IND vs AFG world cup 2023: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ବିଜୟ ପରେ ଆଜି ଆଫଗାନିସ୍ତାନକୁ ଭେଟିବ ଟିମ୍ ଇଣ୍ତିଆ (Team India) । ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡ଼ିୟମରେ (Delhi Arun Jaitley Stadium) ଏହି ମ୍ୟାଚ୍ ଖେଳାଯିବ । ତେବେ ଚଳିତ ବିଶ୍ବକପରେ ବାଂଲାଦେଶ ସହ ଖେଳିଥିବା ପ୍ରଥମ ମ୍ୟାଚ୍ ରେ ପରାଜିତ ହୋଇଥିଲା ଆଫଗାନିସ୍ତାନ ଦଳ ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ବିଶ୍ବକପରେ ଆଜି ଭାରତ ଓ ଆଫଗାନିସ୍ତାନ ମୁକାବିଲା (Ind vs Afg world cup 2023) । ପ୍ରଥମ ମ୍ୟାଚରେ କଙ୍ଗାରୁ ଦଳକୁ (ind vs aus world cup 2023) ଧୂଳ ଚଟାଇବା ପରେ ଟିମ୍ ଇଣ୍ତିଆର ମନୋବଳ ଦୃଢ ରହିଛି । ଆଜିର ମୁକାବିଲା ଜିତିବା ସହ ପଏଣ୍ଟ ବଢାବା ନେଇ ଲକ୍ଷ୍ୟ ରଖିଛି ଭାରତ । ରବିବାର ଦିନ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ (Australia) । କିନ୍ତୁ ଭାରତୀୟ ବୋଲରଙ୍କ ଆଗରେ ବେଶ ସମୟ ତିଷ୍ଠି ପାରିନଥିଲେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ । ମାତ୍ର ୧୯୯ ରନ୍ କରି ଅଲଆଉଟ୍ ହୋଇଯାଇଥିଲା କଙ୍ଗାରୁ ଦଳ । ୨୦୦ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତକୁ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଥିଲା । ମାତ୍ର ୨ ରନ୍ ସ୍କୋରରେ ଭାରତ ୩ଟି ୱିକେଟ୍ ହରାଇଥିଲା ।  ଇଶାନ କିଷାନ, ଅଧିନାୟକ ରୋହିତ ଶର୍ମା ଓ ଶ୍ରେୟସ ଅୟର ଖାତା ଖୋଲି ପାରିନଥିଲେ । ତେବେ ଏହି ସମୟରେ ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ ବିରାଟ କୋହଲି । ବିରାଟଙ୍କ ଧୈର୍ଯ୍ୟପୂର୍ଣ୍ଣ ୮୫ ରନ୍ ଓ କେଏଲ ରାହୁଲଙ୍କ (k l Rahul) ଅପରାଜିତ ୯୭ ରନର ଦମଦାର ଇନିଂସ ଫଳରେ ୪୧.୨ ଓଭରରେ ମାତ୍ର ୪ ୱିକେଟ୍ ହରାଇ ବିଜୟ ହାସଲ କରିଥିଲା ଭାରତ । ଅସୁସ୍ଥ ଥିବାରୁ ଏହି ମ୍ୟାଚରୁ ମଧ୍ଯ ବାଦ ପଡ଼ିଛନ୍ତି ଷ୍ଟାର ଓପନର ଶୁବମନ୍ ଗିଲ (Shubman Gill)। ଗତ ମ୍ୟାଚ୍ ପରି ଇଷାନ୍ କିଷନ (ishan kishan) ଆଜି ମଧ୍ୟ ଅଧିନାୟକ ରୋହିତ ଶର୍ମାଙ୍କ (Rohit Sharma )ସହ ଓପନିଂ କରିବେ । ସେପଟେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚେରେ ଦମଦାର ପ୍ରଦର୍ଶନ କରିଥିବା ବିରାଟ କୋହଲି ଓ କେଏଲ ରାହୁଲଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।


ଅନ୍ୟପକ୍ଷରେ, ଧର୍ମଶାଳାରେ ଖେଳାଯାଇବା ବାଂଲାଦେଶ- ଆଫ୍‌ଗାନିସ୍ତାନ (afg vs ban world cup 2023) ମ୍ୟାଚରେ ଆଫ୍‌ଗାନିସ୍ତାନ ପରାଜିତ ହୋଇଥିଲା । ବାଂଲାଦେଶ ବିପକ୍ଷରେ ଦଳ ମାତ୍ର ୧୫୬ ରନ୍‌ କରିଥିଲା। ତେବେ ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିବା ନେଇ ଆଜି ଦଳ ଟିମ୍ ଇଣ୍ତିଆକୁ ଟକ୍କର ଦେବାକୁ ଚେଷ୍ଟା କରିବ । ଏଯାଏଁ ଉଭୟ ଦଳ ପରସ୍ପର ସହ ୩ଟି ଦିନିକିଆ ଖେଳିଥିବା ବେଳେ ୨ଟିରେ ଭାରତ ବିଜୟୀ ଓ ଅନ୍ୟଟି ଟାଏ ରହିଥିଲା । ସେହିପରି ୨ଟି ଟି-ଟ୍ୱେଣ୍ଟି ଓ ଗୋଟିଏ ଟେଷ୍ଟ ମ୍ୟାଚ୍ ରେ ଭାରତ ବିଜୟୀ ହୋଇଥିଲା ।


ଭାରତୀୟ ସମ୍ଭାବ୍ୟ ପ୍ଲେଇଂ ଇଲେଭେନ: ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍‌ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଆର୍‌ ଅଶ୍ବିନ/ମହମ୍ମଦ ସାମି, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ।


ଆଫ୍ଗାନିସ୍ତାନ ସମ୍ଭାବ୍ୟ ପ୍ଲେଇଂ ଇଲେଭେନ: ହାସମତୁଲା ସାହିଦି (ଅଧିନାୟକ), ରହମନୁଲ୍ଲା ଗୁରବାଜ, ଇବ୍ରାହିମ ଜଦ୍ରାନ, ରହମତ ଶାହ, ନଜିବୁଲ୍ଲା ଜଦ୍ରାନ, ମହମ୍ମଦ ନବି, ଅଜମତୁଲ୍ଲା ଓମାରଜାଇ, ରସିଦ ଖାନ, ମୁଜୀବ୍ ଉର ରହମାନ, ନବୀନ ଉଲ୍ ହକ, ଫଜଲହକ ଫାରୁକି।