ପୂର୍ବତନ ଭାରତୀୟ କ୍ରିକେଟର (Indian Cricket) ତଥା ଓପନର(Opener) ଅରୁଣ ଲାଲ (Arun lal)୬୬ ବର୍ଷ ବୟସରେ ବୁଲବୁଲ ସାହା(BulBul Shah) ନାମକ ଜଣେ ମହିଳାଙ୍କୁ ବିବାହ କରିବାକୁ ଯାଉଛନ୍ତି । ବୁଲବୁଲଙ୍କ ବୟସ ୩୮ ବର୍ଷ ଏବଂ ଅରୁଣ ଓ ତାଙ୍କ ବୟସ ମଧ୍ୟରେ ୨୮ ବର୍ଷର ତାରତମ୍ୟ । ପରସ୍ପର ପରସ୍ପକୁ ଦୀର୍ଘ ଦିନ ଧରି ଜାଣିଛନ୍ତି । ଏହା ଅରୁଣ ଲାଲଙ୍କର ଦ୍ୱିତୀୟ ବିବାହ । ସେ ପ୍ରଥମେ ରୀନା ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ରୀନା ଅନେକ ସମୟ ଧରି କୌଣସି ଏକ ରୋଗରେ ପିଡ଼ିତ ଥିବାରୁ ଅରୁଣ ଦ୍ୱିତୀୟ ବିବାହ କରୁଥିବା ଜଣାପଡ଼ିଛି । ତେବେ ଏହି ବିବାହକୁ ପ୍ରଥମ ପତ୍ନି ରୀନା ସମ୍ମତି ଦେଇଥିବା କୁହାଯାଉଛି । ଅନେକ ଦିନ ଧରି ଅରୁଣ ଓ ରୀନା ରିଲେସନସିପରେ (Relationship)ଥିବା ବେଳେ ଏକ ମାସ ପୂର୍ବରୁ ସେମାନଙ୍କ ନିର୍ବନ୍ଧ ହୋଇଥିଲା ।  


COMMERCIAL BREAK
SCROLL TO CONTINUE READING

ପଶ୍ଚିମବଙ୍ଗ କ୍ରିକେଟ୍ ଟିମ୍ ର କୋଚ୍ ଥିଲେ ଅରୁଣ 
୧୯୫୫ ମସିହାରେ ଉତ୍ତର ପ୍ରଦେଶର (Uttar Pradesh) ମୁରାଦ୍ଦାବାଦରେ ଜନ୍ମ ଗ୍ରହଣ କରିଥିଲେ ଅରୁଣ । ମେ ୨ରେ କଲିକତାର ପିୟରଲେସ ଇନ୍ ହୋଟେଲରେ ବିବାହ କରିବାକୁ ଯାଉଛନ୍ତି ବୁଲବୁଲ୍ ଓ ଅରୁଣ । ଏ ନେଇ ବିବାହର କାର୍ଡ ବି ବାଣ୍ଟିବା ଆରମ୍ଭ କରି ଦେଲେଣି ଅରୁଣ । କ୍ରିକେଟ୍ ଖେଳିବା ଛାଡ଼ିବା ପରେ କମେଣ୍ଟ୍ରୀ କରୁଥିଲେ ଅରୁଣ , ମାତ୍ର ୨୦୧୬ରେ ସେ କ୍ୟାନସରରେ ପିଡ଼ିତ ହେବା କାରଣରୁ ତାଙ୍କୁ କମେଣ୍ଟ୍ରୀ ଛାଡ଼ିବାକୁ ପଡ଼ିଥିଲା । ପଶ୍ଚିମବଙ୍ଗ କ୍ରିକେଟ୍ ଟିମ୍ କୋଚ୍ ମଧ୍ୟ ରହି ସାରିଛନ୍ତି ଅରୁଣ ଲାଲ।


ଭାରତୀୟ କ୍ରିକେଟ ପାଇଁ ଅରୁଣଙ୍କ ଯୋଗଦାନ
୧୯୮୨ ମସିହାରୁ ୧୯୮୯ ମସିହା ମଧ୍ୟରେ ଅରୁଣ ଲାଲ ଭାରତ ପାଇଁ ସର୍ବମୋଟ ୧୬ଟି ଟେଷ୍ଟ ଓ ୧୩ଟି ୱାନ୍-ଡେ ମ୍ୟାଚ୍ ଖେଳିଛନ୍ତି। ଏହାରି ମଧ୍ୟରେ ସେ ଟେଷ୍ଟ ମ୍ୟାଚରେ ସର୍ବମୋଟ୍ ୭୨୯ ଏବଂ ୱାନ୍-ଡେ ମ୍ୟାଚରେ ୧୨୨ ରନ୍ କରିଛନ୍ତି । ଟେଷ୍ଟ ମ୍ୟାଚରେ ସେ ୬ଟି ଅର୍ଦ୍ଧ ଶତକ ଓ ୱାନ୍-ଡେରେ ଗୋଟିଏ ଅର୍ଦ୍ଧ ଶତକ କରିଥିଲେ ଅରୁଣ । ଏହି ଦୁଇ ଫର୍ମାଟରେ ଗୋଟିଏ ବି ଶତକ ମାରି ନଥିଲେ ଅରୁଣ । କ୍ରିକେଟରେ ତାଙ୍କର ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିଲା । ଏହା ପରେ ଆଉ ଥରେ ଇଣ୍ଡିଆ ଟିମକୁ ପ୍ରବେଶ କରିପାରିନଥିଲେ । ୧୯୮୨ ମସିହାରେ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ହୋଇଥିବା ମ୍ୟାଚ୍ ଜରିଆରେ କ୍ରିକେଟ୍ ଜଗତରେ ପାଦ ଥାପିଥିଲେ ଅରୁଣ ଲାଲ ।