U-17 Women's World Cup 2022, ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରରେ ଖେଳାଯିବ ୧୭ ବର୍ଷରୁ କମ ମହିଳା ଫୁଟବଲ୍ ବିଶ୍ୱକପ। ସେଥିପାଇଁ ସଜେଇ ହୋଇଛି କଳିଙ୍ଗ ଷ୍ଟାଡିୟମ। ୧୨ ହଜାର କ୍ଷମତା ବିଶିଷ୍ଟ କଳିଙ୍ଗ ଷ୍ଟାଡିୟମକୁ ସମ୍ବଲପୁରୀ ବସ୍ତ୍ର ରଙ୍ଗରେ ରଙ୍ଗୀନ କରାଯାଇଛି। ଲାଲ୍, ସବୁଜ, ଧଳା ପ୍ରିଣ୍ଟରେ ସିଟ୍ ଗୁଡ଼ିକୁ ନୂଆ ରୂପ ଦିଆଯାଇଛି। ଏହାସହ ଭୁବନେଶ୍ୱରର ବିଭିନ୍ନ ଛକରେ ଫୁଟବଲ୍ ଫିଭର ଦେଖିବାକୁ ମିଳିଛି। 


COMMERCIAL BREAK
SCROLL TO CONTINUE READING

ଆଜିର ଭୁବନେଶ୍ୱରରେ U-17 Women's World Cup 2022ର ଉଦଘାଟନୀ ମ୍ୟାଚ ଖେଳାଯିବ। ଅପରାହ୍ନ ୪ଟା ୩୦ରେ ମରୋକୋ-ବ୍ରାଜିଲ୍ ମୁହାଁମୁହିଁ ହେବେ। ସେହିପରି ସନ୍ଧ୍ୟା ୮ଟାରେ ଭାରତ ଓ ଆମେରିକା ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ ଅନୁଷ୍ଠିତ ହେବ। ସେପଟେ ଫୁଟବଲ୍ ବିଶ୍ୱକପ୍ ପାଇଁ କଳିଙ୍ଗ ଷ୍ଟାଡ଼ିୟମ ଚାରିସ୍ତରୀୟ ସୁରକ୍ଷା ବଳୟରେ ରହିଛି। ଏଥିପାଇଁ ଭୁବନେଶ୍ୱର ଡିସିପିଙ୍କ ସମେତ ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୦ ଇନସ୍ପେକ୍ଟର୍, ୧୦୦ ଅଧିକାରୀଙ୍କ ସହ ୧୫ ପ୍ଲାଟୁନ୍ ଫୋର୍ସ ଷ୍ଟାଡିୟମରେ ମୁତୟନ ହୋଇଛନ୍ତି। ପାର୍କିଂ ଆଉ ଟ୍ରାଫିକକୁ ପରିଚାଳନା କରିବା ସହ ଖେଳାଳିଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି। ଆଜି ଦୁଇଟି ମ୍ୟାଚ ଖେଳାଯାଉଥିବା ବେଳେ ଆସନ୍ତା ୧୪ ଏବଂ ୧୭ ତାରିଖରେ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ।


Also Read: FIFA U-17 Women's World Cup 2022: ୪୩,୦୦୦ ଫୁଟବଲ୍ ବାଣ୍ଟିବେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିବ


U-17 Women's World Cup 2022ରେ ମୋଟ ୧୬ଟି ଦଳ ଭାଗ ନେଇଛନ୍ତି। ଭାରତ ଗ୍ରୁପ୍ ଏ'ରେ ରହିଛି। ଭାରତର ତିନୋଟି ମ୍ୟାଚ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ଦଳରେ ଝାଡଖଣ୍ଡର ଛଅ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି। Thomas Dennerby କୋଚ ରହିଥିବା ବେଳେ ଭାରତୀୟ ସ୍ୱାର୍ଡରେ ଅଛନ୍ତି-


Goalkeepers: Monalisha Devi Moirangthem , Melody Chanu Keisham , Anjali Munda


Defenders: Astam Oraon, Kajal , Naketa , Purnima Kumari, Varshika, Shilky Devi Hemam.


Midfielders: Babina Devi Lisham , Nitu Linda, Shailja, Shubhangi Singh


Forwards: Anita Kumari, Lynda Kom Serto, Neha, Rejiya Devi Laishram, Shelia Devi Loktongbam, Kajol Hubert Dsouza, Lavanya Upadhyay, Sudha Ankita Tirkey.