Rishabh Pant: ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି କ୍ରିକେଟଠାରୁ ଦୂରେଇ ରହିଛନ୍ତି ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ (Rishabh Pant)। କିନ୍ତୁ ବର୍ତ୍ତମାନ ଖେଳାଳିଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର। ଦୀର୍ଘ ଦିନ ଧରି ପନ୍ତଙ୍କ ଖେଳ ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଟିମ୍ ଇଣ୍ତିଆକୁ (Team India) ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ନେଇ ବଡ଼ ବୟାନ ଦେଇଛି ବିସିସିଆଇ।


COMMERCIAL BREAK
SCROLL TO CONTINUE READING

କେବେ ମଇଦାନକୁ ଫେରିବେ ପନ୍ତ


ମିଡିଆ ରିପୋର୍ଟ ଅନୁଯାୟୀ, ବିସିସିଆଇର (BCCI) ଜଣେ ବରିଷ୍ଠ ଅଧିକାରୀ ପନ୍ତଙ୍କ ରିକଭରି ଓ ଦଳକୁ ଫେରିବା ସମ୍ପର୍କରେ ମତ ଦେଇଛନ୍ତି। ଅଧିକାରୀ କହିଛନ୍ତି, ବର୍ତ୍ତମାନ ଅଭ୍ୟାସ ପାଇଁ ପନ୍ତ ମଇଦାନକୁ ଫେରିଛନ୍ତି। କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ପାଇଁ ସେ ସମ୍ପୂର୍ଣ୍ଣ ସୁସ୍ଥ ନୁହଁନ୍ତି। ଯଦି ସବୁ କିଛି ଠିକ୍ ହୁଏ ତେବେ ପନ୍ତ ଭାରତ ଓ ଆଫଗାନିସ୍ତାନ (India vs Afghanistan) ମଧ୍ୟରେ ଖେଳା ଯିବାକୁ ଥିବା ସିରିଜରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି ।


Also Read-IND vs ENG World Cup 2023: ଆଜି ମୁହାଁମୁହିଁ ହେବେ ଭାରତ-ଇଂଲଣ୍ତ ,କାହା ପଲ୍ଲା ଭାରି?


କେବେ ଖେଳାଯିବ ଭାରତ ଓ ଆଫଗାନିସ୍ତାନ ସିରିଜ


ପ୍ରକାଶ ଥାଉ କି, ଭାରତ ବନାମ ଆଫଗାନିସ୍ତାନ (India vs Afghanistan) ମଧ୍ଯରେ ଖେଳାଯିବାକୁ ଥିବା ଘରୋଇ ସିରିଜ୍ (Domestic Series) ଆସନ୍ତା ବର୍ଷ ଜାନୁଆରୀ ମାସରେ ଖେଳାଯିବ। ଅଧିକାରୀଙ୍କ ଅନୁଯାୟୀ, ପନ୍ତ ଏହି ସିରିଜରେ ଭାରତୀୟ ଦଳର ଏକ ଅଂଶ ହୋଇପାରନ୍ତି। ତେବେ ଆଫଗାନିସ୍ତାନ ବିରୋଧରେ ସେ ପ୍ରତ୍ୟାବର୍ତ୍ତନ କରିବେ କି ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ବୋଲି ବିସିସିଆଇ କହିଛି।