Dhanashree Verma Yuzvendra Chahal: ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ (Yuzvendra Chahal) ଓ କୋରିଓଗ୍ରାଫର ଧନଶ୍ରୀ ଭର୍ମାଙ୍କ (Dhanashree Verma) ମଧ୍ୟରେ ବୋଧହୁଏ ସବୁ ଠିକ୍ ଚାଲିନାହିଁ । ଏହି ଘଟଣା ସେତବେଳେ ସାମ୍ନାକୁ ଆସିଥିଲା ​​ଯେତେବେଳେ ସେ ନିଜ ଇନଷ୍ଟାଗ୍ରାମ (Instagram) ଆକାଉଣ୍ଟରୁ ଧନଶ୍ରୀ ଭର୍ମା ଚହଲ ନାମକୁ ପରିବର୍ତ୍ତନ କରି ଧନଶ୍ରୀ ଭର୍ମା ନାମ କରି ଦେଇଥିଲେ । ଏହି ସମୟରେ, ୟୁଜି ଚହଲ ମଧ୍ୟ ନୂଆ ଜୀବନ ବିଷୟରେ ଏକ ପୋଷ୍ଟ ମଧ୍ୟ କରିଥିଲେ । ଏଭଳି ପରିସ୍ଥିତିରେ ଉଭୟଙ୍କ ମଧ୍ୟରେ କୌଣସି ଏକ ବିବାଦ ହୋଇଛି ବୋଲି ଚର୍ଚ୍ଚା ହୋଇଥିଲା, କିନ୍ତୁ ବର୍ତ୍ତମାନ ୟୁଜବେନ୍ଦ୍ର ଚହଲ ଏହି ଚର୍ଚ୍ଚାକୁ ନେଇ ସୋସିଆଲ ମିଡିଆରେ (Social media) ନିଜ ପ୍ରତିକ୍ରିୟା ରଖିଛନ୍ତି ।


COMMERCIAL BREAK
SCROLL TO CONTINUE READING

ୟୁଜଭେନ୍ଦ୍ର ଚହଲ ନିଜର ଏକ ଇନଷ୍ଟା ଷ୍ଟୋରି ମାଧ୍ୟମରେ ସେମାନଙ୍କ ସମ୍ପର୍କକୁ ନେଇ ଉଠିଥିବା ଗୁଜବ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, "ଆମ ସମ୍ପର୍କ ସହ ଜଡିତ କୌଣସି ଗୁଜବକୁ ବିଶ୍ୱାସ ନକରିବା ଆପଣ ସମସ୍ତଙ୍କୁ ନମ୍ର ଅନୁରୋଧ । ଦୟାକରି ଏହାକୁ ଏଠାରେ ଶେଷ କରନ୍ତୁ । ଯଦି ଆପଣଙ୍କୁ ସବୁକିଛି ଜଣା ନାହିଁ, ତେବେ ଏହାକୁ ଆଗକୁ ବଢ଼ାନ୍ତୁ ନାହିଁ ।


ଆପଣଙ୍କୁ କହିରଖୁଛୁ ଯେ, ଧନଶ୍ରୀ ଭର୍ମା ଓ ୟୁଜବେନ୍ଦ୍ର ଚହଲ ୨୨ ଡିସେମ୍ବର ୨୦୨୦ ରେ ବିବାହ କରିଥିଲେ । ବିବାହକୁ ଦୁଇ ବର୍ଷ ବି ହୋଇନାହିଁ, କିନ୍ତୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଯିବାକୁ ନେଇ ଚର୍ଚ୍ଚା ହେଉଛି । ଯଦିଓ ୟୁଜବେନ୍ଦ୍ର ଚହଲ ଗୁଜବ ବନ୍ଦ କରିବାକୁ କହିଛନ୍ତି, କିନ୍ତୁ ଉଭୟଙ୍କ ମଧ୍ୟରେ କୌଣସି ବିବାଦ ନାହିଁ ବୋଲି ସେ କୌଣସି ସ୍ୱୀକାରକ୍ତି କରି ନାହାଁନ୍ତି । ତେବେ ଗୋଟିଏ କଥା ହେଉଛି, ଧନଶ୍ରୀଙ୍କ ଇନଷ୍ଟାରେ ୟୁଜବେନ୍ଦ୍ର ଚହଲଙ୍କ ଫଟୋ ଓ ଚହଲଙ୍କ ଇନଷ୍ଟାରେ ଧନଶ୍ରୀଙ୍କ ଫଟୋ ରହିଛି ।



ଧନଶ୍ରୀ ଜଣେ ନୃତ୍ୟ କୋରିଓଗ୍ରାଫର ଓ ଡ୍ୟାନ୍ସ କ୍ଲାସ୍ ଚଳାନ୍ତି ।  ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଲକଡାଉନ୍ ସମୟରେ ୟୁଜବେନ୍ଦ୍ର ଚହଲ ତାଙ୍କ ଅନଲାଇନ୍ କ୍ଲାସରେ ଯୋଗ ଦେଇଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିଗଲା ଓ ସେମାନେ ଏକ ସମ୍ପର୍କ ସ୍ଥାପନ କଲେ । କେବଳ ୩ ମାସର ସମ୍ପର୍କ ପରେ, ଚହଲ ଧନଶ୍ରୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ନିଷ୍ପତ୍ତି ନେଇଥିଲେ । ଚାହଲ-ଧନଶ୍ରୀ ଡିସେମ୍ବର ୨୦୨୦ ରେ ବିବାହ କରିଥିଲେ ।


କହିରଖୁଛୁ ଯେ ୟୁଜବେନ୍ଦ୍ର ଚହଲ ଏହି ସମୟରେ ଏକ ବ୍ରେକରେ ଅଛନ୍ତି । ସେ ଜିମ୍ବାୱେ ଗସ୍ତରେ ଯାଇ ନାହାଁନ୍ତି । ଏଠାରେ କେ.ଏଲ୍ ରାହୁଲଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଏକ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳୁଛି । ଏହା ପରେ ଭାରତୀୟ ଦଳକୁ ଏସିଆ କପ୍ ଖେଳିବାକୁ ପଡିବ, ଯାହା ଅଗଷ୍ଟ 27 ରୁ ଆରମ୍ଭ ହେବ । ୟୁଜବେନ୍ଦ୍ର ଚହଲ ଏସିଆ କପ ସହ ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବେ ।


ଏହା ବି ପଢନ୍ତୁ: ବୁର୍ଖା ପିନ୍ଧି ନିଜ ପ୍ରେମିକାଙ୍କୁ ଭେଟିବାକୁ ଆସିଥିଲେ ଯୁବକ, ଗ୍ରାମବାସୀ ଜାଣିଦେଲେ ଓ ତାପରେ ...


ଏହା ବି ପଢ଼ନ୍ତୁ: ଟ୍ୱିଟ୍ କରିବା ପାଇଁ ମିଳିଲା ଚରମ ଶାସ୍ତି, ଯୁବତୀକୁ ଭୋଗିବାକୁ ପଡ଼ିବ ୩୪ ବର୍ଷର କାରାଦଣ୍ଡ; ଜାଣନ୍ତୁ କ'ଣ ରହିଛି କାରଣ