Virat kohli Birthday: ବିଶ୍ୱକପରେ (World cup 2023) ରବିବାର ଦିନ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ତିଆ (IND vs SA) । ଏହି ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନରେ (kolkata Eden Gardens) ଖେଳାଯିବ। ଏହି ମ୍ୟାଚ୍ ବେଶ ଖାସ୍ ହେବାକୁ ଯାଉଛି । କାରଣ ଏହି ଦିନ ଅର୍ଥାତ୍ ନଭେମ୍ବର ୫ ତାରିଖରେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ (Virat kohli) ୩୫ ତମ ଜନ୍ମଦିନ ଅଟେ । କିଙ୍ଗ କୋହଲିଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ବେଙ୍ଗଲ କ୍ରିକେଟ୍ ଆସୋସିଏସନ୍ (Cricket Association of Bengal) ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି।


COMMERCIAL BREAK
SCROLL TO CONTINUE READING

ଏହି ଖାସ୍ ଅବସରରେ ବେଙ୍ଗଲ କ୍ରିକେଟ୍ ଆସୋସିଏସନ (Cricket Association of Bengal) କୋହଲିଙ୍କୁ ଏକ ବିଶେଷ ଉପହାର ଦେବ ବୋଲି ଜଣାପଡ଼ିଛି । ମ୍ୟାଚର କିଛି ଦିନ ପୂର୍ବରୁ ଇଡେନ୍ ଗାର୍ଡେନ୍ସରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ସମସ୍ତ ଅଧିକାରୀ ଏନେଇ ବ୍ୟସ୍ତ ଅଛନ୍ତି। ବେଙ୍ଗଲ କ୍ରିକେଟ୍ ଆସୋସିଏସନ୍ (CAB)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କୋହଲିଙ୍କ ପାଇଁ ଉପହାର ସ୍ୱରୂପ ଏକ ସ୍ୱତନ୍ତ୍ର କେକ ଓ ବ୍ୟାଟ୍ ପ୍ରସ୍ତୁତ କରାଯାଉଛି।


ସେ ଆଉ ମଧ୍ଯ କହିଛନ୍ତି, କୋହଲି (Virat kohli) ଜଣେ ଚାମ୍ପିୟନ୍ କ୍ରିକେଟର ଅଟନ୍ତି । ଏହା ଆମର ସୌଭାଗ୍ୟ ଯେ ତାଙ୍କ ଜନ୍ମଦିନରେ ଆମେ ଏପରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ର ଆୟୋଜନ କରୁଛୁ । ଆମେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର କେକ୍ ପ୍ରସ୍ତୁତ କରିଛୁ ଯାହା ଭାରତୀୟ ଟିମ୍ ର ଡ୍ରେସିଂ ରୁମକୁ ପଠାଯିବ। ଏହା ବ୍ୟତୀତ କ୍ୟାବ ସଭାପତି ସ୍ନେହାଶିସ୍ ଗାଙ୍ଗୁଲି (Snehasish Ganguly) ତାଙ୍କୁ ଏକ ବ୍ୟାଟ୍ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମ ଖେଳ ବ୍ରେକ କିମ୍ବା ମ୍ୟାଚ୍ ଆରମ୍ଭ ପୂର୍ବରୁ କରାଯିବ। ଏହି ମ୍ୟାଚ୍ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା (Home Minister Amit shah) ଓ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ (Amitabh Bachchan) ମଧ୍ୟ ନିମନ୍ତ୍ରଣ କରାଯାଇଛି। ସୂତ୍ରରୁ ପ୍ରକାଶ, ଅମିତ ଶାହା କ୍ରିକେଟ ଦେଖିବାକୁ ବେଶ ଭଲ ପାଆନ୍ତି । ତେବେ ମ୍ୟାଚ୍ ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ଯ ଏପର୍ଯ୍ୟନ୍ତ ତାଙ୍କ ନିକଟରୁ ଏନେଇ କୌଣସି ଉତ୍ତର ମିଳିପାରିନାହିଁ। ସେହିପରି ଅମିତାଭ ବଚ୍ଚନଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଥିଲା କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ସେ ଆସିବାକୁ ମନା କରିଦେଇଥିଲେ। ତେବେ କୋହଲି ଖେଳ ବିରତି ସମୟରେ କିମ୍ବା ମ୍ୟାଚ୍ ଆରମ୍ଭ ପୂର୍ବରୁ ପଡ଼ିଆରେ କେକ୍ କାଟିବା ସହ ମାସ୍କ ବଣ୍ଟିବେ ବୋଲି ପୂର୍ବରୁ ଖବର ମିଳିଥିଲା ।


Also Read-Hardik Pandya: ବିଶ୍ୱକପରୁ ଆଉଟ ହେବା ପରେ ଏପରି ରିଆକ୍ସନ୍ ଦେଲେ ହାର୍ଦ୍ଦିକ, କହିଲେ...


ଏହି ମ୍ୟାଚରେ ପୂର୍ବତନ ଭାରତୀୟ ଅଧିନାୟକ ତଥା ସାସଂଦ ସୌରଭ ଗାଙ୍ଗୁଲି (Sourav Ganguly) ଓ ବିସିସିଆଇ ସଚିବ ଉପସ୍ଥିତ ରହିବେ। ସେହିପରି ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଏବି. ଡି ଭିଲିୟର୍ସ (AB, de Villiers) ଆଇସିସି ଟ୍ରଫି (ICC trophy) ନେଇ ପଡ଼ିଆକୁ ଆସିବା ନେଇ କାର୍ଯ୍ୟକ୍ରମ ରହିଛି ।