ତି। ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଜସପ୍ରିତ ବୁମରାହ ମଧ୍ୟ ଦଳରେ ସାମିଲ ହେବାକୁ ଯାଉଛନ୍ତି।  


Also Read: FIH Hockey World Cup: ଆସନ୍ତାକାଲିଠୁ ଅଫଲାଇନରେ ମିଳିବ ହକି ବିଶ୍ୱକପ୍ ଟିକେଟ୍, ଜାଣନ୍ତୁ ଡିଟେଲ୍ସ