World Test Championship Points Table: ଇଂଲଣ୍ଡ ବିପକ୍ଷରେ ପରାସ୍ତ ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରୁ ବାହାର ହେଲା ପାକିସ୍ତାନ, ଜାଣନ୍ତୁ ଟିମ୍ ଇଣ୍ଡିଆର ସ୍ଥିତି
Advertisement

World Test Championship Points Table: ଇଂଲଣ୍ଡ ବିପକ୍ଷରେ ପରାସ୍ତ ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରୁ ବାହାର ହେଲା ପାକିସ୍ତାନ, ଜାଣନ୍ତୁ ଟିମ୍ ଇଣ୍ଡିଆର ସ୍ଥିତି

World Test Championship Points Table:  ସିରିଜ୍ ପରାଜୟ ସହିତ ପାକିସ୍ତାନ ଦଳକୁ ଆଉ ଏକ ବଡ଼ ଝଟକା ଲାଗିଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ବର୍ତ୍ତମାନର ସିଜନରୁ ବାବର ଆଜାମ ବ୍ରିଗେଡ ଫାଇନାଲ ରେସରୁ ବାଦ ପଡିଛି । ପାକିସ୍ତାନକୁ ଫାଇନାଲ ରେସରେ ରହିବା ପାଇଁ ଏହି ମ୍ୟାଚ୍ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । କିନ୍ତୁ ତାହା ହୋଇପାରିଲା ନାହିଁ । 

World Test Championship Points Table: ଇଂଲଣ୍ଡ ବିପକ୍ଷରେ ପରାସ୍ତ ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରୁ ବାହାର ହେଲା ପାକିସ୍ତାନ, ଜାଣନ୍ତୁ ଟିମ୍ ଇଣ୍ଡିଆର ସ୍ଥିତି

World Test Championship Points Table: ମୁଲତାନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ପାକିସ୍ତାନକୁ ୨୬ ରନରେ ପରାସ୍ତ କରିଛି । ଏହି ବିଜୟ ସହିତ ବେନ୍ ଷ୍ଟୋକ୍ସଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ (Pakistan vs England Test Series) ରେ ଅପରାଜିତ ୨-୦ରେ ଆଗୁଆ ରହିଛି । ସିରିଜ୍ ପରାଜୟ ସହିତ ପାକିସ୍ତାନ ଦଳ (Pakistan Team) କୁ ଆଉ ଏକ ବଡ଼ ଝଟକା ଲାଗିଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (World Test Championship) ର ବର୍ତ୍ତମାନର ସିଜନରୁ ବାବର ଆଜାମ ବ୍ରିଗେଡ ଫାଇନାଲ ରେସରୁ ବାଦ ପଡିଛି । ପାକିସ୍ତାନକୁ ଫାଇନାଲ ରେସରେ ରହିବା ପାଇଁ ଏହି ମ୍ୟାଚ୍ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । କିନ୍ତୁ ତାହା ହୋଇପାରିଲା ନାହିଁ । ଇଂଲଣ୍ଡ ଦଳ (England Team) ମଧ୍ୟ ଫାଇନାଲରେ ପହଞ୍ଚିବା ରେସରୁ ବାହାର ହୋଇଯାଇଛି ।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲ (World Test Championship Points Table) ରେ ଅଷ୍ଟ୍ରେଲିଆ ଦଳ ବର୍ତ୍ତମାନ ଶୀର୍ଷରେ ରହିଛି । ଅଷ୍ଟ୍ରେଲିଆ (Australian Team) ଏପର୍ଯ୍ୟନ୍ତ ୧୨ଟି ଟେଷ୍ଟ ମଧ୍ୟରୁ ୮ଟି ଜିତିଛି ଓ ଦଳ ପାଖରେ ୭୫ ପ୍ରତିଶତ ଅଙ୍କ ରଖିଛି । ଏହି ତାଲିକାରେ ଦକ୍ଷିଣ ଆଫ୍ରିକାର ଦଳ (South Africa Team) ଦ୍ୱିତୀୟ ସ୍ଥାନରେ ରହିଛି, ଦଳ ପାଖରେ ୬୦ ପ୍ରତିଶତ ଅଙ୍କ ରହିଛି । ଏହା ପରେ ଶ୍ରୀଲଙ୍କା ଦଳର ନମ୍ୱର ଆସେ, ଦଳ ପାଖରେ ୫୩.୩୩ ପ୍ରତିଶତ ଅଙ୍କ ରହିଛି । ଟିମ୍ ଇଣ୍ଡିଆ (Team India) ବିଷୟରେ କହିବାକୁ ଗଲେ, ଏହି ପଏଣ୍ଟ ଟେବୁଲରେ ଦଳ ବର୍ତ୍ତମାନ ଚତୁର୍ଥ ନମ୍ବରରେ ଅଛି ।

ରୋହିତ ଶର୍ମା (Rohit Sharma) ଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ (Indian Cricket Team) ୧୨ଟି ମ୍ୟାଚ ମଧ୍ୟରୁ ୬ଟି ଜିତିଥିବାବେଳେ ୪ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି ।  ଅନ୍ୟପଟେ ୨ଟି ମ୍ୟାଚ ଡ୍ରୋ ହୋଇଛି । ଭାରତୀୟ ଦଳ ପାଖରେ ବର୍ତ୍ତମାନ ୫୨.୦୮ ପ୍ରତିଶତ ଅଙ୍କ ରହିଛି । ଏହା ପରେ ଇଂଲଣ୍ଡ ସଂଖ୍ୟା ଦଳ ପାଖରେ ୪୪.୪୪ ପ୍ରତିଶତ ଅଙ୍କ ଅଛି । ପାକିସ୍ତାନ ଦଳ ବିଷୟରେ କହିବାକୁ ଗଲେ, ଦଳ ପାଖରେ ୪୨.୪୨ ପ୍ରତିଶତ ଅଙ୍କ ସହ ଷଷ୍ଠ ସ୍ଥାନକୁ ଖସି ଆସିଛି ।

ଟିମ୍ ଇଣ୍ଡିଆ (Team India) ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୩ (World Test Championship 2023) ର ଫାଇନାଲରେ ପହଞ୍ଚିବା ପାଇଁ ସମୀକରଣ ସ୍ପଷ୍ଟ ହୋଇଛି । ଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ୬ଟି ମ୍ୟାଚ ମଧ୍ୟରୁ ୫ଟି ଜିତିବାକୁ ପଡିବ । ଭାରତକୁ ଚଳିତ ମାସରେ ବାଂଲାଦେଶ ବିପକ୍ଷରେ ୨ଟି ଟେଷ୍ଟ ମ୍ୟାଚର ସିରିଜ୍ ଓ ଫେବୃଆରୀ-ମାର୍ଚ୍ଚରେ ଅଷ୍ଟ୍ରେଲିଆ ବିପକ୍ଷରେ ୪ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ପଡିବ । ଯଦି ଡିସେମ୍ବର ୧୪ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜରେ ଭାରତୀୟ ଦଳ ବାଂଲାଦେଶକୁ ପରାସ୍ତ କରେ, ତେବେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ ଅତିକ୍ରମ କରି ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ପହଞ୍ଚିବ । ଏଭଳି ପରିସ୍ଥିତିରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷ ଚାରିଟି ଟେଷ୍ଟ ମ୍ୟାଚ ମଧ୍ୟରୁ ୩ଟି ଜିତିବାକୁ ପଡିବ । ଯାହା ଦ୍ୱାରା ଦଳ ଟପ୍-୨ରେ ପହଞ୍ଚି ପାରିବ ।

ଏହା ବି ପଢ଼ନ୍ତୁ:-ଫ୍ରି ରାସନ ପରି ଏହି ଦେଶର ସରକାର ମାଗଣାରେ ଦେବେ କଣ୍ଡୋମ, ରାଷ୍ଟ୍ରପତି କଲେ ଘୋଷଣା

ଏହା ବି ପଢ଼ନ୍ତୁ:-ଜୋ ରୁଟ୍ ସୃଷ୍ଟି କଲେ ମହାରେକର୍ଡ, ଯାହାକୁ ବିରାଟ କୋହଲି-ରୋହିତ ଶର୍ମା ବି ପାରିବେନି ଛୁଇଁ

ଏହା ବି ପଢ଼ନ୍ତୁ:-ଇଂଲଣ୍ଡ ରଚିଲା ଇତିହାସ, ୨୨ ବର୍ଷ ପରେ ପାକିସ୍ତାନରେ ଜିତିଲା ଟେଷ୍ଟ ସିରିଜ୍

 

 

ସୂଚନାଯୋଗ୍ୟ, ଆଇସିସି ଟେଷ୍ଟ ଚାମ୍ପିଅନସିପର ନିୟମ ((World Test Championship Rules) ବିଷୟରେ କହିବାକୁ ଗଲେ ଦଳ ଗୋଟିଏ ଟେଷ୍ଟ ମ୍ୟାଚ୍ ଜିତିବା ପାଇଁ ୧୨ ପଏଣ୍ଟ, ଡ୍ର ପାଇଁ ୪ ଏବଂ ମୁକାବିଲା ଟାଇ ହେବା ପାଇଁ ୬ ପଏଣ୍ଟ ପାଇଥାଏ । ଏହା ସହିତ ମ୍ୟାଚ୍ ଜିତିବା ପାଇଁ ୧୦୦ ପ୍ରତିଶତ, ଟାଇ ପାଇଁ ୫୦ ପ୍ରତିଶତ, ଡ୍ର ପାଇଁ ୩୩.୩୩ ପ୍ରତିଶତ ଏବଂ ହାରିବା ପାଇଁ ଶୂନ ପ୍ରତିଶତ ଅଙ୍କ ଯୋଗ କରାଯାଇଥାଏ । ଉଲ୍ଲେଖଥାଉ କି, ପଏଣ୍ଟ ଟେବୁଲରେ ବିଜୟ ପ୍ରତିଶତ ମାଧ୍ୟମରେ ରାଙ୍କିଙ୍ଗ୍ ନିର୍ଣ୍ଣୟ କରାଯାଏ । ସେଥିପାଇଁ ଭାରତୀୟ ଦଳ ଅଧିକ ମ୍ୟାଚ୍ ଜିତିବା ପରେ ମଧ୍ୟ ଶ୍ରୀଲଙ୍କା ପଛରେ ରହିଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ମ୍ୟାଚ୍ ଆସନ୍ତା ବର୍ଷ ଜୁନରେ ଓଭାଲରେ ଖେଳାଯିବ ।