FIH Hockey World Cup: ଆସନ୍ତାକାଲିଠୁ ଅଫଲାଇନରେ ମିଳିବ ହକି ବିଶ୍ୱକପ୍ ଟିକେଟ୍, ଜାଣନ୍ତୁ ଡିଟେଲ୍ସ
Advertisement

FIH Hockey World Cup: ଆସନ୍ତାକାଲିଠୁ ଅଫଲାଇନରେ ମିଳିବ ହକି ବିଶ୍ୱକପ୍ ଟିକେଟ୍, ଜାଣନ୍ତୁ ଡିଟେଲ୍ସ

FIH Hockey World Cup 2023: ଦିନ ଗଣୁଛନ୍ତି ହକି ପ୍ରଶଂସକ । ଆଉ ଦିନ କେଇଟା ପରେ ଓଡ଼ିଶାରେ ହକି ମହାକୁମ୍ଭ। ଚଳିତ ଆର୍ଥିକ ବର୍ଷରେ କ୍ରୀଡ଼ା ବିଭାଗ ୭୫କୋଟି ଟଙ୍କା ହକି ବିଶ୍ବକପ ପାଇଁ ବ୍ୟୟ କରିବାକୁ ଘୋଷଣା କରିଛି ।  ଅନ୍ୟପଟେ ହକି ବିଶ୍ୱକପ ପାଇଁ  ସାରା ରାଜ୍ୟରେ ସିଟି ଫେଷ୍ଟିଭାଲ ଆୟୋଜନ ହେବା ନେଇ ପୂର୍ବରୁ ଘୋଷଣା ସରିଛି । ସ୍କୁଲ, କଲେଜରେ ଖେଳ ଓ ହକିର ପ୍ରମୋସନ କରାଯିବ ।

FIH Hockey World Cup: ଆସନ୍ତାକାଲିଠୁ ଅଫଲାଇନରେ ମିଳିବ ହକି ବିଶ୍ୱକପ୍ ଟିକେଟ୍, ଜାଣନ୍ତୁ ଡିଟେଲ୍ସ

FIH Hockey World Cup: ସାରା ରାଜ୍ୟରେ ଏବେ ଉତ୍ସବର ମାହୋଲ। କାରଣ ପାଖେଇ ଆସୁଛି ହକି ବିଶ୍ୱକପ୍ । ଏଥିପାଇଁ ସଜେଇ ହେଲେଣି ଭୁବନେଶ୍ୱର ଓ ରାଉରକେଲା। ଜାନୁଆରୀ ୧୩ରୁ ହକି ବିଶ୍ବକପ ଆରମ୍ଭ ହେବାକୁ ଥିବା ବେଳେ ୨୩ ଜାନୁଆରୀରେ ଭୁବନେଶ୍ୱରରେ କଳିଙ୍ଗ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳାଯିବ। ତେବେ ଏଥିପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟ ଡାଉନ । ଆସନ୍ତାକାଲିଠୁ ହକି ବିଶ୍ୱକପ୍ ପାଇଁ ଅଫଲାଇନ ଟିକେଟ ବିକ୍ରି ହେବାକୁ ଯାଉଛି। ଦିନ ୧୧ ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରାଉରକେଲା ଷ୍ଟାଡିୟମ ଓ ଭୁବନେଶ୍ୱର ଷ୍ଟାଡିୟମରେ ଟିକେଟ ବିକ୍ରି ହେବ। କଳିଙ୍ଗ ଷ୍ଟାଡିୟମର ଗେଟ୍ ନମ୍ବର ୮ ଓ ବିର୍ସା ମୁଣ୍ଡା ୨ ଓ ୬ ନମ୍ବର ଗେଟ ରେ ଅଫଲାଇନ ଟିକେଟ ବିକ୍ରି କରାଯିବ।  

ଅନ୍ୟପଟେ କିଛିଦିନ ତଳେ ମୁଖ୍ୟ ଶାସନ ସଚିବ ହକି ଖେଳ ଓ ଖେଳାଳିଙ୍କ ସୁବିଧା ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ । ଉଭୟ କଳିଙ୍ଗ ଓ ରାଉରକେଲା ଷ୍ଟାଡିୟମରେ (Rourkela Stadium) ସମସ୍ତ ବନ୍ଦୋବସ୍ତ କରାଯାଇଛି । ଖୁବଶୀଘ୍ର ରାଉରକେଲାକୁ (Rourkela) ବିମାନ ଚଳାଚଳ ଆରମ୍ଭ ହେବ । ରାଉରକେଲାରେ ଜାନୁଆରୀରୁ ମୋ ବସ ସେବା ମଧ୍ୟ ଆରମ୍ଭ ହେବ । ପାଖରେ ହକି ଟିକେଟ ଥିଲେ ଷ୍ଟାଡିୟମକୁ ମାଗଣାରେ ମୋ ବସରେ ଲୋକମାନେ ଯାଇପାରିବେ । ଆସନ୍ତା ୧୧ତାରିଖରେ କଟକରେ ହକି ବିଶ୍ବକପ ଉଦଘାଟନ କାର୍ଯ୍ୟକ୍ରମ ଅଛି । ସେହିପରି ଖେଳାଳିଙ୍କୁ ପ୍ରାଇଭେଟ ଜେଟ (Private Jet) ନେବା ଆଣିବା କରିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ । ସେହିପରି ଚଳିତ ଆର୍ଥିକ ବର୍ଷରେ କ୍ରୀଡ଼ା ବିଭାଗ ୭୫କୋଟି ଟଙ୍କା ହକି ବିଶ୍ବକପ ପାଇଁ ବ୍ୟୟ କରିବାକୁ ଘୋଷଣା କରିଛି ।  ଅନ୍ୟପଟେ ହକି ବିଶ୍ୱକପ ପାଇଁ  ସାରା ରାଜ୍ୟରେ ସିଟି ଫେଷ୍ଟିଭାଲ ଆୟୋଜନ ହେବା ନେଇ ପୂର୍ବରୁ ଘୋଷଣା ସରିଛି । ସ୍କୁଲ, କଲେଜରେ ଖେଳ ଓ ହକିର ପ୍ରମୋସନ କରାଯିବ ।

Also Read: FIFA World Cup: Sex Workerଙ୍କ ଜବରଦସ୍ତ ଅଫର, ଫ୍ରାନ୍ସ ଜିତିଲେ ସମସ୍ତଙ୍କୁ ମିଳିବ ଫ୍ରି ସେକ୍ସ

ହକି ମହାକୁମ୍ଭ ପୂର୍ବରୁ ହକି ବିଶ୍ବକପ୍ ଟ୍ରଫି (Hockey World cup Trophy) ପରିକ୍ରମା ଅଭିଯାନ ଆରମ୍ଭ ହୋଇସାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଫଆଇଏଚ୍ ଓଡ଼ିଶା ହକି ମେନ୍ସ  ୱାର୍ଲଡ କପ୍ ପାଇଁ ଟ୍ରଫି ଟୁରର ଶୁଭାରମ୍ଭ କରିଛନ୍ତି । ଏହାସହ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀଙ୍କୁ ଟ୍ରଫି ହସ୍ତାନ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ (Chief Minister Naveen Patnaik)। ୨୧ ଦିନ ଧରି ହକି ବିଶ୍ବକପ ଟ୍ରଫି ଦେଶର ୧୩ ସହର ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପରିକ୍ରମା କରିବ । ସେହି ରାଜ୍ୟ ଗୁଡ଼ିକ ହେଲା  ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, କର୍ଣ୍ଣାଟକ , ପଶ୍ଚିମବଙ୍ଗ, ମଣିପୁର, ଆସାମ, ଝାଡ଼ଖଣ୍ଡ ଓ ଛତିଶଗଡ଼ । ଡିସେମ୍ବର ୨୫ରେ ଟ୍ରଫି ଦେଶ ଭ୍ରମଣ କରିବା ପରେ ଓଡ଼ିଶା (Odisha) ଫେରିବ । ଏହାପରେ ଓଡ଼ିଶାର ସବୁ ଜିଲ୍ଲାକୁ ମଧ୍ୟ ପରିକ୍ରମା କରିବ ହକି ବିଶ୍ୱକପ୍ ଟ୍ରଫି ।

Also Read: Football Star Neymar: ୧୭ ବର୍ଷରୁ ଫୁଟବଲ ୧୯ ବର୍ଷରେ ବାପା, ଜାଣନ୍ତୁ ନେମାର କେତେ କୋଟିର ମାଲିକ

ରାଉରକେଲାରେ (Rourkela) ମ୍ୟାଚ ହେଉଥିବାରୁ ସୁନ୍ଦରଗଡ଼ର ୧୭ଟି ବ୍ଲକ୍ ବୁଲିବ ହକି ଟ୍ରଫି । ସୂଚନାନୁସାରେ ବିଶ୍ବକପ୍‌ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ମ୍ୟାଚ୍ ହେବାକୁ ଯାଉଛି ।