Indian Cricketer Rishabh Pant: ଦୁର୍ଘଟଣା ପରେ କ୍ରିକେଟ ପଡ଼ିଆ ଠାରୁ ଦୂରେଇ ରହିଛନ୍ତି ଭାରତୀୟ କ୍ରିକେଟ ଦଳର ଷ୍ଟାର ୱିକେଟ୍ କିପର ଋଷଭ ପନ୍ତ। ଏହି ଭାରତୀୟ କ୍ରିକେଟରଙ୍କ ଫିଟନେସ୍ ସହ ଜଡ଼ିତ ସଦ୍ୟତମ ଖବର ସାମ୍ନାକୁ ଆସିଛି। ହେଲେ ଏହି ଖବର ତାଙ୍କ ପ୍ରଶଂସକଙ୍କୁ ନିରାଶ କରିପାରେ। ସଦ୍ୟତମ ଖବର ଅନୁଯାୟୀ, ଚଳିତ ବର୍ଷର ଆୟୋଜିତ ହେଉଥିବା ବିଶ୍ୱକପ ପର୍ଯ୍ୟନ୍ତ ଋଷଭ ପନ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ଫିଟ୍ ହେବା ସମ୍ଭବ ନୁହେଁ।


COMMERCIAL BREAK
SCROLL TO CONTINUE READING

କ୍ରିକବଜ୍ ରିପୋର୍ଟ ଅନୁଯାୟୀ ଭାରତୀୟ କ୍ରିକେଟ ଦଳର (Indian Cricket Team) ଷ୍ଟାର ୱିକେଟ୍ କିପର (Team India Star Wicket Keeper) ଋଷଭ ପନ୍ତଙ୍କୁ (Rishabh Pant) କ୍ରିକେଟ୍ ପଡ଼ିଆରୁ ପ୍ରାୟ ଆହୁରି ବର୍ଷେ ଦୂରେଇ ରହିବାକୁ ପଡିପାରେ। ହେଲେ ଆଶ୍ୱସ୍ତିର କଥା ଏହା ଯେ, ଋଷଭ ପନ୍ତ ପୂର୍ବରୁ ଅନୁମାନ କରାଯାଉଥିବା ଅପେକ୍ଷା ବହୁତ ଶୀଘ୍ର ସୁସ୍ଥ ହେବାରେ ଲାଗିଛନ୍ତି। ହେଲେ ଏହା ସତ୍ତ୍ୱେ ଋଷଭ ପନ୍ତ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ (Team India Batsman) ଭାବେ ପଡ଼ିଆରେ ଓହ୍ଲାଇବାକୁ ନେଇ ଆହୁରି ବହୁତ ସମୟ ନେଇପାରନ୍ତି।


ଏହି ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ ସେପ୍ଟେମ୍ବର ଶେଷ ସୁଦ୍ଧା ଋଷଭ ପନ୍ତ ବ୍ୟାଟିଂ ଅଭ୍ୟାସ ଆରମ୍ଭ କରିପାରିବେ। ଯେହେତୁ ପନ୍ତ କେବଳ ସେପ୍ଟେମ୍ବର ସୁଦ୍ଧା ଅଭ୍ୟାସ ଆରମ୍ଭ କରିବେ, ତେଣୁ ତାଙ୍କୁ ଚଳିତ ବର୍ଷର ଏସିଆ କପ୍ (Asia Cup 2023) ଏବଂ ବିଶ୍ୱକପ (World Cup 2023) ଭଳି ମୁକାବିଲାରୁ ଦୂରେଇ ରହିବାକୁ ପଡ଼ିପାରେ। ହେଲେ ଡାକ୍ତର ବର୍ତ୍ତମାନ ପର୍ଯ୍ୟନ୍ତ ଏହା କହି ନାହାଁନ୍ତି କେବେ ଋଷଭ ପନ୍ତ ୱିକେଟ୍ କିପିଂ ଅଭ୍ୟାସ ଆରମ୍ଭ କରିପାରିବେ।


ୱିକେଟକିପିଂ ଛାଡି଼ପାରନ୍ତି ଋଷଭ ପନ୍ତ
ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (Indian Cricket Control Board) ଋଷଭ ପନ୍ତଙ୍କ ଚିକିତ୍ସା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରୁଛି। ଦୁର୍ଘଟଣା ସମୟରେ ବିସିସିଆଇ (BCCI) ଏହା ସ୍ପଷ୍ଟ କରି ଦେଇଛି ଯେ ଭାରତୀୟ କ୍ରିକେଟ ଦଳର ଭବିଷ୍ୟତ ଯୋଜନା ପାଇଁ ଋଷଭ ପନ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ତାଙ୍କ ଚିକିତ୍ସାରେ କୌଣସି ଅସୁବିଧା ହେବ ନାହିଁ। ଯଦି ଆବଶ୍ୟକ ହୁଏ ଋଷଭ ପନ୍ତଙ୍କୁ ଚିକିତ୍ସା ଏବଂ ତାଲିମ ପାଇଁ ବିଦେଶ ପଠାଯାଇପାରେ। ଏହା ମଧ୍ୟ ସମ୍ଭବ ଯେ ଏହି ଆଘାତ ପରେ ଋଷଭ ପନ୍ତ କେବଳ ବ୍ୟାଟ୍ସମ୍ୟାନ୍ ଭାବରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ଟିମ୍ ଇଣ୍ଡିଆ ପାଇଁ ପନ୍ତଙ୍କ ବ୍ୟାଟିଂ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆସନ୍ତା ଆଇପିଏଲ ସଂସ୍କରଣରେ ଋଷବ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବାର ନଜର ଆସିବାର ସମସ୍ତ ସମ୍ଭାବନା ରହିଛି।