Cricket News: ଖେଳ ଖେଳା ଯାଉଥିବା ସମୟରେ କ୍ରିକେଟ୍ ପଡ଼ିଆରେ ପଶୁ ତଥା ଅନ୍ୟ ଜୀବ ଓ ସରୀସୃପ ଦେଖାଯାଉଥିବା କାରଣରୁ ଅନେକ ଥର ଅନେକ ଥର ମ୍ୟାଚ୍ ବନ୍ଦ (Match closed) କରିବାକୁ ପଡିଛି । ମ୍ୟାଚ ସମୟରେ ବୁଲା କୁକୁର, ଚଢେଇ କିମ୍ବା କ୍ରେକେଟ୍ ପ୍ରଶଂସକ ପଡିଆକୁ ଆସୁଥିବା ଏକ ସାଧାରଣ କଥା, କିନ୍ତୁ ବିଷଧର ସାପ (Venomous snake) ପଡିଆରେ ଖେଳାଳିଙ୍କ ନିକଟକୁ ଆସିଯିବା ଏକ ବିପଦର କଥା । କାରଣ ପୂର୍ବରୁ ଏପରି ଦୃଶ୍ୟ କ୍ରିକେଟ୍ ପଡିଆରେ ଦେଖିବାକୁ ମିଳିଛି । ଯାହାଫଳରେ ଅନେକ ଥର କ୍ରିକେଟ୍ ମ୍ୟାଚ (Cricket match) ବନ୍ଦ କରିବାକୁ ମଧ୍ୟ ପଡିଛି ।


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ଶ୍ରୀଲଙ୍କାରେ ଟି -୨୦ (T-20) କ୍ରିକେଟ ଲିଗ୍ ଖେଳାଯାଉଛି । ଏହି ଲିଗରେ ପାକିସ୍ତାନ (Pakistan) ସହିତ ଅନ୍ୟ ଦେଶର ଖେଳାଳିମାନେ ମଧ୍ୟ ଅଂଶଗ୍ରହଣ କରନ୍ତି । ଟୁର୍ନାମେଣ୍ଟ ଖେଳାଯିବା ସମୟରେ ଗତ ଅନେକ ମ୍ୟାଚ୍‌ରେ କିଛି ସାପ ପଡିଆ ଆଖ ପାଖରେ ବୁଲୁଥିବାର ଖବର ଆସିଛି । ସେହି ସମୟର କିଛି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ (Viral) ହେଉଛି । ଏକ ସମୟରେ ମ୍ୟାଚ୍ ଚାଲିଥିବା ସମୟରେ ଗୋଟିଏ ସାପ ପଡିଆ ଭିତରକୁ ଏଣ୍ଟ୍ରି ମାରିଥିଲା । ସାପ ଆସିବା କାରଣରୁ କ୍ରିକେଟ୍ ମ୍ୟାଚ୍ ବନ୍ଦ କରିବାକୁ ପଡିଥିଲା । ସୌଭାଗ୍ୟବଶତଃ ସାପ କାମୁଡାରୁ ଉଭୟ ଖେଳାଳି ଓ ଦର୍ଶକ ବର୍ତ୍ତି ଯାଇଥିଲେ ।


Video-  All these snakes showing up in anticipation of a Naagin dance celebration?  #LPL2023 #LPLOnFanCode pic.twitter.com/quKUACGr9u



ଅଗଷ୍ଟ ୧୨ରେ ଖେଳାଯାଇଥିବା ଏକ କ୍ରିକେଟ ମ୍ୟାଚରେ ସାପ ପ୍ରବେଶ କାରଣରୁ ଖେଳକୁ ବନ୍ଦ କରାଯାଇଥିଲା । ଏହି ମ୍ୟାଚ୍‌ ଚାଲିଥିବା ସମୟରେ ଯେତେବେଳେ ଜାଫ୍ନା ଖେଳାଳି ଇସୁରୁ ଉଦାନା ଫିଲ୍ଡିଂ କରୁଥିଲେ ସେତେବେଳେ ପଡ଼ିଆରେ ଥିବା ଏକ ଗାତ ମଧ୍ୟରୁ ସାପ ବାହାରକୁ ଆସିଥିଲା। ଉଦାନା ସାପର ଏତେ ନିକଟତର ଥିଲେ ଯେ, ତାଙ୍କ ପାଦ ସାପ ଉପରେ ପଡିବାକୁ ଯାଉଥିଲା କିନ୍ତୁ ସୌଭାଗ୍ୟବଶତଃ ତାଙ୍କ ଦୃଷ୍ଟି ପଡିପାରୁ ସେ ବର୍ତ୍ତିଯାଇଥିଲେ । ମ୍ୟାଚ୍ ସମୟରେ ସାପଟି କ୍ୟାମେରା ମ୍ୟାନଙ୍କ ନିକଟରେ ମଧ୍ୟ ପହଞ୍ଚିଥିଲା ଯେଉଁ କାରଣରୁ ସମସ୍ତେ ନିଜ ସ୍ଥାନରୁ ଦୌଡିବାକୁ ଲାଗିଥିଲେ । ତେବେ ପାକିସ୍ତାନ ସହିତ ଏସିଆ କପ୍ ମ୍ୟାଚ୍ ମଧ୍ୟ ଶ୍ରୀଲଙ୍କାରେ ଖେଳାଯିବ । ସମୁଦାୟ ୧୩ ଟି ମ୍ୟାଚ୍ ପାକିସ୍ତାନରେ ୪ଟି ମ୍ୟାଚ ଖେଳାଯିବ । ତେବେ ଭାରତୀୟ ଦଳ ଏହାର ସମସ୍ତ ମ୍ୟାଚ୍ କେବଳ ଶ୍ରୀଲଙ୍କାରେ ଖେଳିବ। ପାକିସ୍ତାନର ଉଦ୍ୟମ ପରେ ମଧ୍ୟ ଭାରତ ପାକିସ୍ତାନରେ ଖେଳିବାର ନିଷ୍ପତ୍ତିରେ ପରିବର୍ତ୍ତନ କରିନାହିଁ । ଆସନ୍ତା ୩୦ ଅଗଷ୍ଟରୁ ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଏହି ମ୍ୟାଚ ଖେଳାଯିବ ।


ଅନ୍ୟପଟେ, ଚଳିତ ଥର ଯେପରି ପଡିଆରେ କୋଣସି ଜୀବଜନ୍ତୁଙ୍କ ପ୍ରବେଶ ନହୁଏ ସେଥିପ୍ରତି ଅନେକ ଧ୍ୟାନ ଦିଆଯାଉଛି । ଦର୍ଶକମାନେ କିପରି ସୁବିଧାର ସହ ଖେଳର ମଜା ନେଇପାରିବେ ସେଥିପାଇଁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଉଛି । ଆଶା କରାଯାଉଛି ଯେ, ଚଳିତ ଥରର କ୍ରିକେଟ ମ୍ୟାଚ ବେଶ୍ ସୁରୁଖୁରୁରେ ଅନୁଷ୍ଠିତ ହେବ ।


Also Read- ଜନ ଧନ ଯୋଜନାରେ ଖୋଲିଛନ୍ତି କି ଖାତା ? ବାଲାନ୍ସ ନଥାଇ ବି ଉଠାନ୍ତୁ ଟଙ୍କା !