BCCI Annual Central Contracts: ଭାରତୀୟ କ୍ରିକେଟ ଦଳ (Indian Cricket Team) ବର୍ତ୍ତମାନ ବାଂଲାଦେଶ (Bangladesh) ଗସ୍ତରେ ଅଛି । ଡିସେମ୍ବର ୧୪ରୁ ଭାରତ ଓ ବାଂଲାଦେଶ ଦଳ ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଏକ ଟେଷ୍ଟ ସିରିଜ୍ (India vs Bangladesh) ଖେଳା ଯିବା ଅଛି । ଏସବୁ ମଧ୍ୟରେ ଭାରତୀୟ ଦଳ (Team India) ର ଦୁଇ ଖେଳାଳିଙ୍କ ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ମିଡିଆ ରିପୋର୍ଟ ଅନୁଯାୟୀ, ଟିମ୍ ଇଣ୍ଡିଆର ଦୁଇ ଖେଳାଳିଙ୍କ କ୍ୟାରିୟର ଶେଷ କରିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ନିଷ୍ପତ୍ତି ନେଇସାରିଛି । ବିସିସିଆଇ ସେମାନଙ୍କୁ ଖୁବ ଶୀଘ୍ର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାହାର କରିବାକୁ ଯାଉଛି । 


COMMERCIAL BREAK
SCROLL TO CONTINUE READING

ଖବର ସରବରାହ ସଂସ୍ଥା ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ବୋର୍ଡର ଆପେକ୍ସ କାଉନସିଲ ବୈଠକ (Board's Apex Council meeting) ରେ ୨୦୨୨-୨୩ ସିଜନ ପାଇଁ ତାଲିକାକୁ ଚୂଡ଼ାନ୍ତ କରିବା ପାଇଁ ବିସିସିଆଇ (BCCI) ଟେଷ୍ଟ କ୍ରିକେଟର ଅଜିଙ୍କ୍ୟ ରାହାନେ (Ajinkya Rahane) ଓ ଇଶାନ୍ତ ଶର୍ମା  (Ishant Sharma) ଙ୍କୁ ନିଜର ବାର୍ଷିକ କେନ୍ଦ୍ରୀୟ ଚୁକ୍ତି Annual Central Contracts) ରୁ ହଟାଇ ପାରେ । ଏହି ଦୁଇ ଖେଳାଳି ବିଗତ ଅନେକ ଦିନ ଧରି ଟିମ୍ ଇଣ୍ଡିଆର ଏକ ଅଂଶ ହୋଇପାରି ନାହାଁନ୍ତି ।


ଇଶାନ୍ତ ଶର୍ମା (Ishant Sharma) ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ନଭେମ୍ବର ୨୦୨୧ରେ ଖେଳିଥିଲେ । ଇଶାନ୍ତ ଶର୍ମା ଟିମ୍ ଇଣ୍ଡିଆ (Team India) ପାଇଁ ୧୦୦ରୁ ଅଧିକ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କ କ୍ୟାରିୟର ପ୍ରାୟ ଶେଷ ହୋଇଥିବାର ଦେଖାଯାଉଛି । ଏଥି ସହିତ ଅଜିଙ୍କ୍ୟ ରାହାଣେ (Ajinkya Rahane) ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆର ଅଂଶ ହୋଇପାରିନଥିଲେ । ଅଜିଙ୍କ୍ୟ ରାହାଣେ ଚଳିତ ବର୍ଷ ଆରମ୍ଭରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆ ପାଇଁ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ, ସେବେଠାରୁ ତାଙ୍କୁ ଦଳରୁ ବାହାରେ ରଖାଯାଇଛି ।


ସେପଟେ ଟିମ୍ ଇଣ୍ଡିଆ (Team India) ର ଷ୍ଟାର୍ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ସାହା (Wriddhiman Saha) ଙ୍କୁ ୩୮ ବର୍ଷ ବୟସ ହୋଇଛି । ରିଦ୍ଧିମାନ ସାହା ମଧ୍ୟ ଗତ ଏକ ବର୍ଷ ଧରି ଟିମ୍ ଇଣ୍ଡିଆର ଅଂଶ ହୋଇପାରିନାହାଁନ୍ତି । ତାଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ମଧ୍ୟ ବାହାର କରାଯାଇପାରେ । ଭାରତୀୟ ଦଳ ପାଇଁ ରିଦ୍ଧିମାନ ସାହା ୪୦ଟି ଟେଷ୍ଟ ଓ ୯ଟି ODI ଖେଳିଛନ୍ତି । ଏଠାରେ କହି ରଖୁଛୁ ଯେ, ଡିସେମ୍ବର ୨୧ରେ ବୋର୍ଡର ଆପେକ୍ସ କାଉନସିଲ୍ ବୈଠକରେ ୨୦୨୨-୨୩ ସିଜନ ପାଇଁ ତାଲିକା ଚୂଡ଼ାନ୍ତ ହେବାପରେ ଶୁଭମାନ ଗିଲ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଫାଇଦା ହୋଇପାରେ ।


ଏହା ବି ପଢ଼ନ୍ତୁ:-ମିଳିଯାଇଛି ନର୍କ! ଏହି ଗ୍ରହରେ ମଣିଷ ପାଦ ରଖିବା ମାତ୍ରେ ଜଳି ହୋଇଯିବେ ପାଉଁଶ, ଜାଣି ନିଅନ୍ତୁ ତାପମାତ୍ରା


ଏହା ବି ପଢ଼ନ୍ତୁ:-ରୋହିତ ଶର୍ମାଙ୍କ ସ୍ଥାନରେ ୩୦ ବର୍ଷୀୟ ଏହି ଖେଳାଳି ହଠାତ୍ ହେଲେ ଅଧିନାୟକ, ପଡ଼ିଆରେ ଧୋନିଙ୍କ ଭଳି ନିଅନ୍ତି ନିଷ୍ପତ୍ତି


ଏହା ବି ପଢ଼ନ୍ତୁ:-ଇଂଲଣ୍ଡ ବିପକ୍ଷରେ ପରାସ୍ତ ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରୁ ବାହାର ହେଲା ପାକିସ୍ତାନ, ଜାଣନ୍ତୁ ଟିମ୍ ଇଣ୍ଡିଆର ସ୍ଥିତି


 


ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ପିଟିଆଇକୁ କହିଛନ୍ତି ଯେ, ସୂର୍ଯ୍ୟ କୁମାର (Suryakumar Yada) ଗ୍ରୁପ୍ ସିରେ ଥିଲେ କିନ୍ତୁ ଗତ ଏକ ବର୍ଷ ମଧ୍ୟରେ ତାଙ୍କର ପ୍ରଦର୍ଶନ ଯୋଗୁଁ ଅନ୍ତତଃ ପକ୍ଷେ ଗ୍ରୁପ୍ ବିରେ ସାମିଲ କରାଯାଇପାରେ । ସେ ବର୍ତ୍ତମାନ ଟି-20 ଆଇସିସି ମାନ୍ୟତାରେ ଦୁନିଆର ନମ୍ବର ୧ ବ୍ୟାଟ୍ସମ୍ୟାନ ଅଛନ୍ତି ଓ ଦିନିକିଆର ମଧ୍ୟ ପ୍ରବଳ ଦାବିଦାର ଅଛନ୍ତି । ଅନ୍ୟପକ୍ଷରେ ଭବିଷ୍ୟତର ଟି-20 ଅଧିନାୟକ ଭାବରେ ଦେଖାଯାଉଥିବା ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandy) ଙ୍କୁ ମଧ୍ୟ ଗ୍ରୁପ୍‌ ସିରୁ ଗ୍ରୁପ୍‌ ବିରେ ସାମିଲ କରାଯାଇପାରେ ।