FIFA World Cup: କାତାରରେ ଖେଳାଯାଉଥିବା ଫିଫା ବିଶ୍ୱକପ୍‌ର ଉତ୍ସାହ ଲୋକଙ୍କୁ ପାଗଳ କରିଦେଇଛି। ଆଜି ଫାଇନାଲରେ ଫ୍ରାନ୍ସ ଆର୍ଜେଣ୍ଟିନାକୁ ଭେଟିବ। ଫ୍ରାନ୍ସ ଏବଂ ଆର୍ଜେଣ୍ଟିନାର ଲୋକମାନେ ଏହାକୁ ନେଇ ବିଶେଷ ଉତ୍ସାହିତ ଅଛନ୍ତି। ସମସ୍ତେ ସେମାନଙ୍କର ପ୍ରିୟ ଦଳ ଜିତୁ ବୋଲି ଆଶା କରି ରହିଛନ୍ତି। ତେବେ ଏହାରି ମଧ୍ୟରେ ଏକ ଖବର ଯାହାକୁ ନେଇ ବେଶ ଚର୍ଚ୍ଚା ଲାଗିରହିଛି। ଫ୍ରାନ୍ସର ସେକ୍ସ କର୍ମୀମାନେ ମଧ୍ୟ ବିଶ୍ୱକପ ମ୍ୟାଚକୁ ଉତ୍ସାହର ସହ ଅନେଇ ବସିଛନ୍ତି। ଫ୍ରାନ୍ସ ଯୌନକର୍ମୀମାନେ ସର୍ବସମ୍ମତି କ୍ରମେ ଏକ ନିଆରା ଅଫର ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଫ୍ରାନ୍ସ ଫାଇନାଲରେ ଜିତେ ତେବେ ସେ ରବିବାର ମାଗଣା ସେକ୍ସ ସେବା ପ୍ରଦାନ କରିବେ। ଫାଇନାଲରେ ଫ୍ରାନ୍ସ ଆର୍ଜେଣ୍ଟିନାକୁ ଭେଟିବ। ତେବେ ଫ୍ରାନ୍ସ ଏବଂ ଆର୍ଜେଣ୍ଟିନାର ଲୋକମାନେ ଏହାକୁ ନେଇ ବିଶେଷ ଉତ୍ସାହିତ ଅଛନ୍ତି। 


COMMERCIAL BREAK
SCROLL TO CONTINUE READING

ପ୍ରକୃତରେ  ଫ୍ରାନ୍ସ ୧୪ ଡିସେମ୍ବରରେ ମରକ୍କୋକୁ ୨-୦ରେ ପରାସ୍ତ କରି ଡିଫେଣ୍ଡିଂ ଚାମ୍ପିଅନ୍ ଭାବରେ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଥିଲା ​।ଯଦି ଫ୍ରାନ୍ସ ଜିତେ ତେବେ ଲଗାତାର ଦୁଇଥର ବିଶ୍ୱକପ ଜିତି ଇତିହାସ ସୃଷ୍ଟି କରିବ।


ରାତି ୮ଟା ୩୦ ରେ ମ୍ୟାଚ୍
ଫାଇନାଲ ମ୍ୟାଚ୍ ଭାରତୀୟ ସମୟ ରାତି ୮ଟା ୩୦ ରେ ଖେଳାଯିବ । ବିଶ୍ୱକପ୍‌ର ବିଜେତା ଦଳକୁ ୪୨ ମିଲିୟନ ଡଲାର ପୁରସ୍କାର ରନର୍ସ ଏବଂ ରନର୍ସୃ ଅପ୍ ଦଳକୁ ୩୦ ମିଲିୟନ୍ ଡଲାର ପୁରସ୍କାର ରାଶି ପ୍ରଦାନ କରାଯିବ। ୨୦୧୮ ଫିଫା ବିଶ୍ୱକପରେ ମଧ୍ୟ ଫ୍ରାନ୍ସ ଦଳ ଫାଇନାଲରେ ପ୍ରବେଶ କରି ଟାଇଟଲ୍ ଦଖଲ କରିଛି ।ଫିଫା ବିଶ୍ୱକପ ଇତିହାସରେ ଚତୁର୍ଥ ଥର ପାଇଁ ଫ୍ରାନ୍ସ ଦଳ ଫାଇନାଲରେ ପ୍ରବେଶ କରିଛି। ଜର୍ମାନୀ ଫିଫା ବିଶ୍ୱକପ୍‌ର ସର୍ବାଧିକ ୮ ଥର ଫାଇନାଲରେ ପ୍ରବେଶ କରିଛି । ଜର୍ମାନୀ ଚାରିଥର ଫାଇନାଲ୍ ଜିତି ଚାରିଥର ହାରିଛି। ଜର୍ମାନୀ ୧୯୫୪, ୧୯୭୪, ୧୯୯୦ ଏବଂ ୨୦୧୪ ଫିଫା ବିଶ୍ୱକପ ଜିତିଥିଲା ​। ବ୍ରାଜିଲ ୭ଥର ବିଶ୍ୱକପ ଫାଇନାଲରେ ଖେଳିଛି। ବ୍ରାଜିଲ ଦଳ ୧୯୫୮,୧୯୬୨,୧୯୭୦,୧୯୯୪, ୨୦୦୨ରେ ବିଶ୍ୱ ଚାମ୍ପିୟନ ହୋଇଥିଲା। 


ଫିଫା ବିଶ୍ୱକପ ୨୦୨୨ ର ଫାଇନାଲରେ ପହଞ୍ଚିବା ପରେ ଆର୍ଜେଣ୍ଟିନା ଦଳର ଏହା ହେଉଛି ଷଷ୍ଠ ଫାଇନାଲ । ଏହାପୂର୍ବରୁ ସେ ୫ଥର ଫାଇନାଲ ଖେଳିଛନ୍ତି ଏବଂ ୧୯୭୮ ଏବଂ ୧୯୮୬ରେ ବିଶ୍ୱକପ ଟାଇଟଲ ଜିତିଛନ୍ତି ।ଏଥି ସହିତ ଫ୍ରାନ୍ସ ପାଇଁ ଏହା ହେଉଛି ଚତୁର୍ଥ ଅନ୍ତିମ ମ୍ୟାଚ୍ । ଏହାପୂର୍ବରୁ ତିନିଥରରୁ ୨ ଥର ଟାଇଟଲ ଜିତିଛନ୍ତି। ଫ୍ରାନ୍ସ ଦଳ ହେଉଛି ଡିଫେଣ୍ଡିଂ ଚାମ୍ପିଅନ୍ । ସେ ୨୦୧୮ ଏବଂ ୧୯୯୮ରେ ବିଶ୍ୱକପ୍ ଜିତିଥିଲା। 


 ଲିଓନେଲ ମେସିଙ୍ (Lionel Messi) କ ନେତୃତ୍ୱାଧୀନ ଆର୍ଜେଣ୍ଟିନା ଦଳ ଫାଇନାଲ ଖେଳିବା ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ସର୍ବନିମ୍ନ ମାନ୍ୟତାପ୍ରାପ୍ତ ଦଳ ମଧ୍ୟରୁ ସାଉଦି ଆରବ ପାଖରୁ ପରାସ୍ତ ହୋଇଥିଲା। ଏହି ମ୍ୟାଚ ବାବଦରେ ଡିଏଗୋ ମାରାଡୋନା  ଦେଇଥିବା ମନ୍ତବ୍ୟ ସତ୍ୟରେ ପରିଣତ ହୋଇଥିଲା। ୨୦୧୮ ବିଶ୍ୱକପରୁ ଦଳ ବିଦାୟ ନେବା ପରେ ଗତ ୨୦୧୯ ବର୍ଷରେ ମାରାଡୋନା କହିଥିଲେ ଯେ ଆମେ ଆଉ ମେସିଙ୍କୁ ଆଉ ଦେବତା କରିବା ଠିକ ନୁହେଁ। ସେ ଜଣେ ମହାନ ଖେଳାଳି, ହେଲେ ସେ ଜଣେ ନେତା ନୁହଁନ୍ତି। ଅନେକଙ୍କ ପାଇଁ ଏହି ୨୦୧୪ ବିଶ୍ୱକପ ସ୍ମୃତି ଆଣିଦେଇଥିଲା ଯେତେବେଳେ ଦଳ ଫାଇନାଲ ମ୍ୟାଚରେ ଦଳ ଜର୍ମାନୀ ପାଖରୁ ପରାସ୍ତ ହୋଇଥିଲା। 


Also Read: Argentina vs France: ଫାଇନାଲ ମୁକାବିଲାରେ ମୁହାଁମୁହିଁ ହେବେ ଫ୍ରାନ୍ସ-ଆର୍ଜେଣ୍ଟିନା, କିଏ ମାରିବ ବାଜି?


Also Read: Football Star Neymar: ୧୭ ବର୍ଷରୁ ଫୁଟବଲ ୧୯ ବର୍ଷରେ ବାପା, ଜାଣନ୍ତୁ ନେମାର କେତେ କୋଟିର ମାଲିକ