Captain Rohit Sharma: ଢାକା: ରୋହିତ ଶର୍ମାଙ୍କ (Rohit Sharma) ନେତୃତ୍ୱରେ ଟିମ ଇଣ୍ଡିଆ (Team India) ଏବେ ବାଂଲାଦେଶ (Bangladesh) ଗସ୍ତରେ ରହିଛି। ଟି୨୦ ବିଶ୍ୱକପ ୨୦୨୨ (T20 World Cup) ପରେ ପ୍ରଥମ ଥର ପାଇଁ ମୈଦାନକୁ ଫେରିଛନ୍ତି। ବାଂଲାଦେଶ (Bangladesh) ବିପକ୍ଷ ପ୍ରଥମ ଦିନିକିଆରେ ରୋହିତ ଶର୍ମା (Rohit Sharma) ନିଜ ବ୍ୟାଟ୍ସମ୍ୟାନଙ୍କ ସହ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ମଧ୍ୟ ସେ ଏହି ମ୍ୟାଚରେ ଏକ ଇତିହାସ ସୃଷ୍ଚି କରିଛନ୍ତି। ଟିମ୍ ଇଣ୍ଡିଆର (Team India) ପୂର୍ବତନ ଅଧିନାୟକ ମହମ୍ମଦ ଅଜହରୁଦ୍ଦିନଙ୍କୁ (Mohammad Azharuddin) ପଛରେ ପକାଇ ରୋହିତ (Rohit Sharma) ତାଙ୍କ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି। ମୀରପୁରର (Mirpur) ଶେର ଏ ବାଂଲା ଷ୍ଟାଡ଼ିୟମରେ (Sher e bangla stadium) ଖେଳାଯାଉଥିବା ପ୍ରଥମ ଦିନିକିଆରେ ରୋହିତ ଶର୍ମା (Rohit Sharma) ମାତ୍ର ୨୭ ରନ କରି ଆଉଟ ହୋଇଥିଲେ। ଏହି ପାଳି ଖେଳିବା ସମୟରେ ଦିନିକିଆରେ ସବୁଠାରୁ ଅଧିକ ରନ ସ୍କୋର କରିବାରେ ଷଷ୍ଠ ଭାରତୀୟ ଖେଳାଳିର ଆଖ୍ୟା ପାଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ରୋହିତ ଶର୍ମା ୨୩୪ତମ ଦିନିକିଆରେ ୨୨୭ତମ ପାଳି ଖେଳିଛନ୍ତି। ଏହି ପାଳି ଖେଳି ସେ ୯୩୮୮ ରନ ପୁରଣ କରିଛନ୍ତି। ସେହିପରି ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ଦିନିକିଆରେ ୯୩୭୮ ରନ କରିଛନ୍ତି। ଭାରତର ତରଫରୁ ସର୍ବାଧିକ ରନ ସଂଗ୍ରହ କରିବାରେ ରୋହିତ ଷଷ୍ଠ ଭାରତୀୟ ଭାବେ ଆଖ୍ୟା ପାଇଛନ୍ତି। ରୋହିତଙ୍କ ପୂର୍ବରୁ ସଚିନ ତେନ୍ଦୁଲକର ୧୮୪୨୬ ରନ, ବିରାଟ କୋହଲି ୧୨୩୪୪ ରନ, ସୌରଭ ଗାଙ୍ଗୁଲି ୧୧୨୨୧ ରନ, ରାହୁଲ ଦ୍ରାବିଡ଼ ୧୦୭୬୮ ରନ ଓ ମହେନ୍ଦ୍ର ସିଂହ ଧୋନୀ ୧୦୫୯୯ ରନ ସଂଗ୍ରହ କରିଥିଲେ। 


ବାଂଲାଦେଶ ବିପକ୍ଷରେ ରୋହିତଙ୍କର ମଧ୍ୟ ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି। ଏପରିକି ଟି-୨୦ ବିଶ୍ୱକପ ୨୦୨୨ରେ ମଧ୍ୟ ରୋହିତ ଶର୍ମା ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ଏହି ସିରିଜର ପ୍ରଥମ ମ୍ୟାଚରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। ସିରିଜର ଆଗାମୀ ମ୍ୟାଚ୍ ରୋହିତ ଶର୍ମାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି, କାରଣ ଟିମ୍ ଇଣ୍ଡିଆ ଆସନ୍ତା ବର୍ଷ ଘରେ ଏକଦିବସୀୟ ବିଶ୍ୱକପ୍ ଖେଳିବାକୁ ଯାଉଛି।


Also Read: Bharat Jodo Yatra: କଂଗ୍ରେସର ଆଉ ଏକ ବଡ଼ ଘୋଷଣା, ଭାରତ ଯୋଡ଼ୋ ଯାତ୍ରା ପରେ ଜାନୁଆରୀ ୨୬ରୁ ଆରମ୍ଭ କରିବ ଏହି ବଡ଼ ଅଭିଯାନ


Also Read: FIFA World Cup 2022: ରୋନାଲ୍ଡୋଙ୍କ ରେକର୍ଡ ଭାଙ୍ଗିଲେ ମେସି, ୧୦୦୦ତମ ମ୍ୟାଚରେ ରଚିଲେ ଇତିହାସ