KL Rahul Athiya Shetty Marriage: ପୁଣି ବଲିଉଡ ଓ କ୍ରିକେଟ ଜଗତରେ ବାଜିବ ସାହାନାଇ।  ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ କ୍ରିକେଟର କେ.ଏଲ୍ ରାହୁଲଙ୍କୁ ଡେଟ୍‌ କରୁଛନ୍ତି। ଏହି ଦୁଇ ଲଭବାର୍ଡଙ୍କ ବିବାହ ଖବର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସୁଛି। ହେଲେ କେବେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ ସେନେଇ କୌଣସି ପ୍ରକାରର ଅଫିସିଆଲ ଭାବେ ଡେଟ୍ ଆନାଉନ୍ସ ହୋଇନାହିଁ । ତଥାପି ଉଭୟଙ୍କ ଫ୍ୟାନ୍ସ ଉଭୟଙ୍କ ଯୋଡିକୁ ଖୁବ୍‌ ପସନ୍ଦ କରୁଛନ୍ତି। ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ଦମ୍ପତିଙ୍କ ବିବାହକୁ ଅପେକ୍ଷା କରି ରହିଛନ୍ତି ।


COMMERCIAL BREAK
SCROLL TO CONTINUE READING

ବଲିଉଡ ଗସିପ ସହ ମିଡିଆ ରିପୋର୍ଟର ସୂଚନାନୁସାରେ, ଆଥିଆ ଏବଂ କେ.ଏଲ୍ ରାହୁଲଙ୍କ ବିବାହ (Athiya Shetty KL Rahul Marriage) ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଉଭୟ ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲାର ବଙ୍ଗଳାରେ ବିବାହ କରିବେ ବୋଲି ଚର୍ଚ୍ଚା ବି ହେଉଛି। ଅନ୍ୟପକ୍ଷରେ, ରିପୋର୍ଟ ଅନୁଯାୟୀ, ଆଥିଆ ଏବଂ କେ.ଏଲ୍ ରାହୁଲଙ୍କ ବିବାହ ପୋଷାକ ମଧ୍ୟ ଫାଇନାଲ୍‌ ହୋଇସାରିଛି। ଏକ ସାକ୍ଷାତକାରରେ ସୁନୀଲ କହିଥିଲେ ପିଲା ଯେମିତି ଚାହିଁବେ ସେମିତି ବିବାହ ସମ୍ପନ୍ନ ହେବ । ସେମାନେ ଯେଉଁଠି ଯେମିତି ଚାହିଁବେ ବିବାହ କାର୍ଯ୍ୟ ସେହିପରି ହିଁ କରାଯିବ । ତେବେ ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଦୁହେଁ ୨୦୨୩ରେ ବିବାହ କରିପାରନ୍ତି। ହେଲେ ଏହା ଏପର୍ଯ୍ୟନ୍ତ ଅଫିସିଆଲ ଭାବେ କୌଣସି ଘୋଷଣା କରାଯାଇନାହିଁ । କେ.ଏଲ୍ ରାହୁଲ ଏବଂ ଆଥିଆ ଶେଟ୍ଟୀ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍ କରିବା ସହ ଉଭୟଙ୍କ ଏକାଠି ରହିବାର ଫଟୋ ଅନେକ ଥର ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇସାରିଛି। 


Also Read: FIFA World Cup 2022: ଇତିହାସ ରଚିଲେ ଲିଓନେଲ ମେସି, ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଆର୍ଜେଣ୍ଟିନା


ତେବେ କ୍ରିକେଟର କେ.ଏଲ ରାହୁଲ ଆସନ୍ତା ମାସ ପ୍ରଥମ ସପ୍ତାହରେ ଆଥିଆ ଶେଟ୍ଟୀଙ୍କ (Athiya Shetty) ହାତ ଧରିପାରନ୍ତି। ଏଥିପାଇଁ ସେ BCCI ଠାରୁ ମଧ୍ୟ ଛୁଟି ମାଗିଛନ୍ତି। ଏବଂ ତାଙ୍କ ଛୁଟି ଆପ୍ରୁଭ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି। ଆଥିଆ ଶେଟ୍ଟୀ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ସହ ଜଣେ ଅଭିନେତ୍ରୀ ହୋଇଥିବା ବେଳେ କେ. ଏଲ ରାହୁଲ ଭାରତୀୟ କ୍ରିକେଟ ଟିମର ଉପଅଧିନାୟକ ମଧ୍ୟ ଅଟନ୍ତି। ରାହୁଲ ବାଂଲାଦେଶ ଟେଷ୍ଟ ସିରିଜ୍ ପରେ ବିସିସିଆଇ (BCCI) ଠାରୁ ବ୍ରେକ୍ ମାଗିଛନ୍ତି। 


Also Read: Pele: ଡାକ୍ତରଖାନାରେ ପୁଣି ଥରେ ଭର୍ତ୍ତି ହେଲେ କିମ୍ବଦନ୍ତୀ ଫୁଟବଲ ଖେଳାଳୀ ପେଲେ


ଅର୍ଥାତ୍ କେ.ଏଲ ରାହୁଲ (K.L Rahul) ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ତିନି ମ୍ୟାଚ ବିଶିଷ୍ଟ ଟି-20 ଓ ୱାନଡେ ସିରିଜ୍ ରେ ଖେଳିପାରିବେ ନାହିଁ। ଇନସାଇଡ ସ୍ପୋର୍ଟର ମୁତାବିକ, ରାହୁଲ ଆଥିଆଙ୍କୁ ୨୦୨୩ ର ଜାନୁଆରୀ ପ୍ରଥମ ସପ୍ତାହରେ ବିବାହ କରିବାକୁ ଯାଉଛନ୍ତି। BCCI ର ଜଣେ ଅଧିକାରୀ ଏହି ଖବରର ପୁଷ୍ଟି କରିଛନ୍ତି । ସେ କହିଛନ୍ତି ଯେ, କେ. ଏଲ ରାହୁଲ ନିଜ ବ୍ୟକ୍ତିଗତ କାମ ପାଇଁ ଛୁଟି ମାଗିଛନ୍ତି। ରିପୋର୍ଟ ଅନୁସାରେ, କେ.ଏଲ ରାହୁଲ ନିଜର ବ୍ୟକ୍ତିଗତ କମିଟମେଣ୍ଟସ ପାଇଁ ବିରତି ମାଗିଛନ୍ତି। ଯାହାଫଳରେ ସେ ନ୍ୟୁଜିଲାଣ୍ଡ (NewZealand) ଖେଳିବାକୁ ଗଲେ ନାହିଁ। ଅଧିକାରୀ ଜଣଙ୍କ କହିଛନ୍ତି ଯେ, ସେ ଛୁଟିରେ ସେ ବିବାହ କରିବେ ନା ନିର୍ବନ୍ଧ ସେ ବିଷୟରେ କିଛି ଜାଣନ୍ତି ନାହିଁ । 


Also Read: Cristiano Ronaldo: ସାଉଦି ଆରବ କ୍ଲବ ଅଲ-ନାସରରେ ଯୋଗଦେବେ କ୍ରିଷ୍ଟିଆନୋ ରୋନାଲଡୋ: ରିପୋର୍ଟ


ସେପଟେ ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ (Suniel Shetty) ଏକ ସାକ୍ଷାତକାରରେ କହିଛନ୍ତି ଯେ, ଆଥିଆ ଏବଂ କେ.ଏଲ ରାହୁଲ ବହୁତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବିବାହ ତାରିଖ ଔପଚାରିକ ଭାବେ ଘୋଷଣା ନହୋଇଥିଲେ ମଧ୍ୟ କେ.ଏଲ ରାହୁଲଙ୍କ ଛୁଟି ଖବର ଏହି ବାହାଘର ସହ ଯୋଡାଯାଉଛି।