Rishabh Pant: ଋଷଭ ପନ୍ତଙ୍କୁ ନେଇ ଆସିଲା ବଡ଼ ଅପଡ଼େଟ, ଏହି ସିରିଜ ମାଧ୍ୟମରେ କରିବେ କମବ୍ୟାକ୍
Rishabh Pant: ପନ୍ତ ଦୀର୍ଘ ସମୟ ଧରି ଖେଳଠାରୁ ଦୂରେଇ ରହିଛନ୍ତି । ଆଶା କରାଯାଉଥିଲା ଯେ, ୨୦୨୩ ବିଶ୍ୱକପ ସୁଦ୍ଧା ପନ୍ତ ସମ୍ପୂର୍ଣ୍ଣ ଭାବେ ଫିଟ୍ ହୋଇଯିବେ । କିନ୍ତୁ ସଠିକ୍ ଭାବେ ସୁସ୍ଥ ହୋଇନଥିବା କାରଣରୁ ପନ୍ତ ଚଳିତ ବର୍ଷ ଆଇପିଏଲରୁ ମଧ୍ଯ ବାଦ ପଡିଥିଲେ । ତେବେ ବର୍ତ୍ତମାନ ଖେଳାଳିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।
Rishabh Pant: ଚଳିତ ବର୍ଷ ଆରମ୍ଭରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) । ଯାହା ପରେ ପନ୍ତ ଦୀର୍ଘ ସମୟ ଧରି ଖେଳଠାରୁ ଦୂରେଇ ରହିଛନ୍ତି । ଆଶା କରାଯାଉଥିଲା ଯେ, ୨୦୨୩ ବିଶ୍ୱକପ ସୁଦ୍ଧା ପନ୍ତ ସମ୍ପୂର୍ଣ୍ଣ ଭାବେ ଫିଟ୍ ହୋଇଯିବେ । କିନ୍ତୁ ସଠିକ୍ ଭାବେ ସୁସ୍ଥ ହୋଇନଥିବା କାରଣରୁ ପନ୍ତ ଚଳିତ ବର୍ଷ ଆଇପିଏଲରୁ (IPL 2024) ମଧ୍ଯ ବାଦ ପଡିଥିଲେ । ତେବେ ବର୍ତ୍ତମାନ ଖେଳାଳିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।
ଏହି ସିରିଜ୍ ସହିତ ପଡ଼ିଆକୁ ଫେରିବେ ରିଷଭ ପନ୍ତ
୨୦୨୪ ମସିହାରେ ଖେଳାଯିବାକୁ ଥିବା ଇଂଲଣ୍ଡ ସିରିଜ୍ ପୂର୍ବରୁ ଭାରତର ଷ୍ଟାର ୱିକେଟ୍ କିପର ଓ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଦଳକୁ ଫେରିବା ନେଇ ସମ୍ଭାବନା ରହିଛି । ଆସନ୍ତା ବର୍ଷ ଜାନୁଆରୀ ମାସରେ ଇଂଲଣ୍ଡ ବିପକ୍ଷରେ ଭାରତ ଏହି ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ (IND vs ENG 2024 Test series) ଖେଳିବା ନେଇ ସୂଚନା ରହିଛି । ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପନ୍ତ ମଧ୍ୟ ଆସନ୍ତା ବର୍ଷ ଆଇପିଏଲରେ ମଧ୍ଯ ଖେଳିବେ । ଏକାଧିକ ଅସ୍ତ୍ରୋପଚାର ପରେ ଖେଳାଳି ବର୍ତ୍ତମାନ ସୁସ୍ଥ ହେବା ସହ ଚାଲିବା ଆରମ୍ଭ କରିଛନ୍ତି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି । ସେ ଶୀଘ୍ର ବ୍ୟାଟିଂ କରିବା ମଧ୍ୟ ଆରମ୍ଭ କରିବେ ବୋଲି ଜଣାପଡିଛି । ତେବେ ପନ୍ତଙ୍କୁ ପଡ଼ିଆରେ ଖେଳିବାର ଦେଖିବା ନେଇ ଫ୍ୟାନ୍ସ ବେଶ ଉତ୍ସାହିତ ଅଛନ୍ତି । ଋଷଭ ପନ୍ତ ସିରିଏଲ ମ୍ୟାଚ୍ ବିଜେତା ହୋଇଥିବାରୁ ଦଳରେ ତାଙ୍କର ବେଶ ଗୁରୁତ୍ବ ରହିଛି ।
ବେଶ ଭଲ ଥିଲା ଋଷଭ ପନ୍ତଙ୍କ କ୍ୟାରିୟର
ଦୁର୍ଘଟଣା ପରେ ପନ୍ତ ବର୍ଡର-ଗାଭାସ୍କର ଟ୍ରଫି, ଆଇପିଏଲ୍ ଓ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଭଳି ପ୍ରମୁଖ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିଲେ । ଏପରିକି ଏହି ପନ୍ତ ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍ ଓ ଦିନିକିଆ ବିଶ୍ୱକପରୁ ମଧ୍ୟ ବଞ୍ଚିତ ହୋଇଛନ୍ତି । ଉଭୟ ODI ଓ T20ରେ ରିଷଭ ପନ୍ତଙ୍କ ଷ୍ଟ୍ରାଇକ୍ ରେଟ୍ ବହୁତ ଭଲ ରହିଛି । ଦ୍ରୁତ ବ୍ୟାଟିଂ ପାଇଁ ସେ ଜଣାଶୁଣା । ପନ୍ତ ୩୩ଟି ଟେଷ୍ଟ ମ୍ୟାଚ୍ ଖେଳି ୨୨୭୧ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୫ଟି ଶତକ ସାମିଲ ରହିଛି । ସେହିପରି ୩୦ଟି ODIରେ ସେ ୨୬ଟି ଇନିଂସ ଖେଳି ୮୬୫ଟି ରନ୍ ସଂଗ୍ରହ କରିଛନ୍ତି । ସେଥିରେ ଗୋଟେ ଶତକ ଓ ୫ଟି ଅର୍ଦ୍ଧଶତକ ସାମିଲ ରହିଛି ।
ପ୍ରକାଶ ଥାଉ କି ଚଳିତ ବର୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ମଧ୍ଯ ଦଳକୁ ଅଷ୍ଟ୍ରେଲିଆଠାରୁ ପରାସ୍ତ ହେବାକୁ ପଡ଼ିଥିଲା। ନିକଟରେ ଗଣମାଧ୍ୟମକୁ ସୂଚନା ଦେଇ ବିସିସିଆଇର ଜଣେ ଅଧିକାରୀ କହିଥିଲେ ଯେ, ରିଷଭ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। କିନ୍ତୁ ବର୍ତ୍ତମାନ ସେ ୱିକେଟ୍ କିପିଂ କରିବାକୁ କେତେ ସକ୍ଷମ ତାହା କହିବା କଷ୍ଟକର। ଅଭ୍ୟାସ ପାଇଁ ତାଙ୍କୁ ସଂପୂର୍ଣ୍ଣ ଫିଟ୍ ହେବାକୁ ୩ ମାସ କିମ୍ବା ୬ ମାସରୁ ଅଧିକ ସମୟ ଲାଗିପାରେ । ଏନେଇ ଆମେ କୌଣସି ଡେଟ୍ ଲାଇନ୍ ଠିକ୍ କରିପାରିବୁ ନାହିଁ । ରିଷଭ ପନ୍ତ ବର୍ତ୍ତମାନ ୟଙ୍ଗ ଅଛନ୍ତି । କ୍ରିକେଟ୍ ଖେଳିବାକୁ ତାଙ୍କ ନିକଟରେ ଯଥେଷ୍ଟ ସମୟ ରହିଛି ।
ଆଇପିଏଲ୍ ୨୦୨୩ ବିଷୟରେ କହିବାକୁ ଗଲେ, ଦିଲ୍ଲୀ କ୍ୟାପିଟାଲ୍ସ ରିଷଭ ପନ୍ତଙ୍କ ବଦଳରେ ଅଷ୍ଟ୍ରେଲିଆର ଡେଭିଡ଼ ୱାର୍ଣ୍ଣରଙ୍କୁ ଦଳର ଅଧିନାୟକ କରିଥିଲା । କିନ୍ତୁ ଦଳର ଖରାପ ପ୍ରଦର୍ଶନ ପରେ ଅଭିଷେକ ପୋରେଲ ଓ ସରଫରାଜ ଖାନଙ୍କୁ ୱିକେଟ୍ କିପିଂ ଦାୟିତ୍ବ ଦିଆଯାଇଥିଲା । କିନ୍ତୁ ଉଭୟ ମଧ୍ଯ ଦଳକୁ ନିରାଶ କରିଥିଲେ । ଆସନ୍ତା ଡିସେମ୍ବର ମାସରେ ଆଇପିଏଲ୍- ୨୦୨୪ ଲାଗି ନିଲାମ ଅନୁଷ୍ଠିତ ହେବ। ତେବେ ପନ୍ତ ୨୦୨୪ ଆଇପିଏଲ ଖେଳିବେ ବୋଲି ସୂଚନା ମିଳିଛି।