Team India Squad For ICC U19 World Cup 2024​: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଅଣ୍ଡର-୧୯ ବିଶ୍ୱକପ ୨୦୨୪ ଓ ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ଥିବା ଟ୍ରାଇ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି । ଭାରତ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟ୍ରାଇ ସିରିଜ୍ ୧୯ ଡିସେମ୍ବରରୁ ଖେଳାଯିବ ଓ ୧୦ ଜାନୁୟାରୀ ୨୦୨୪ ରେ ଫାଇନାଲ୍ ଅନୁଷ୍ଠିତ ହେବ । ତିନି ଜଣ ଖେଳାଳିଙ୍କୁ ଦଳରେ ଷ୍ଟାଣ୍ଡବାଇ ଭାବେ ଚରଣ କରାଯାଇଛି । ଉଦୟ ସାହାରଣ ଦଳର ନେତୃତ୍ୱ ନେବେ ।


COMMERCIAL BREAK
SCROLL TO CONTINUE READING

ବିସିସିଆଇର ଜୁନିଅର ଚୟନ କମିଟି ଏହି ଦଳ ଘୋଷଣା କରିଛି । ବିସିସିଆଇର ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଟ୍ରାଇ ସିରିଜ୍ ପରେ ଅଣ୍ଡର-୧୯ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିବ । ୧୯ ଜାନୁଆରୀ ୨୦୨୪ ରୁ ବିଶ୍ୱକପ୍ ଆରମ୍ଭ ହେବ । ଭାରତୀୟ ଦଳ ପ୍ରଥମେ ୨୦ ଜାନୁଆରୀରେ ବାଂଲାଦେଶ ବିପକ୍ଷରେ ମ୍ୟାଚ୍ ଖେଳିବ ।


ଟୁର୍ଣ୍ଣାମେଣ୍ଟର ମୋଟ ୧୬ଟି ଦଳ ଏ, ବି, ସି ଓ ଡି ର ତିନିଟି ଗ୍ରୁପରେ ସ୍ଥାନିତ ହୋଇଛି । ଗ୍ରୁପ୍-ଏ ରେ ଆମେରିକା, ବାଂଲାଦେଶ ଓ ଆୟର୍ଲାଣ୍ଡ ସହିତ ଟିମ୍ ଇଣ୍ଡିଆ ଉପସ୍ଥିତ ଅଛି । ବାଂଲାଦେଶ ବିପକ୍ଷରେ ଖେଳିବା ପରେ ଟିମ୍ ଇଣ୍ଡିଆ ୨୫ ଜାନୁଆରୀରେ ଆୟର୍ଲାଣ୍ଡ ବିପକ୍ଷ ବିଶ୍ୱକପର ଦ୍ୱିତୀୟ ମ୍ୟାଚ୍ ଓ ୧୮ ଜାନୁଆରୀରେ ଆମେରିକା ବିପକ୍ଷରେ ମ୍ୟାଚ୍ ଖେଳିବ ।


ଅଣ୍ଡର-୧୯ ବିଶ୍ୱକପ ଓ ଟ୍ରାଇ ସିରିଜ୍ ପାଇଁ ଭାରତୀୟ ଦଳ
ଉଦୟ ସାହାରଣ (ଅଧିନାୟକ), ଅର୍ଶିନ, ଆଦର୍ଶ ସିଂ, ରୁଦ୍ର ପଟେଲ, ସଚିନ ଦାସ, ପ୍ରିୟାଂଶୁ ମୋଲିୟା, ମୁଶିର, ଅବନୀଶ ରାଓ, ସୌମୀ ପାଣ୍ଡେ, ମୁରୁଗନ୍ ଅଭିଷେକ, ଇନେଶ ମହାଜନ, ଧନୁଷ ଗୌଡା, ରାଜ ଲିମ୍ବାନୀ, ନମାନ ତିୱାରୀ, ଆରାଧ୍ୟା ଶୁକ୍ଲା


ଟ୍ରାଇ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଷ୍ଟାଣ୍ଡବାଇ ଖେଳାଳି
ପ୍ରେମ ଦେୱକର, ଅଂଶ ଗୋସାଇ, ମୋହମ୍ମଦ ଅମାନ 


କହି ରଖୁଛୁ ଯେ, ୧୫ ଜଣିଆ ଦଳ ଓ ତିନି ଜଣ ଷ୍ଟାଣ୍ଡବାଇ ବ୍ୟତୀତ, ବିସିସିଆଇରେ ଚାରିଜଣ ବ୍ୟାକଅପ୍ ଖେଳାଳି ମଧ୍ୟ ସାମିଲ ହୋଇଛନ୍ତି, ଯେଉଁଥିରେ ମହାରାଷ୍ଟ୍ରର ଦିଗବିଜୟ ପାଟିଲ, ହରିୟାଣାର ଜୟନ୍ତ ଗୋୟତ, ତାମିଲନାଡୁର ପି ବିଗ୍ନେଶ ଓ ମହାରାଷ୍ଟ୍ରର କିରଣ ଚୋରମାଲେ ଅନ୍ତର୍ଭୁକ୍ତ ।