'ବାବରଙ୍କ କଲ୍ ଉଠାଉ ନାହାଁନ୍ତି ପିସିବି ଚେୟାରମ୍ୟାନ୍, ପାଞ୍ଚ ମାସ ହେବ ଦରମା ପାଇ ନାହାଁନ୍ତି ଖେଳାଳି'
Advertisement

'ବାବରଙ୍କ କଲ୍ ଉଠାଉ ନାହାଁନ୍ତି ପିସିବି ଚେୟାରମ୍ୟାନ୍, ପାଞ୍ଚ ମାସ ହେବ ଦରମା ପାଇ ନାହାଁନ୍ତି ଖେଳାଳି'

Pakistan Cricket: ବିଶ୍ୱକପ୍‌ରେ କ୍ରମାଗତ ଭାବେ ନିରାଶାଜନକ ପ୍ରଦର୍ଶନ କରୁଥିବା ପାକିସ୍ତାନ ଦଳ ନିଜ ଦେଶରେ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଛି । ଏହି ସମୟରେ ଦଳର ପୂର୍ବତନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରସିଦ ଲତିଫ ଖୁଲାସା କରିଛନ୍ତି ଯେ ପାକିସ୍ତାନ ଖେଳାଳିମାନେ ପାଞ୍ଚ ମାସ ପର୍ଯ୍ୟନ୍ତ ଦରମା ମଧ୍ୟ ପାଇ ନାହାଁନ୍ତି ।

 

Rashid Latif made a huge revelation

Rashid Latif made a huge revelation: ପାକିସ୍ତାନର ପୂର୍ବତନ ଅଧିନାୟକ ରସିଦ ଲତିଫ ଏକ ସମ୍ବେଦନଶୀଳ ଦାବି କରିଛନ୍ତି । ସେ କହିଛନ୍ତି ଯେ ପିସିବି ଚେୟାରମ୍ୟାନ୍ ଜାକା ଆଶ୍ରାଫ ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କ କଲ୍ ଓ ମେସେଜରେ ଜବାବ ଦେବା ବନ୍ଦ କରି ଦେଇଛନ୍ତି । ଏହା ବ୍ୟତୀତ ରସିଦ ଲତିଫ କହିଛନ୍ତି ଯେ ପାକିସ୍ତାନୀ ଖେଳାଳିମାନେ ପାଞ୍ଚ ମାସ ପର୍ଯ୍ୟନ୍ତ ଦରମା ମଧ୍ୟ ପାଇନାହାଁନ୍ତି ।

ସୂଚନାଯୋଗ୍ୟ ଯେ ବିଶ୍ୱକପରେ କ୍ରମାଗତ ଭାବେ ନିରାଶାଜନକ ପ୍ରଦର୍ଶନ କରୁଥିବା ପାକିସ୍ତାନ ଦଳ ନିଜ ଦେଶରେ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଛି । ଏହି ସମୟରେ ଦଳର ପୂର୍ବତନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରସିଦ ଲତିଫ ପ୍ରକାଶ କରିଛନ୍ତି ଯେ ପାକିସ୍ତାନ ଖେଳାଳିମାନେ ପାଞ୍ଚ ମାସ ପର୍ଯ୍ୟନ୍ତ ଦରମା ମଧ୍ୟ ପାଇନାହାଁନ୍ତି । ପାକିସ୍ତାନର ସରକାରୀ ଟିଭି ଚ୍ୟାନେଲରେ କଥାବାର୍ତ୍ତା ବେଳେ ରସିଦ ଏହି ବୟାନ ଦେଇଛନ୍ତି ।

କ'ଣ କହିଛନ୍ତି ରସିଦ ଲତିଫ?
"ରସିଦ ଲତିଫ କହିଛନ୍ତି, "ମୁଁ ଏହି ତଥ୍ୟ ବିଷୟରେ ଜାଣେ ଯେ ଯେତେବେଳେ ବାବର ଭାରତରୁ ଫୋନ୍ ଓ ମେସେଜ କରିଥିଲେ, ସେତେବେଳେ ସେ ଅଧ୍ୟକ୍ଷ (ଜାକା ଆଶ୍ରାଫ) ଙ୍କ ଠାରୁ କୌଣସି ଉତ୍ତର ପାଇ ନଥିଲେ । ଖେଳାଳିମାନେ ସେମାନଙ୍କର ଦରମା ପାଇନାହାଁନ୍ତି ... ଅଧ୍ୟକ୍ଷ ଅଧିନାୟକଙ୍କୁ ଜବାବ ଦେଉ ନାହାଁନ୍ତି ଓ ଏହି ପରିସ୍ଥିତିରେ ଆମେ ଦଳ ପାଖରୁ କ'ଣ ଆଶା କରୁଛୁ ।"

ବିଶ୍ୱକପର ୬ଟି ମ୍ୟାଚ ମଧ୍ୟରୁ ଚାରିଟିରେ ହାରିଛି ପାକିସ୍ତାନ ଦଳ 
କହିରଖୁଛୁ ଯେ ପାକିସ୍ତାନ ବର୍ତ୍ତମାନର ବିଶ୍ୱକପରେ ୬ଟି ମ୍ୟାଚ ମଧ୍ୟରୁ ଚାରିଟିରେ ପରାଜୟର ସମ୍ମୁଖୀନ ହୋଇଛି ଓ ସେମିଫାଇନାଲରେ ପ୍ରବେଶ କରିବାର ଆଶା ଯଥେଷ୍ଟ ହ୍ରାସ ପାଇଛି । ଲାତିଫ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ଖେଳାଳିଙ୍କ ଅତି କମରେ ଚାରିରୁ ପାଞ୍ଚ ମାସର ଦରମା ବିଚାରାଧୀନ ଅଛି ।

କେନ୍ଦ୍ରୀୟ ଚୁକ୍ତିଗୁଡ଼ିକର ସମୀକ୍ଷା କରାଯାଉଛି 
ଲତିଫ ଏହା ମଧ୍ୟ ଦାବି କରିଛନ୍ତି ଯେ ବୋର୍ଡର କିଛି ବରିଷ୍ଠ ଅଧିକାରୀ ଖେଳାଳିଙ୍କୁ ସୂଚନା ଦେଇଛନ୍ତି ଯେ ବିଶ୍ୱକପ ଯିବା ପୂର୍ବରୁ ସେମାନେ ସ୍ୱାକ୍ଷର କରିଥିବା କେନ୍ଦ୍ରୀୟ ଚୁକ୍ତିନାମା ବର୍ତ୍ତମାନ ସମୀକ୍ଷା କରାଯାଉଛି । ତେବେ ଲତିଫ ନିଜର ଦାବି ପାଇଁ କୌଣସି ପ୍ରମାଣ ଦେଇନାହାଁନ୍ତି ।