Virat Kohli Diet: ଆଇସିସି ବିଶ୍ୱକପ୍‌ ୨୦୨୩ରେ (ICC world cup 2023) ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ଭଲ ଫର୍ମରେ ରହିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ କୋହଲି ଏପର୍ଯ୍ୟନ୍ତ ଗୋଟିଏ ଶତକ ସହ ୩ଟି ଅର୍ଦ୍ଧ ଶତକ ହାସଲ କରିଛନ୍ତି । ଏହାସହ ସେ ନିଜର ୪୮ତମ ଶତକ ମଧ୍ୟ ପୂରଣ କରିଛନ୍ତି । ତେବେ ଯଦି କୋହଲି ଆଉ ଏକ ଶତକ ହାସଲ କରନ୍ତି ତାହାଲେ ସଚିନ ତେନ୍ଦୁଲକରଙ୍କ ସହ ତାଙ୍କ ରେକର୍ଡ଼ ବରାବର ହେବ। କୋହଲିଙ୍କ ଏହି ଦମଦାର ପ୍ରଦର୍ଶନ ପାଇଁ ଫିଟନେସ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଆସନ୍ତୁ ଜାଣିବା ବିଶ୍ୱକପ ସମୟରେ କ’ଣ ରହିଛି କୋହଲିଙ୍କ ଡାଏଟ୍ ପ୍ଲାନ୍ ।


COMMERCIAL BREAK
SCROLL TO CONTINUE READING

ଇଂଲଣ୍ଡ ବିପକ୍ଷ (IND vs ENG ) ମ୍ୟାଚ୍ ପୂର୍ବରୁ ଭାରତୀୟ ଖେଳାଳିମାନେ ରହୁଥିବା ହୋଟେଲର ସେଫ୍ ଖେଳାଳିଙ୍କ ଡ଼ାଏଟ ପ୍ଲାନ୍ ବିଷୟରେ ଖୁଲାସା କରିଥିଲେ। ବିରାଟ କୋହଲି କ’ଣ ଖାଇବାକୁ ପସନ୍ଦ କରନ୍ତି ଓ ବିଶ୍ୱକପ ସମୟରେ ସେ କ’ଣ ଖାଉଛନ୍ତି ସେନେଇ ମଧ୍ୟ ସେଫ୍ କହିଥିଲେ। ସେଫ୍ ଙ୍କ କହିବା ଅନୁଯାୟୀ, ବିରାଟ (Virat kohli) ହାଇ ପ୍ରୋଟିନ୍ ଓ କମ୍ କାର୍ବୋହାଇଡ୍ରେଟ୍ ଖାଦ୍ୟ ଖାଇବାକୁ ଅଧିକ ପସନ୍ଦ କରନ୍ତି। ମାଣ୍ତିଆ ଦୋସା ଖାଇବା ତାଙ୍କୁ ବେଶ ପସନ୍ଦ। ସେ ଆଉ ମଧ୍ଯ କହିଛନ୍ତି, କୋହଲି ସିଝା ଖାଦ୍ୟ ଖାଇବାକୁ ବେଶୀ ପସନ୍ଦ କରନ୍ତି ଓ ଚର୍ବି ଖାଇବା ଠାରୁ ଦୂରେଇ ରୁହନ୍ତି । ଯାହା ତାଙ୍କୁ ଫିଟ୍ ରଖିଥାଏ । କୋହଲି ଆମିଷ ଖାଇବାକୁ ମଧ୍ୟ ପସନ୍ଦ କରନ୍ତି। ସେଥିପାଇଁ ସେ ମାଛ ଓ ଚିକେନ୍ ମଧ୍ୟ ଖାଇଥାଆନ୍ତି । ସେ ଟୋଫୁ ପରି କମ୍ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ମଧ୍ୟ ଖାଇଥାଆନ୍ତି । ଏହା ସହିତ ସେ ଡାଏରୀ ଉତ୍ପାଦରୁ ଦୂରେଇ ରୁହନ୍ତି । କେବଳ କୋହଲି ନୁହଁନ୍ତି, ଟିମ୍ ଇଣ୍ଡିଆର (Team India)  ଅଧିକାଂଶ ଖେଳାଳି ଡାଏରୀ ଦ୍ରବ୍ୟ ଖାଆନ୍ତି ନାହିଁ। ଫିଟନେସକୁ ଗୁରୁତ୍ବ ଦେଉଥିବା କୋହଲି ଭଜା ଖାଦ୍ୟ ଖାଆନ୍ତି ନାହିଁ ।


Also Read-IND vs ENG: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ରିପ୍ଲେସମେଣ୍ଟକୁ ନେଇ ଏପରି କହିଲେ BCCI ଅଧିକାରୀ


ପ୍ରକାଶ ଥାଉ କି, ଚଳିତ ବିଶ୍ୱକପରେ ଭାରତର ଦମଦାର ପ୍ରଦର୍ଶନ ଜାରି ରହିଛି। ଟିମ୍ ଇଣ୍ତିଆ ବର୍ତ୍ତମାନ ସୁଦ୍ଧା ୫ଟି ମ୍ୟାଚ୍ ଖେଳିଥିବା ବେଳେ ସମସ୍ତ ମ୍ୟାଚ୍ ରେ ବିଜୟ ଲାଭ କରିଛି। ଗୋଟିଏ ମ୍ୟାଚ୍ ହାରିନଥିବା ଭାରତ ଇଂଲଣ୍ଡ (IND vs ENG world cup 2023) ବିପକ୍ଷରେ ମଧ୍ଯ ବିଜୟ ଧାରା ବଜାୟ ରଖିବା ନେଇ ଲକ୍ଷ୍ୟ ରଖିଛି ।