Belgian Goalkeeper Arne Espeel Death: ଖେଳ ହେଲା କାଳ! ଗୋଲ ରକ୍ଷାକୁ ଯାଇ ଜୀବନ ହାରିଲେ ଏହି ଖେଳାଳି, କ୍ରୀଡ଼ା ଜଗତରେ ଶୋକର ଲହର
Belgian Goalkeeper Arne Espeel Death: ଦ୍ୱିତୀୟାର୍ଦ୍ଧରେ ୱେଷ୍ଟ୍ରୋଜବେକେ ଏକ ପେନାଲ୍ଟି ମିଳିଥିଲା ଓ ୱିଙ୍କେଲ ସ୍ପୋର୍ଟ ବି ୨-୧ରେ ଆଗୁଆ ରହିଥିଲେ । ବେଲଜିୟମ ମିଡିଆ ରିପୋର୍ଟ ଅନୁଯାୟୀ, ଆର୍ନେ ଇସପିଲ୍ ସ୍ପଟ୍ କିକ୍କୁ ସେଭ୍ କରିଥିଲେ, କିନ୍ତୁ କିଛି ସମୟ ପରେ ତଳେ ପଡ଼ିଯାଇଥିଲେ । ତୁରନ୍ତ ଡାକ୍ତରୀ ସେବା ଆର୍ନେ ଇସପିଲଙ୍କୁ ସାହାଯ୍ୟ ପାଇଁ ପହଂଚି ଥିଲା ଓ ତାଙ୍କୁ ଡିଫିବ୍ରିଲେଟର ସାହାଯ୍ୟରେ ହୋସକୁ ଆଣିବାକୁ ଚେଷ୍ଟା କଲା ।
Belgian Goalkeeper Death: ଖେଳ ପଡ଼ିଆରେ ଖେଳାଳିମାନେ ଆହତ ହେବା ସାଧାରଣ କଥା, କିନ୍ତୁ ବେଳେବେଳେ ଆଘାତ ଏତେ ଭୟଙ୍କର ହୋଇଯାଏ ଯେ ଖେଳାଳିମାନେ ମଧ୍ୟ ପ୍ରାଣ ହରାନ୍ତି । ଶନିବାର ଦିନ ବେଲଜିୟମରେ ଏକ ଫୁଟବଲ ମ୍ୟାଚ୍ ବେଳେ ଏଭଳି ଘଟଣା ଘଟିଛି । ପଡିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି । ୨୫ ବର୍ଷୀୟ ବେଲଜିୟନ୍ ଗୋଲକିପର (Belgian Goalkeeper Death) ଆର୍ନେ ଇସପିଲ୍ (Arne Espeel Pass Away) ଏକ ପେନାଲ୍ଟି ବଞ୍ଚାଇବାକୁ ଚେଷ୍ଟା କରି ମୃତ୍ୟୁ ବରଣ କରିଛନ୍ତି । ତାଙ୍କୁ ବଞ୍ଚାଇବା ପାଇଁ ସମସ୍ତ ପ୍ରୟାସ କରାଯାଇଥିଲା । କିନ୍ତୁ କୌଣସି ସୁଫଳ ମିଳିନଥିଲା ।
ହେଙ୍କେଲ ସ୍ପୋର୍ଟ ବି (Heinkel Sport B) ଦଳ ବେଲଜିୟମର ପଶ୍ଚିମ ବ୍ରାବାଣ୍ଟରୁ ଏକ ପ୍ରାଦେଶିକ ସ୍ତରୀୟ ଦ୍ୱିତୀୟ ବିଭାଗ ଦଳ । ଦ୍ୱିତୀୟାର୍ଦ୍ଧରେ ୱେଷ୍ଟ୍ରୋଜବେକେ ଏକ ପେନାଲ୍ଟି ମିଳିଥିଲା ଓ ୱିଙ୍କେଲ ସ୍ପୋର୍ଟ ବି ୨-୧ରେ ଆଗୁଆ ରହିଥିଲେ । ବେଲଜିୟମ ମିଡିଆ ରିପୋର୍ଟ ଅନୁଯାୟୀ, ଆର୍ନେ ଇସପିଲ୍ (Arne Espeel) ସ୍ପଟ୍ କିକ୍କୁ ସେଭ୍ କରିଥିଲେ, କିନ୍ତୁ କିଛି ସମୟ ପରେ ତଳେ ପଡ଼ିଯାଇଥିଲେ । ତୁରନ୍ତ ଡାକ୍ତରୀ ସେବା ଆର୍ନେ ଇସପିଲ (Arne Espeel) ଙ୍କୁ ସାହାଯ୍ୟ ପାଇଁ ପହଂଚି ଥିଲା ଓ ତାଙ୍କୁ ଡିଫିବ୍ରିଲେଟର ସାହାଯ୍ୟରେ ହୋସକୁ ଆଣିବାକୁ ଚେଷ୍ଟା କଲା ।
ଅଧିକ ପଢ଼ନ୍ତୁ:-କିଏ ସେ ଚେତନ ଶର୍ମା, ଯିଏ Zee Newର ଷ୍ଟିଙ୍ଗରେ ଖୋଲିଲେ ଭାରତୀୟ କ୍ରିକେଟ ଦଳର କଳା କାରନାମା!
ଅଧିକ ପଢ଼ନ୍ତୁ:-ଚେତନ ଶର୍ମାଙ୍କ ଘରକୁ ହାଜିରା ପକାଇବାକୁ ଯାଆନ୍ତି ହାର୍ଦ୍ଦିକ ପାଣ୍ଡ୍ୟା! ସାମ୍ନାକୁ ଆସିଲା ଏହି ଆଶ୍ଚର୍ଯ୍ୟଜନକ ସତ
ଅଧିକ ପଢ଼ନ୍ତୁ:-କୋହଲି-ଗାଙ୍ଗୁଲିଙ୍କ ନେଇ ଚେତନ ଶର୍ମା କଲେ ବଡ଼ ଖୁଲାସା, କ୍ରିକେଟ୍ ଜଗତରେ ହଇଚଇ!
ଡାକ୍ତରଖାନା ନିଆଯିବାର କିଛି ସମୟ ପରେ ଆର୍ନେ ଇସପିଲ (Arne Espeel) ଙ୍କୁ ମୃତ ଘୋଷଣା କରାଯାଇଥିଲା । ପଶ୍ଚିମ ଫିଲାଣ୍ଡର୍ସ ପ୍ରଦେଶର ସିଣ୍ଟ-ଆଲୋଏସ୍-ୱିଙ୍କେଲରେ ଥିବା କ୍ଲବ୍ର ଘରୋଇ ପଡ଼ିଆରେ ଏହି ମ୍ୟାଚ୍ ଖେଳାଯାଉଥିଲା । ଦଳ ଏକ ବୟାନରେ କହିଛି ଯେ, "ଆର୍ନେ ଇସପିଲ (Arne Espeel) ଙ୍କ ଆକସ୍ମିକ ମୃତ୍ୟୁରେ ହେଙ୍କେଲ ସ୍ପୋର୍ଟ ଗଭୀର ଦୁଃଖିତ । ଏହି ମୁହୂର୍ତ୍ତରେ ଆମେ ଆର୍ନେ ଇସପିଲ (Arne Espeel) ଙ୍କ ପରିବାର ଓ ବନ୍ଧୁମାନଙ୍କୁ ହୃଦୟରୁ ସମବେଦନା ଜଣାଉଛୁ ।"
ଆର୍ନେ ଇସପିଲ (Arne Espeel) କାହିଁକି ମୃତ୍ୟୁ ବରଣ କଲେ, ତାହା ଜାଣିବା ପାଇଁ ଶବ ବ୍ୟବଚ୍ଛେଦ କରାଯିବ । ହେଟ୍ ନିୟୁସ୍ବ୍ଲାଡ୍ ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ସୋମବାର ସନ୍ଧ୍ୟାରେ ୧,୦୦୦ରୁ ଅଧିକ ଲୋକ ଆର୍ନେ ଇସପିଲ (Arne Espeel)କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ୨୦୧୪ ମସିହାରେ ଅଷ୍ଟ୍ରେଲୀୟ କ୍ରିକେଟର ଫିଲିପ୍ ହ୍ୟୁଜଙ୍କୁ ଏକ ବଲ ବାଜିବାରୁ ପରେ ସେ ମୃତ୍ୟୁ ବରଣ କରିଥିଲେ । ଘରୋଇ ମ୍ୟାଚ୍ ସମୟରେ ଶାନ୍ ଆବଟ୍ଟଙ୍କ ବାଉନ୍ସର ତାଙ୍କ କାନରେ ବାଜିଥିଲା । ବଲ୍ରେ ପିଟି ହୋଇ ଚେତା ହରାଇବା ପରେ ସେ ପିଚ୍ରେ ପଡ଼ିଯାଇଥିଲେ । ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ତାଙ୍କ ଜୀବନ ରକ୍ଷା ହୋଇପାରି ନଥିଲା ।