ଟ୍ୱିଟ୍ କରିବା ପାଇଁ ମିଳିଲା ଚରମ ଶାସ୍ତି, ଯୁବତୀକୁ ଭୋଗିବାକୁ ପଡ଼ିବ ୩୪ ବର୍ଷର କାରାଦଣ୍ଡ; ଜାଣନ୍ତୁ କ'ଣ ରହିଛି କାରଣ
Advertisement

ଟ୍ୱିଟ୍ କରିବା ପାଇଁ ମିଳିଲା ଚରମ ଶାସ୍ତି, ଯୁବତୀକୁ ଭୋଗିବାକୁ ପଡ଼ିବ ୩୪ ବର୍ଷର କାରାଦଣ୍ଡ; ଜାଣନ୍ତୁ କ'ଣ ରହିଛି କାରଣ

Saudi Arabia News: ସଲମାଙ୍କର ଦୁଇଟି ସନ୍ତାନ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣକୁ ୪ ବର୍ଷ ଓ ଅନ୍ୟ ଜଣକୁ ୬ ବର୍ଷ । ଏହାପୂର୍ବରୁ ତାଙ୍କୁ ୬ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । କିନ୍ତୁ ସୋମବାର ଦିନ ସାଉଦି ଆତଙ୍କବାଦ କୋର୍ଟ ତାଙ୍କ ଦଣ୍ଡକୁ ୩୪ ବର୍ଷକୁ ବୃଦ୍ଧି କରିଛନ୍ତି ।

ସୌ: ସୋସିଆଲ ମିଡିଆ

ସାଉଦି ଆରବର (Saudi Arabia) ସଲମା ଅଲ-ଶିବାବଙ୍କୁ (Salma al-Shebab) ୩୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହି କାରାବାସ ସମାପ୍ତ ହେବା ପରେ ସଲମାଙ୍କୁ ମଧ୍ୟ ୩୪ବର୍ଷ ପାଇଁ ଭ୍ରମଣ-ନିଷେଧର କଟକଣାରେ ସମ୍ମୁଖୀନ ହେବାକୁ ପଡିବ । ସଲମା ଅଲ-ଶେହବାବ ନିଜ ଟ୍ୱିଟର ଏକାଉଣ୍ଟରେ ସାଉଦି ମହିଳାମାନଙ୍କ ଅଧିକାର ସଂପର୍କରେ ଅନେକ ଟ୍ୱିଟ୍ କରିଥିଲେ । ସଲମା ଜେଲରେ ବନ୍ଦୀ ଥିବା ଆକ୍ଟିଭିଷ୍ଟ ଲୁଜେନ ଅଲ-ହାଥଲୁଲଙ୍କ ସମେତ ଅନ୍ୟାନ୍ୟ ମହିଳା ଆକ୍ଟିଭିଷ୍ଟଙ୍କୁ ମୁକ୍ତ କରିବାକୁ ଓକିଲାତି କରୁଥିଲେ । ଡେଲି ମେଲ ଅନୁଯାୟୀ ସାଉଦି ସରକାର ତାଙ୍କ ଉପରେ ଆରୋପ ଆଣିଛନ୍ତି ଯେ ସେ ଟ୍ୱିଟର ମାଧ୍ୟମରେ ଲୋକଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲେ । ସାଉଦି ଆତଙ୍କବାଦ କୋର୍ଟ ତାଙ୍କୁ ୩୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ସଲମାଙ୍କର ଦୁଇଟି ସନ୍ତାନ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣକୁ ୪ ବର୍ଷ ଓ ଅନ୍ୟ ଜଣକୁ ୬ ବର୍ଷ । ଏହାପୂର୍ବରୁ ତାଙ୍କୁ ୬ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । କିନ୍ତୁ ସୋମବାର ଦିନ ସାଉଦି ଆତଙ୍କବାଦ କୋର୍ଟ ତାଙ୍କ ଦଣ୍ଡକୁ ୩୪ ବର୍ଷକୁ ବୃଦ୍ଧି କରିଛନ୍ତି । ସଲମାଙ୍କ ଏହି ସଜ୍ଜା ସମାପ୍ତ ହେବା ପରେ ମଧ୍ୟ ତାଙ୍କୁ ଆଗାମୀ ୩୪ ବର୍ଷ ପର୍ଯ୍ୟନ୍ତ ଯାତ୍ରା-ନିଷେଧ କଟକଣା ଦେଇ ମଧ୍ୟ ବଞ୍ଚିବାକୁ ପଡିବ ।

ଯେତେବେଳେ କୋର୍ଟ ସଲମାଙ୍କୁ ଦଣ୍ଡିତ କରିଥିଲେ, ସେତେବେଳେ ତାଙ୍କ ଟ୍ୱିଟ୍ ଓ ସୋସିଆଲ ମିଡିଆ କାର୍ଯ୍ୟକଳାପ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ସଲମା ଜେଲରେ ଥିବା ମହିଳା ଆକ୍ଟିଭିଷ୍ଟଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ, ସେମାନଙ୍କ ମଧ୍ୟରେ ଲୁଜେନ ଅଲ-ହାଥଲୁଲ ମଧ୍ୟ ଅଛନ୍ତି ।

ସଲମା ଆକ୍ଟିଭିଷ୍ଟ ଲୁଜେନ ଅଲ-ହାଥଲୁଲଙ୍କ ଭଉଣୀ ଲୀନାଙ୍କ ଟ୍ୱିଟକୁ ରିଟ୍ୱିଟ କରିଥିଲେ । ଏହି ଟ୍ୱିଟରେ ଲୀନା ନିଜ ଭଉଣୀ ଲୁଜେନ ଅଲ-ହାଥଲୁଲଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି । ଏଥି ସହିତ ସଲମା ନିର୍ବାସିତ ଜୀବନ ବିତାଉଥିବା ସାଉଦି ସହ ସହମତ ନଥିବା ଆକ୍ଟିଭିଷ୍ଟଙ୍କ ନେଇ ଟ୍ୱିଟ୍ ମଧ୍ୟ କରିଛନ୍ତି ।

ଜାନୁଆରୀ ୨୦୨୧ ରେ ସାଉଦି ଆରବରେ ସଲମାଙ୍କୁ ଗିରଫ କରିଥିଲା, ସେହି ସମୟରେ ସେ ଛୁଟି କାଟିବାକୁ ଆସିଥିଲେ । ସେ ବ୍ରିଟେନରେ ରହୁଥିଲେ ଓ ଲିଡସ୍ ବିଶ୍ୱବିଦ୍ୟାଳୟରୁ ପିଏଚଡି କରୁଥିଲେ । ସଲମା ଜଣେ ଶିଆ ମୁସଲମାନ । ଏହି ପ୍ରସଙ୍ଗରେ ଡକ୍ଟର ବେଥେନ୍ ଅଲ ହାଇଦାରୀଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି । ସେ ଆମେରିକାର 'ମାନବ ଅଧିକାର ସଂଗଠନ'ରେ ସାଉଦି କେସ୍ ମ୍ୟାନେଜର । ଡକ୍ଟର ଅଲ ହାଇଦାରୀ କହିଛନ୍ତି ଯେ ସାଉଦି ଦୁନିଆରେ ଆଗରେ ସାଉଦି ଗର୍ବ କରୁଛି ଯେ ମହିଳାଙ୍କ ସ୍ୱାର୍ଥ ପାଇଁ ସେଠାରେ କାର୍ଯ୍ୟ ଚାଲିଛି, ମହିଳାଙ୍କ ସ୍ଥିତିରେ ଉନ୍ନତି ଆସୁଛି, ଆଇନଗତ ସଂସ୍କାର ଚାଲିଛି । କିନ୍ତୁ, ସଲମାଙ୍କୁ ଯେଉଁଭଳି ଦଣ୍ଡ ଦିଆଯାଇଛି, ଗୋଟିଏ କଥା ସ୍ପଷ୍ଟ ଯେ ଦିନକୁ ଦିନ ସେଠାରେ ଅବସ୍ଥା ଖରାପ ହେବାରେ ଲାଗିଛି ।

ଏହା ବି ପଢ଼ନ୍ତୁ: Modi Govt: ମିଥ୍ୟା ଖବର ଉପରେ ସରକାରଙ୍କ 'ଡିଜିଟାଲ୍ ଷ୍ଟ୍ରାଇକ୍', ବ୍ଲକ୍ ହେଲା ଏହି ୮ଟି ୟୁଟ୍ୟୁବ୍ ଚ୍ୟାନେଲ୍