Pak vs India: ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳାଯାଉଥିବା ଏସିଆ କପରେ (Asia cup) ଶନିବାର ସବୁଠୁ ବଡ଼ ଓ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯିବ । ଶ୍ରୀଲଙ୍କାର ପାଲେକେଲ ଷ୍ଟାଡ଼ିୟମରେ ମୁହାଁମହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ (Pak vs India) । ତେବେ ଏହି ମ୍ୟାଚକୁ ସବୁ ବଡ଼ ମ୍ୟାଚ ଭାବେ ବିବେଚନା କରାଯାଉଛି । ୨୦୧୯ ଦିନିକିଆ ବିଶ୍ବକପ୍‌ ପରଠାରୁ ଦୁଇ ଦଳ ପରସ୍ପରକୁ ଦିନିକିଆରେ ‌ପ୍ରଥମ ଥର ଭେଟିବାକୁ ଯାଉଛନ୍ତି। ଏହି ବିଗତ ୪ ବର୍ଷ ମଧ୍ୟରେ ପାକିସ୍ତାନ ୨୯ ଦିନିକିଆ ଖେଳଥିବା ବେଳେ ଭାରତ ୫୭ ମ୍ୟାଚ୍‌ ଖେଳିସାରିଛି। ଏସିଆ କପ୍‌ରେ ଦୁଇ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ଯରେ ପ୍ରାୟ ୧୩ ଥର ମୁକାବିଲା ହୋଇଥିବା ବେଳେ ସେଥିରେ ଭାରତ ୭ ଥର ଓ ପାକିସ୍ତାନ ୫ ଥର ବିଜୟୀ ହୋଇଥିଲା । ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା ।


COMMERCIAL BREAK
SCROLL TO CONTINUE READING

ଦିନିକିଆ (ODI) ମାନ୍ୟତାରେ ପାକିସ୍ତାନ ୧ ନମ୍ବର ସ୍ଥାନରେ ରହିଥିବା ବେଳେ ଭାରତ ୩ ନମ୍ବରରେ ରହିଛି। ସେପଟେ ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହେବା ନେଇ ମଧ୍ଯ ଆଶଙ୍କା ରହିଛି । କାରଣ ଶ୍ରୀଲଙ୍କାର ପାଲେକେଲ ଅଞ୍ଚଳରେ ଶନିବାର ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୯୧ % ବର୍ଷା ହେବା ନେଇ ଆଶଙ୍କା ଥିବା ବିଭାଗ କହିଛି ।


ସୂଚନା ଅନୁଯାୟୀ, ଶନିବାର ଦିନ ଖେଳା ଯିବାକୁ ଥିବା ଭାରତ ଓ ପାକିସ୍ତାନ ମଧ୍ୟରେ ସୁସ୍ଥ ବୋଲିଂ ଓ ବ୍ୟାଟିଂ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ । ଭାରତ ପକ୍ଷରୁ ଓପନର ଭାବେ ରୋହିତ ଶର୍ମା (Rohit Sharma), ବିରାଟ କୋହଲି (virat kohli) ଓ ଶୁଭମନ ଗିଲ୍‌ଙ୍କୁ ରହିଥିବା ବେଳେ ପାକିସ୍ତାନ ଆଫ୍ରିଦି, ହାରିସ୍‌ ଓ ନସିମ ଶାହଙ୍କୁ ପ୍ରସ୍ତୁତ ରଖିଛି । ତେବେ ଉଭୟ ଦଳର ମିଡ଼ଲ ଅର୍ଡ଼ରରେ କିଏ ଓ କେଉଁଠାରେ ଖେଳିବେ ତାହାକୁ ନେଇ ଏବେ ବି ସସ୍‌ପେନ୍ସ ରହିଛି। ଈଶାନ କିଶନ ୱିକେଟ୍‌ କିପର ଭୂମିକା ତୁଲାଇବେ । ତେଣୁ ସେ ୪ କିମ୍ବା ୫ ନମ୍ବର ସ୍ଥାନରେ ଖେଳିପାରନ୍ତି ବୋଲି ଅନୁମାନ କରାଯାଉଛି । ମଧ୍ୟକ୍ରମରୁ ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ୍‌ ଭଲ ରନ୍ କରିବା ନେଇ ଆଶା କରାଯାଉଛି। ତେବେ ଯଶପ୍ରୀତ୍‌ ବୁମ୍‌ରା, ପ୍ରସିଦ୍ଧ କୃଷ୍ଣ ଓ ଶ୍ରେୟସ ଆୟର ଭଲ ବୋଲିଂ କରିବା ନେଇ ଆଶା ରଖାଯାଇଛି ।


ସେପଟେ ମଜବୁତ୍‌ ଦଳ ସହ ଏସିଆ କପ୍‌‌ରେ ପଡ଼ିଆକୁ ଓହ୍ଲାଇବ ପାକିସ୍ତାନ । ଗତ ୪ ବର୍ଷ ମଧ୍ଯରେ ପାକିସ୍ତାନ ଖେଳିଥିବା ୨୯ ଦିନିକିଆପେ ତାର ସ୍ଥିର ପ୍ରଦର୍ଶନ ଦଳକୁ ମଜବୁତ କରିଛି। ଚଳିତ ବର୍ଷ ଦଳ ୧୨ ଟି ମ୍ୟାଚ୍‌ ଖେଳିଥିବା ବେଳେ ଅଧିନାୟକ ବାବର ଆଜମ୍‌, ଫକର ଜମାନ ଓ ଇମାମ ଉଲ୍‌ ହକ୍‌ ଭଲ ରନ୍‌ କରିଥିବା ଦେଖିବାକୁ ମିଳିଥିଲା। କିନ୍ତୁ ୪ରୁ ୬ ନମ୍ବର ସ୍ଥାନ ଚିନ୍ତାଜନକ ରହିଛି, କାରଣ ସାଉଦ୍‌ ସକିଲ୍‌, ଉସମା ମିର୍‌ ଓ ଆଘା ସଲମାନ୍‌ ପ୍ରଦର୍ଶନ ଭଲ ରହିନାହିଁ। ତଥାପି ଇଫତିକାର ଅହମଦ ଓ ସଦାବ ଖାନ୍‌ ବ୍ୟାଟିଂ ଯୋଗୁଁ ଦଳର ଭଲ ପ୍ରଦର୍ଶନ ନେଇ ଆଶା ରଖାଯାଉଛି । 


ସମ୍ଭାବ୍ୟ ଭାରତ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ଈଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା,‌ ଯଶପ୍ରୀତ୍‌ ବୁମରା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ସାମି।


ପାକିସ୍ତାନ ଖେଳାଳି: ଫକର ଜମାନ, ଇମାମ ଉଲ୍‌ ହକ୍‌, ବାବର ଆଜମ୍‌ (ଅଧିନାୟକ), ମହମ୍ମଦ ରିଜୱାନ୍‌, ଆଘା ସଲମାନ, ଇଫତିକାର ଅହମଦ, ସଦାବ ଖାନ୍‌, ମହମଦ ନୱାଜ, ହାରିସ ରୌଫ୍‌, ସାହିନ ଶାହ ଆଫ୍ରିଦି, ନସିମ ଶାହ।


ପ୍ରକାଶ ଥାଉ କି, ପାକିସ୍ତାନ ଫର୍ମରେ ଥିବା ବେଳେ ଭାରତୀୟ ଖେଳାଳି ମଧ୍ୟ ଫର୍ମକୁ ଫେରିଛନ୍ତି । ଉଭୟଙ୍କ ମଧ୍ୟରେ କଡାକଡି ମୁକାବିଲା ହେବା ନେଇ ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।