BCCI pay equity policy, ନୂଆଦିଲ୍ଲୀ: ଭାରତ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଏକ ବଡ଼ ଘୋଷଣା କରିଛି। ବିସିସିଆଇ pay equity policy ଲାଗୁ କରିଛି। ପ୍ରଥମ ଥର ପାଇଁ ମହିଳା କ୍ରିକେଟରଙ୍କୁ ପାଉଣାରେ ସମାନତା ଅଧିକାର ମିଳିଛି। ବିସିସିଆଇ ମୁଖ୍ୟ ପଦରୁ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ସରିବା ତଥା ନୂଆ ପ୍ୟାନେଲ ଗଠନ ପରେ ଏହି ଐତିହାସିକ ସଂସ୍କାର ଆସିଛି। ଗୁରୁବାର ଟ୍ୱିଟ କରି ବିସିସିଆଇ ସଚିବ ଜୟ ଶାହା ଏହି ସୂଚନା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଏଣିକି ଟିମ ଇଣ୍ଡିଆର ଉଭୟ ପୁରୁଷ ଓ ମହିଳା କ୍ରିକେଟରଙ୍କ ପାଇଁ ମ୍ୟାଚ୍ ଫି ସମାନ ହେବ। ମହିଳା କ୍ରିକେଟରଙ୍କୁ ମ୍ୟାଚ୍ ଫି ଦୃଷ୍ଟିରୁ ପୁରୁଷ କ୍ରିକେଟରଙ୍କ ସହ ସମାନ କରିବା ଏକ ବୈପ୍ଳବିକ ନିଷ୍ପତ୍ତି। ବିସିସିଆଇ ସଚିବ ଜୟ ଶାହା ନିଶ୍ଚିତ କରିଛନ୍ତି ଯେ, ଚୁକ୍ତିଭିତ୍ତିକ ବରିଷ୍ଠ ମହିଳା କ୍ରିକେଟରମାନେ ପୁରୁଷଙ୍କ ଭଳି ସମାନ ମ୍ୟାଚ୍ ଫି ପାଇବେ। ବିସିସିଆଇର pay equity policyକୁ ଖୁବ ପ୍ରଶଂସା କରାଯାଉଛି। ସୌରଭ ଗାଙ୍ଗୁଲି ଗଲାପରେ ଏହି ସଂସ୍କାର ଆସିଥିବାରୁ ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠୁଛି। ଯଦି ମହିଳା ଓ ପୁରୁଷ କ୍ରିକେଟର ସମାନ, ତେବେ ବିସିସିଆଇ ପୂର୍ବରୁ ଏହି ପଲିସି କାହିଁକି ଲାଗୁ କରିନଥିଲା ବୋଲି କ୍ରିଡାପ୍ରେମିମାନେ ପ୍ରଶ୍ନ କରିଛନ୍ତି।




ଗୁରୁବାର ବିସିସିଆଇ ସଚିବ ଜୟ ଶାହା ଟ୍ୱିଟ କରି କହିଛନ୍ତି, "ଭେଦଭାବ ଦୂରୀକରଣ ପାଇଁ ବିସିସିଆଇର ପ୍ରଥମ ପଦକ୍ଷେପକୁ ଘୋଷଣା କରି ମୁଁ ଖୁସି ଅଟେ। ଆମର ଚୁକ୍ତିଭିତ୍ତିକ ମହିଳା କ୍ରିକେଟରଙ୍କ ପାଇଁ ଆମେ ସମାନ ପାଉଣା ନୀତି କାର୍ଯ୍ୟକାରୀ କରୁଛୁ। ଆମେ ଲିଙ୍ଗଗତ ସମାନତାର ଏକ ନୂତନ ଯୁଗକୁ ଯାଉଛୁ ତେଣୁ ଉଭୟ ପୁରୁଷ ଏବଂ ମହିଳା କ୍ରିକେଟରଙ୍କ ପାଇଁ ମ୍ୟାଚ ଫି ସମାନ ହେବ। ପୁରୁଷଙ୍କ ପରି ମହିଳା କ୍ରିକେଟରଙ୍କୁ ଟେଷ୍ଟ ପାଇଁ ୧୫ ଲକ୍ଷ, ଦିନିକିଆ ପାଇଁ ୬ ଲକ୍ଷ ଓ ଟି-୨୦ ପାଇଁ ୩ ଲକ୍ଷ ଟଙ୍କା ମିଳିବ।"


Also Read: ବିରାଟ କୋହଲିଙ୍କ ପାଖରେ ଇତିହାସ ରଚିବାର ବଡ଼ ସୁଯୋଗ


ବିସିସିଆଇ ଏଜିଏମରେ ନିଷ୍ପତ୍ତି ନିଆଯିବାର କିଛି ଦିନ ପରେ ଏହି pay equity policy ଘୋଷଣା କରାଯାଇଛି। ୨୦୧୭ ମହିଳା ବିଶ୍ୱକପରେ ଭାରତୀୟ ଦଳ ରନର୍ସଅପ୍ ହେବା ପରଠାରୁ ବିସିସିଆଇ ମହିଳା କ୍ରିକେଟ୍ ପ୍ରତି ଆଗ୍ରହ ଦେଖାଇଛି। ଏହା ପରେ ଦଳ ୨୦୨୦ରେ ଟି-୨୦ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଥିଲା। ୨୦୨୨ କମନୱେଲଥ ଗେମ୍ସରେ ଭାରତୀୟ ମହିଳା କ୍ରିକେଟ ଦଳ ରୌପ୍ୟ ପଦକ ଜିତିଛି। ୨୦୨୩ରେ ମହିଳା ଦଳ ପ୍ରଥମ ଆଇପିଏଲ ସିଜିନ ଖେଳିବ। ଭାରତ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ pay equity policy ଘୋଷଣା କରିଛି।


ସୂଚନାନୁସାରେ, ଟିମ୍ ଇଣ୍ଡିଆର ବରିଷ୍ଠ ମହିଳା କ୍ରିକେଟରଙ୍କୁ ମ୍ୟାଚ ପିଛା ମାତ୍ର ୨୦ ହଜାର ଟଙ୍କା ମିଳୁଥିଲା। ଏହା ୧୯ ବର୍ଷରୁ କମ୍ ପୁରୁଷ କ୍ରିକେଟରଙ୍କ ସହ ସମାନ। କିନ୍ତୁ ସେହି ସମାନ ମ୍ୟାଚ ପାଇଁ ବରିଷ୍ଠ ପୁରୁଷ ଦଳକୁ ୬୦ ହଜାର ଟଙ୍କା ପାଉଣା ମିଳୁଛି। ଫଳରେ ପୁରୁଷ ଓ ମହିଳା କ୍ରିକେଟରଙ୍କ ମ୍ୟାଚ ଫି'ରେ ଏକ ବଡ ପାର୍ଥକ୍ୟ ଥିଲା। ଯହା ବର୍ତ୍ତମାନ ଦୂର ହୋଇଯାଇଛି। ୨୦୨୨ ପୂର୍ବରୁ ଭାରତର ମହିଳା କ୍ରିକେଟରଙ୍କୁ ମ୍ୟାଚ ପିଛା ମାତ୍ର ୧୨୫୦୦ ଟଙ୍କା ଦିଆଯାଉଥିଲା।