Argentina footballer Lionel Messi: ଡିସେମ୍ବର ୧୮ ତାରିଖ ରବିବାର ଅନୁଷ୍ଠିତ ହେବାକୁ ଯାଉଛି ୨୦୨୨ ଫିଫା ବିଶ୍ୱକପ ଫାଇନାଲ ମ୍ୟାଚ। ଏଥର ଫ୍ରାନ୍ସ-ଆର୍ଜେଣ୍ଟିନା ମଧ୍ୟରେ ଅନୁଷ୍ଠିତ ହେଉଛି ଫାଇନାଲ। ଏହି ମ୍ୟାଚ କତାର ଲୁସେଲ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ ଫାଇନାଲ। ଏହି ମ୍ୟାଚରେ ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସିଙ୍କୁ ନୀଳ ଏବଂ ଧଳା ରଙ୍ଗ ଜର୍ସିରେ ପଡ଼ିଆରେ ଦେଖିବାକୁ ଅପେକ୍ଷା କରିଛନ୍ତି ଫୁଟବଲ ପ୍ରେମୀ। ନିଜର ପଞ୍ଚମ ପ୍ରୟାସରେ ଲୋଭନୀୟ ଟ୍ରଫି ଜିତିବାକୁ ଚେଷ୍ଟା କରୁଥିବା ଆର୍ଜେଣ୍ଟିନା ଅଧିନାୟକଙ୍କ କ୍ୟାରିୟରରେ ଏହା ସବୁଠାରୁ ବଡ ମ୍ୟାଚ୍ ହୋଇପାରେ। ଏହି ଟୁର୍ନାମେଣ୍ଟରେ ୫ ଗୋଲ ସହ ମେସି ଏକ ରେକର୍ଡ କରିଛନ୍ତି। ହେଲେ ତାଙ୍କ କ୍ୟାରିୟରର ଗୌରବ ନିଶ୍ଚିତ ଭାବେ ବିଶ୍ୱକପ ହେବ। ଯେଉଁଥିରେ ସେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। 


COMMERCIAL BREAK
SCROLL TO CONTINUE READING

ହେଲେ ଫାଇନାଲ ମ୍ୟାଚ ପୂର୍ବରୁ ଆର୍ଜେଣ୍ଟିନା ପ୍ରଶଂସକ ଚିନ୍ତାରେ ପଡ଼ିଯାଇଛନ୍ତି। ଶୁକ୍ରବାର ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସି ପ୍ରଶିକ୍ଷଣ ଛାଡିଥିବାର ଖବର ଆସିଛି। ଡେଲି ମିରର ନାମକ ବ୍ରିଟିଶ ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟ ଅନୁସାରେ କ୍ରୋଏସିଆ ବିରୋଧରେ ୩-୦ ଗୋଲ ବ୍ୟବଧାନରେ ସେମି ଫାଇନାଲ ମ୍ୟାଚ ଜିତିବା ପରେ ମେସେ ତାଙ୍କ ହାମଷ୍ଟ୍ରିଂ ଧରି ପିଚ୍ ଛାଡିଥିବାର ଦେଖାଯାଇଥିଲା। ଦଳର ଅଧିନାୟକ ଆହତ ହୋଇଥିବା ନେଇ ଆର୍ଜେଣ୍ଟିନା ଫୁଟବଲ ଟିମ୍ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। 


Also Read: Argentina vs France: ଫାଇନାଲ ମୁକାବିଲାରେ ମୁହାଁମୁହିଁ ହେବେ ଫ୍ରାନ୍ସ-ଆର୍ଜେଣ୍ଟିନା, କିଏ ମାରିବ ବାଜି?


ଗଣମାଧ୍ୟମ ରିପୋର୍ଟ ଅନୁସାରେ ସେମିଫାଇନାଲ ମୁକାବିଲାରେ ଅଂଶଗ୍ରହଣ କରିଥିବା ଅନେକ ଖେଳାଳୀଙ୍କୁ ଏକ ବିଶ୍ରାମ ଅବଧି ପ୍ରଦାନ କରାଯାଇଥାଏ। ଏହି କାରଣରୁ କିଛି ଖେଳାଳୀ ଅଭ୍ୟାସ ଛାଡି ଦେଇଥାନ୍ତି। ଏପରିକି ସେମାନେ ଜିମ୍ ଅଧିବେଶନରେ ଭାଗ ନେଇନଥାନ୍ତି। 


ଆର୍ଜେଣ୍ଟିନା ଗୋଲକିପର ଏମିଲିଆନୋ ମାର୍ଟିନେଜ ପୂର୍ବରୁ ଦଳର ଅଧିନାୟକ ଆହତ ହୋଇଥିବା ଖବରକୁ ଖାରଜ କରିଦେଇଥିଲେ। ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଆର୍ଜେଣ୍ଟିନା ଗୋଲକିପର କହିଛନ୍ତି, ଅଧିନାୟକ ଲିଓନେଲ ମେସି ଆହତ ହୋଇନାହାଁନ୍ତି। ଆମେ ହଲାଣ୍ଡ ବିପକ୍ଷରେ ୧୨୦ ମିନିଟ୍ ଖେଳିଥିଲୁ, ଏହା ତାଙ୍କ ପାଇଁ କଠିନ ଖେଳ ଥିଲା। ଆପଣ ଦେଖିପାରିବେ ଯେ ସେ ପ୍ରତ୍ୟେକ ଖେଳ ଶେଷ କରିବାକୁ ଚାହୁଁଛନ୍ତି। ଶାରୀରିକ ସ୍ତରରେ ସେ ସୁସ୍ଥ ଅଛନ୍ତି। ସେ ହେଉଛନ୍ତି ପ୍ରତ୍ୟେକ ଖେଳରେ ମ୍ୟାନ୍ ଅଫ ଦି ମ୍ୟାଚ। 


Also Read: FIFA World Cup: ଫିଫା ବିଶ୍ୱକପରେ ବିଜେତା ଦଳକୁ ମିଳିଥାଏ କେତେ ଟଙ୍କାର ପୁରସ୍କାର?


ଏଥର ଫିଫା ବିଶ୍ୱକପରେ ଫ୍ରାନ୍ସ ଫୁଟବଲର କିଲିଆନ୍ ମବାପେ ଏବଂ ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସିଙ୍କ ମଧ୍ୟରେ ଗୋଲଡେନ ବୁଟ ପାଇଁ ଲଢେଇ ଚାଲିଛି। ଏହି ଟୁର୍ନାମେଣ୍ଟରେ ଉଭୟ ପାଞ୍ଚଟି ଗୋଲ୍ ସ୍କୋର କରିଛନ୍ତି। ସେହିପରି ଫ୍ରାନ୍ସ ଖେଳାଳୀ  ଆର୍ଜେଣ୍ଟିନା ଖେଳାଳୀ ଅଲିଭିଆର୍ ଜିରୋଡ୍ ଏବଂ ଆର୍ଜେଣ୍ଟିନା ଖେଳାଳୀ ଜୁଲିଏନ୍ ଆଲଭରେଜ୍ ମଧ୍ୟ ଯଥାକ୍ରମେ ଚାରୋଟି ଲେଖାଁଏ ଗୋଲ୍ ସ୍କୋର କରିଛନ୍ତି। ରବିବାର ଅନୁଷ୍ଠିତ ହେବାକୁ ଯାଉଥିବା ଫାଇନାଲ ମୁକାବିଲାରେ ଦୁଇ ପାରମ୍ପରିକ ବିଜେତା ମୁହାଁମୁହିଁ ହେବେ।