Team India Squad for T20I series against West Indies: ଚଳିତ ମାସ ଶେଷରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ (Team India) ଘୋଷଣା କରାଯାଇଛି । ବିସିସିଆଇ (BCCI) ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅନୁଷ୍ଠିତ ହେବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ୧୮ ଜଣିଆ ଦଳ ଚୟନ କରିଛି । ଏହି ଗସ୍ତରେ ରୋହିତ ଶର୍ମା ଟି-୨୦ ସିରିଜରେ ଦଳର ଅଧିନାୟକ ଥିବାବେଳେ, ବିରାଟ କୋହଲି (Virat Kohli) ଦଳରୁ ବାଦ ପଡିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଆଶ୍ଚର୍ଯ୍ୟଜନକ କଥା ହେଉଛି ଆର ଅଶ୍ୱିନ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଭେଟରାନ ଅଫ୍ ସ୍ପିନର ପ୍ରଥମ ଟି-୨୦ ବିଶ୍ୱକପ୍‌ରେ ଏକ ସୁଯୋଗ ପାଇଥିଲେ, କିନ୍ତୁ ଏହା ପରେ ସେ କେବଳ ଗୋଟିଏ ସିରିଜ୍ ଖେଳି ଦଳରୁ ବାଦ ପଡିଥିଲେ । ତେବେ ଭଲ କଥା ହେଉଛି କେ.ଏଲ୍ ରାହୁଲ ଓ କୁଲଦୀପ ଯାଦବ ମଧ୍ୟ ଫେରିଛନ୍ତି, କିନ୍ତୁ ଏହି ଖେଳାଳିମାନେ ଫିଟନେସ୍ ଟେଷ୍ଟ ପାସ୍ କରିବା ପରେ ହିଁ ଦଳରେ ସାମିଲ ହୋଇ ଫେରିପାରିବେ।


ଏହି ଗସ୍ତ ପାଇଁ ବିରାଟ କୋହଲି ଦଳରେ ସ୍ଥାନ ପାଇନାହାଁନ୍ତି । ତାଙ୍କୁ ODI ଦଳରୁ ବିଶ୍ରାମ ଦିଆଯାଇଥିବାବେଳେ ବିସିସିଆଇ ଟି-୨୦ ସିରିଜ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ । ଯଦି କୁହାଯାଏ ଯେ ସେ ଟି-୨୦ ଦଳରୁ ବାଦ ପଡିଛନ୍ତି ତେବେ ଏହା ଭୁଲ ହେବ ନାହିଁ । ତେବେ ତାଙ୍କ ଆଘାତକୁ ଦେଖିଲେ କୁହାଯାଇପାରେ ଯେ ତାଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ବ୍ୟତୀତ ଜସପ୍ରୀତ ବୁମ୍ରାଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି । ଟିମ୍ ଇଣ୍ଡିଆକୁ ମଧ୍ୟ ଅଗଷ୍ଟ ଶେଷରେ ଏସିଆ କପ୍ ଖେଳିବାକୁ ଥିବାରୁ ବୁମ୍ରାଙ୍କୁ କାର୍ଯ୍ୟଭାର ପରିଚାଳନାର ଏକ ଅଂଶ ଭାବରେ ବିଶ୍ରାମ ଦିଆଯାଇଛି ।


ବିରାଟ ଓ ବୁମ୍ରାଙ୍କ ବ୍ୟତୀତ ୟୁଜବେନ୍ଦ୍ର ଚହଲଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି, ଯିଏ ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଅଂଶ ହେବ ନାହିଁ । କ୍ରମାଗତ ତିନିଟି ସିରିଜ୍ ପାଇଁ ଉମ୍ରାନ୍ ମଲିକ୍ ମନୋନୀତ ହୋଇଥିଲେ, ଯେଉଁଥିରେ ସେ ଦୁଇଟି ସୁଯୋଗ ପାଇଥିଲେ, କିନ୍ତୁ ଚତୁର୍ଥ ସିରିଜରେ ସେ ଡ୍ରପ୍ ହୋଇଛନ୍ତି । ଏହା ବ୍ୟତୀତ ରୁତୁରାଜ ଗାଇକ୍ଵାଡ ଓ ସଞ୍ଜୁ ସାମସନଙ୍କୁ ମଧ୍ୟ ଡ୍ରପ କରାଯାଇଛି । ସାମସନ ଯଦିଓ ଏକ ଭଲ ଇନିଂସ ଖେଳିଥିଲେ, କିନ୍ତୁ ଗାଇକ୍ଵାଡ ଫର୍ମ ସହ ସଂଘର୍ଷ କରୁଥିବାର ଦେଖାଯାଇଥିଲା ।


ୱେଷ୍ଟଇଣ୍ଡିଜ୍ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ:


ରୋହିତ ଶର୍ମା (ଅଧିନାୟକ), ଇଶାନ କିଶାନ, କେ.ଏଲ୍ ରାହୁଲ *, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଶ୍ରେୟସ ଆୟର, ଦୀନେଶ କାର୍ତ୍ତିକ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଆର ଅଶ୍ୱିନ, ରବି ବିଷ୍ଣୋଇ, କୁଲଦୀପ ଯାଦବ *, ଆବେଶ ଖାନ, ହର୍ଷଲ ପଟେଲ ଓ ଅର୍ଶଦୀପ ସିଂ ।


  * କେ.ଏଲ୍ ରାହୁଲ ଓ କୁଲଦୀପ ଯାଦବଙ୍କ ଦଳରେ ସ୍ମାଇଲ ହେବା ତାଙ୍କ ଫିଟନେସ୍ ଟେଷ୍ଟ ଉପରେ ନିର୍ଭର କରିବ । 


ଏହା ବି ପଢ଼ନ୍ତୁ: ଗବେଷଣାରେ ବଡ଼ ଖୁଲସା; ମହିଳାଙ୍କ ପରି ପୁରୁଷମାନଙ୍କର ମଧ୍ୟ ହୋଇଥାଏ Periods !