IND vs ENG: ଆଇସିସି ବିଶ୍ବକପରେ (World cup 2023) ରବିବାର ଦିନ ଖେଳାଯିବ ଆଉ ହାଇଭୋଲଟେଜ ମ୍ୟାଚ୍ । ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ତ (IND vs ENG)। ଲକ୍ଷ୍ମୌର ଶ୍ରୀ ଅଟଳ ବିହାର ବାଜପେୟୀ ଷ୍ଟାଡ଼ିୟମରେ (Atal Bihari Vajpayee Stadium) ଖେଳାଯିବ ଏହି ରୋମାଞ୍ଚକର ମ୍ୟାଚ୍ । ତେବେ ଆଜିର ମ୍ୟାଚ୍ ଜିତିଲେ ଟିମ୍ ଇଣ୍ତିଆ (Team India) ସେମିଫାଇନାଲରେ ଖେଳିବା ଏକ ପ୍ରକାର ସୁନିଶ୍ଚିତ ।


COMMERCIAL BREAK
SCROLL TO CONTINUE READING

ଅପରାଜେୟ ଧାରା ବଜାଇ ରଖିବାକୁ ପ୍ରାଣପ୍ରଣେ ଚେଷ୍ଟା କରିବ ଟିମ୍ ଇଣ୍ତିଆ (Team India) । ସେପଟେ ବିଜୟ ଧାରାକୁ ଫେରିବା ନେଇ ଲକ୍ଷ୍ୟ ରଖିଛି ଡ଼ିଫେଣ୍ତିଂ ଚାମ୍ପିୟନ୍ ଇଂଲଣ୍ତ (England) । ଚଳିତ ବିଶ୍ବକପରେ ଭାରତ ବର୍ତ୍ତମାନ ସୁଦ୍ଧା ୫ଟି ମ୍ୟାଚ୍ ଖେଳିଥିବା ବେଳେ ସମସ୍ତ ମ୍ୟାଚରେ ବିଜୟୀ ହୋଇଛି । ଯଦି ଆଜି ଭାରତ (India) ଇଂଲଣ୍ତକୁ ପରାସ୍ତ କରେ ତାହାଲେ ଟିମ୍ ଇଣ୍ତିଆ ସେମିଫାଇନାଲରେ ଖେଳିବା ଏକ ପ୍ରକାର ସୁନିଶ୍ଚିତ । ରବିବାର ଷଷ୍ଠ ବିଜୟ ନେଇ ପଡ଼ିଆକୁ ଓହ୍ଲାଇବ ରୋହିତ ବାହିନୀ । ସେପଟେ ବିଶ୍ବକପରେ କିଛି ଖାସ୍ ପ୍ରଦର୍ଶନ ଦେଖାଇପାରିନାହିଁ ଇଂଲଣ୍ତ । ଦଳ ବର୍ତ୍ତମାନ ସୁଦ୍ଧା ୫ଟି ମ୍ୟାଚ୍ ଖେଳିଥିବା ବେଳେ ୪ଟି ମ୍ୟାଚ୍ ହାରି ପଏଣ୍ଟ ଟେବୁଲର ଶେଷରେ ରହିଛି । ତେବେ ପୂର୍ବରୁ ଉଭୟ ଦଳ ବିଶ୍ବକପରେ ୮ ଥର ମୁହାଁମୁହିଁ ହୋଇଛନ୍ତି । ଏଥିରେ ୪ ମ୍ୟାଚ୍ ରେ ଇଂଲଣ୍ତ ଓ ୩ଟି ମ୍ୟାଚ୍ ରେ ଭାରତ ବିଜୟୀ ହୋଇଥିବା ବେଳେ ଗୋଟେ ମ୍ୟାଚ୍ ଟାଇ ହୋଇଛି ।


ସମ୍ଭାବ୍ୟ ଭାରତ ପ୍ଲେଇଙ୍ଗ ଇଲେଭେନ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ।


ସମ୍ଭାବ୍ୟ ଇଂଲଣ୍ଡ ପ୍ଲେଇଙ୍ଗ ଇଲେଭେନ: ଜନି ବେୟାରଷ୍ଟୋ, ଡେଭିଡ ମଲାନ, ଜୋ ରୁଟ୍, ବେନ୍ ଷ୍ଟୋକ୍ସ, ଜୋସ୍ ବଟଲର, ହାରି ବ୍ରୁକ୍, ଲିଆମ ଲିଭିଂଷ୍ଟୋନ୍, କ୍ରିସ୍ ଓକ୍ସ, ଡେଭିଡ୍ ୱିଲି, ଗସ୍ ଆଟକିନଷ୍ଟନ୍/ମୋଇନ ଅଲ୍ଲୀ, ଆଦିଲ ରସିଦ।


Also Read-'ବାବରଙ୍କ କଲ୍ ଉଠାଉ ନାହାଁନ୍ତି ପିସିବି ଚେୟାରମ୍ୟାନ୍, ପାଞ୍ଚ ମାସ ହେବ ଦରମା ପାଇ ନାହାଁନ୍ତି ଖେଳାଳି'