Hockey World Cup 2023: ଭାରତରେ ଆୟୋଜିତ ହକି ବିଶ୍ୱକପରେ କାହିଁକି ଖେଳୁନି ପାକିସ୍ତାନ? ଜାଣନ୍ତୁ କାରଣ
Hockey World Cup 2023: ଗତକାଲି (ଶୁକ୍ରବାର) ଦ୍ୱିତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଫ୍ରାନ୍ସକୁ ୮-୦ରେ ପରାସ୍ତ କରିଛି । ସେହିପରି ତୃତୀୟ ମ୍ୟାଚରେ ଭାରତ ସ୍ପେନକୁ ୨-୦ରେ ମାତ୍ ଦେଇଛି । କିନ୍ତୁ ପାକିସ୍ତାନ ହକି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଖେଳୁନାହିଁ । ଦୀର୍ଘ ଦିନ ଧରି ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଲାଗି ରହିଛି । କିନ୍ତୁ ପାକିସ୍ତାନ ଭାରତରେ ନ ଖେଳିବା ପଛରେ ଆଉ ଏକ କାରଣ ଅଛି । ବାସ୍ତବରେ ପାକିସ୍ତାନୀ ଦଳ ହକି ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନଥିଲା ।
FIH Hockey Mens World Cup 2023: ଆମ ରାଜ୍ୟ ଓଡିଶାରେ ଚଳିତ ଥର ହକି ପୁରୁଷ ବିଶ୍ୱକପ ୨୦୨୩ (FIH Hockey Mens World Cup 2023) ଆୟୋଜିତ ହେଉଛି । ଏହି ପୁରୁଷ ବିଶ୍ୱକପ ୨୦୨୩ (Mens Hockey World Cup 2023) ଗତକାଲି (ଶୁକ୍ରବାର) ଅର୍ଥାତ ଜାନୁଆରୀ ୧୩ରୁ ଆରମ୍ଭ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ ଆର୍ଜେଣ୍ଟିନା ଦକ୍ଷିଣ ଆଫ୍ରିକାକୁ ୧-୦ରେ ପରାସ୍ତ କରିଛି । ଦ୍ୱିତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଫ୍ରାନ୍ସକୁ ୮-୦ରେ ପରାସ୍ତ କରିଛି । ସେହିପରି ତୃତୀୟ ମ୍ୟାଚରେ ଭାରତ ସ୍ପେନକୁ ୨-୦ରେ ମାତ୍ ଦେଇଛି । କିନ୍ତୁ ପାକିସ୍ତାନ ହକି ଦଳ (Pakistan Hockey Team) ଏହି ଟୁର୍ଣ୍ଣାମେଣ୍ଟରେ ଖେଳୁନାହିଁ । ଦୀର୍ଘ ଦିନ ଧରି ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଲାଗି ରହିଛି । କିନ୍ତୁ ପାକିସ୍ତାନ ଭାରତରେ ନ ଖେଳିବା ପଛରେ ଆଉ ଏକ କାରଣ ଅଛି । ବାସ୍ତବରେ ପାକିସ୍ତାନୀ ଦଳ ହକି ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନଥିଲା ।
ପ୍ରକୃତରେ ପାକିସ୍ତାନ ହକି ଦଳ (Pakistan Hockey Team) ପୁରୁଷ ହକି ବିଶ୍ୱକପ ୨୦୨୩ (Mens Hockey World Cup 2023) ପାଇଁ ଯୋଗ୍ୟତା ଅର୍ଜନ କରିପାରି ନାହିଁ । ଏହି କାରଣରୁ ପାକିସ୍ତାନ ଦଳ ହକି ବିଶ୍ୱକପ ପାଇଁ ଭାରତ ଆସିପାରିନଥିଲା । ଅନ୍ତର୍ଜାତୀୟ ହକି ଫେଡେରେସନର ନିୟମ ଅନୁଯାୟୀ, ଏସିଆର ଶ୍ରେଷ୍ଠ ୪ଟି ଦଳ ବିଶ୍ୱକପ ଖେଳିପାରିବେ । କିନ୍ତୁ ପାକିସ୍ତାନ ଶ୍ରେଷ୍ଠ ୪ଟିରେ ସାମିଲ ନଥିଲା । ହକି ଏସିଆ କପ୍ ୨୦୨୨ରେ ପାକିସ୍ତାନ ଭାରତ ବିପକ୍ଷରେ ୧-୧ ଡ୍ର ଖେଳିଥିଲା । ଏହା ପରେ ଜାପାନ ଦ୍ୱିତୀୟ ମ୍ୟାଚରେ ପାକିସ୍ତାନକୁ ୨-୩ରେ ପରାସ୍ତ କରିଥିଲା । ଏହା ପରେ ପାକିସ୍ତାନର ଦଳ ତୃତୀୟ ସ୍ଥାନରେ ରହି ସେମିଫାଇନାଲରେ ପ୍ରବେଶ କରିପାରି ନଥିଲା । ଅନ୍ୟପକ୍ଷେ ଭାରତ, ଜାପାନ, କୋରିଆ ଏବଂ ମାଲେସିଆ ଯୋଗ୍ୟତା ଅର୍ଜନ କରିଥିଲେ ।
ଅଧିକ ପଢ଼ନ୍ତୁ:-ନିତିନ ଗଡକରୀ କଲେ ପୁଣି ଏପରି ଘୋଷଣା, ଖୁସିରେ ନାଚି ଉଠିବେ କାର-ବାଇକ୍ ଚାଳକ
ଅଧିକ ପଢ଼ନ୍ତୁ:-ତୃତୀୟ ଦିନିକିଆରେ ଖେଳିବେ ସୁର୍ଯ୍ୟକୁମାର ଯାଦବ! ଟିମ୍ ଇଣ୍ଡିଆରୁ ଏହି ଫ୍ଲପ୍ ବ୍ୟାଟ୍ସମ୍ୟାନଙ୍କ କଟିବ ପତା
ସୂଚନାଯୋଗ୍ୟ, ହକି ଦୃଷ୍ଟିରୁ ପାକିସ୍ତାନ ଦଳ ବିଶ୍ୱର ଶ୍ରେଷ୍ଠ ଦଳ ମଧ୍ୟରେ ସାମିଲ ରହିଛି । ୪ ଥର ହକି ବିଶ୍ୱକପ (Mens Hockey World Cup Title) ଟାଇଟଲ ଜିତିବାରେ ପାକିସ୍ତାନ ହେଉଛି ଏକମାତ୍ର ଦଳ । ପାକିସ୍ତାନ ହକି ଦଳ ୧୯୭୧, ୧୯୭୮, ୧୯୮୨ ଏବଂ ୧୯୯୪ରେ ଟାଇଟଲ୍ ଜିତିଥିଲେ । କିନ୍ତୁ ଏହା ପରେ ପାକିସ୍ତାନ ହକି ଦଳ ଗୋଟିଏ ବି ଟାଇଟଲ୍ ପାରିଲେ ନାହିଁ । ୧୯୯୪ ପରେ ପାକିସ୍ତାନୀ ହକି ଦଳ ସେମିଫାଇନାଲରେ ମଧ୍ୟ ପହଞ୍ଚି ପାରି ନଥିଲା । ପାକିସ୍ତାନର ହକି ଦଳ ଏକଦା ବିଶ୍ୱର ଶ୍ରେଷ୍ଠ ଦଳମାନଙ୍କ ମଧ୍ୟରେ ସାମିଲ ଥିଲା । କିନ୍ତୁ ବର୍ତ୍ତମାନ ପାକିସ୍ତାନ ଦଳ (Pakistan Hockey Team) ହକି ବିଶ୍ୱକପ ୨୦୨୩ (Hockey World Cup 2023) ର ଅଂଶ ନୁହେଁ ।