Bangladesh vs Ireland​: ଆୟର୍ଲାଣ୍ଡ ବିପକ୍ଷ ଘରୋଇ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ରେ ବାଂଲାଦେଶ କ୍ରିକେଟ୍ ଦଳ (Bangladesh vs Ireland) ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଏହି ମ୍ୟାଚ୍‌ରେ ବାଂଲାଦେଶ ନିଜର ଦିନିକିଆ ଇତିହାସରେ ସବୁଠୁ ବଡ଼ ସ୍କୋର କରିଛି । ଏହି ମ୍ୟାଚ୍ ବାଂଲାଦେଶର ସିଲହେଟ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ (Sylhet International Cricket Stadium) ଖେଳାଯାଇଥିଲା । ଏହି ମ୍ୟାଚରେ ଆୟର୍ଲାଣ୍ଡ (Ireland) ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଓ ଏହା ପରେ ବାଂଲାଦେଶ (Bangladesh) ୫୦ ଓଭରରେ ୩୩୮ ରନ୍ ସ୍କୋର କରି ଏକ ନୂତନ ଇତିହାସ ସୃଷ୍ଟି କରିଥିଲା ।


COMMERCIAL BREAK
SCROLL TO CONTINUE READING

ବାଂଲାଦେଶ ଅଧିନାୟକ ତମିମ ଇକବାଲ ମାତ୍ର ୩ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ, କିନ୍ତୁ ଏହା ପରେ ବାଂଲାଦେଶର ପ୍ରାୟ ସମସ୍ତ ବ୍ୟାଟ୍ସମ୍ୟାନ୍ କିଛି କିଛି ରନ୍ ସ୍କୋର କରି ଦଳର ମୋଟ ସ୍କୋର ବୃଦ୍ଧି କରିବାରେ ସାହାଯ୍ୟ କରିଥିଲେ । ବାଂଲାଦେଶର ଏହି ଇନିଂସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଥିଲା ଯେ କୌଣସି ବ୍ୟାଟ୍ସମ୍ୟାନ୍ ଶତକ ହାସଲ କରିନାହାଁନ୍ତି, ତଥାପି ଦଳ ଏତେ ବଡ଼ ସ୍କୋର କରିବାରେ ସଫଳ ହୋଇଥିଲା ।


ବାଂଲାଦେଶର ଏହି ଇନିଂସରେ ଶାକିବ-ଅଲ ହାସନ ସର୍ବାଧିକ ୯୩ ରନ୍ ସଂଗ୍ରହ କରିଥିଲେ । ତାଙ୍କ ବ୍ୟତୀତ ବାଂଲାଦେଶ ପାଇଁ ଡେବ୍ୟୁ କରିଥିବା ତାହିଦ୍ ହ୍ରିଡେ ମଧ୍ୟ ୯୨ ରନ୍‌ର ଚମତ୍କାର ଇନିଂସ ଖେଳି ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହି ଡେବ୍ୟୁ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞ ଶକିବଙ୍କ ସହ ମିଶି ଚତୁର୍ଥ ୱିକେଟରେ ୧୩୫ ରନ୍ ପାର୍ଟନରସିପ୍ କରିଥିଲେ । ତେବେ ଏହି ଉଭୟ ବ୍ୟାଟ୍ସମ୍ୟାନ୍ ନିଜ ନିଜ ଶତକରୁ ବଞ୍ଚିତ ହୋଇଥିଲେ । ତାଙ୍କ ପରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମୁଶଫିକୁର ରହୀମ୍ ୨୬ ବଲରେ ୪୪ ରନ୍ ଦ୍ରୁତ ଇନିଂସ ଖେଳି ୮ ଟି ୱିକେଟ୍ ହରାଇ ୫୦ ଓଭରରେ ତାଙ୍କ ଦଳର ସ୍କୋରକୁ ୩୩୮ ରନରେ ପହଞ୍ଚାଇଥିଲେ । ବାଂଲାଦେଶର ODI ଇତିହାସରେ ଏହା ଏପର୍ଯ୍ୟନ୍ତ ସବୁଠାରୁ ବଡ ସ୍କୋର ।



ଆୟର୍ଲାଣ୍ଡ ଦଳ ଇନିଂସର ଆରମ୍ଭ ଭଲ କରିଥିଲା ​​କିନ୍ତୁ ମାତ୍ର ୬୦ ରନ୍ ପରେ ସେମାନଙ୍କ ୱିକେଟ୍ ପଡିବାରେ ଲାଗିଥିଲା । ଆୟର୍ଲାଣ୍ଡ ଦଳ ୩୦.୫ ଓଭରରେ ସମସ୍ତ ୱିକେଟ୍ ହରାଇ କେବଳ ୧୫୫ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲା ଓ ଏହି ମ୍ୟାଚକୁ ୧୮୩ ରନରେ ହାରିଯାଇଥିଲା ।


ଏହା ବି ପଢ଼ନ୍ତୁ: T20 World Cup 2024: ICC ହଠାତ୍ ନେଲେ ଏହି ବଡ଼ ନିଷ୍ପତ୍ତି, ଏହି ଦେଶଠାରୁ ଛଡ଼ାଇ ନେଲେ ଟି-20 ବିଶ୍ୱକପ ଆୟୋଜନର ଅଧିକାର


ଏହା ବି ପଢ଼ନ୍ତୁ: IND vs AUS: ଟିମ୍ ଇଣ୍ଡିଆକୁ ମିଳିଗଲା ଋଷଭ ପନ୍ତଙ୍କ ରିପ୍ଲେସମେଣ୍ଟ! ନମ୍ୱର-୫ରେ ଖେଳିବେ ଏହି ଧୁରନ୍ଧର