Cricket team captain arrests, କାଠମାଣ୍ଡୁ: ନେପାଳର ଜାତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସନ୍ଦୀପ ଲାମିଛାନେଙ୍କୁ ପୋଲିସ ଗିରଫ କରିଛି। ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଜଣେ ନାବାଳିକାଙ୍କୁ ସେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। କାଠମାଣ୍ଡୁ ଥାନାରେ ଦାଖଲ ଏତଲା ଆଧାରରେ ପୋଲିସ ଗୁରୁବାର ସନ୍ଦୀପଙ୍କୁ ଗିରଫ କରିଛି।


COMMERCIAL BREAK
SCROLL TO CONTINUE READING

ନେପାଳ ପୋଲିସର ମୁଖପାତ୍ର ଟେକ୍ ପ୍ରସାଦ ରାୟ ଗଣମାଧ୍ୟମକୁ କହିଛନ୍ତି ଯେ, ଗତ ମାସରେ ସନ୍ଦୀପ ଲାମିଛାନେଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ସେ ବିଦେଶ ଯାଇଥିବା ବେଳେ ଗୁରୁବାର ସକାଳେ କାତାର ଏୟାରୱେଜର ଏକ ଫ୍ଲାଇଟରେ ସେ କାଠମାଣ୍ଡୁ ପହଞ୍ଚିଥିଲେ। ରାଜଧାନୀସ୍ଥିତ ତ୍ରିବୁଭନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସନ୍ଦୀପଙ୍କୁ ଗିରଫ କରାଯାଇଛି। ଆସନ୍ତା ରବିବାର ତାଙ୍କୁ କୋର୍ଟରେ ହାଜର କରାଯିବ। ସନ୍ଦୀପ ଜଣେ ନାବାଳିକାଙ୍କୁ ଦୁର୍ଷ୍କର୍ମ କରିଥିବା ନେଇ ଗୌଶାଳା ମହାନଗର ପୋଲିସ ସର୍କଲରେ ଏତଲା ପଞ୍ଜିକୃତ ହୋଇଛି। ର ଡାକ୍ତରୀ ମାଇନା କରାଯାଇଛି ଏବଂ ବର୍ତ୍ତମାନ ରିପୋର୍ଟକୁ ଅପେକ୍ଷା କରାଯାଇଛି।


Also Read: INDvsSA ODI: ବିଳମ୍ବରେ ଆରମ୍ଭ ହେବ ପ୍ରଥମ ଦିନିକିଆ, କମିପାରେ ଓଭର


ଅଭିଯୋଗ ଅନୁସାରେ, ଅଗଷ୍ଟ ୨୧ ତାରିଖରେ ସନ୍ଦୀପ ଲାମିଛାନେ ପୀଡିତାଙ୍କୁ କାଠମାଣ୍ଡୁ ଓ ଭକ୍ତପୁରର ବିଭିନ୍ନ ସ୍ଥାନକୁ ନେଇଥିଲେ। ସେହିଦିନ ରାତିରେ ସେ ଏକ ହୋଟେଲରେ ଉକ୍ତ ନାବାଳିକା ସହ ଦୁଷ୍କର୍ମ କରିଥିଲେ। ତେବେ ଏହି ଅଭିଯୋଗକୁ ସନ୍ଦୀପ ଖଣ୍ଡନ କରିଛନ୍ତି। ଏହି ମାମଲାରେ ସେ ଆଇନର ଲଢେଇ ଲଢିବେ ଓ ନ୍ୟାୟର ହିଁ ବିଜୟ ହେବ ବୋଲି କହିଛନ୍ତି। ସକାଳୁ ନେପାଳ ଫେରିବା ପୂର୍ବରୁ ସନ୍ଦୀପ ଲାମିଛାନେ ଫେସବୁକ୍ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ ସେ ନେପାଳ ଫେରୁଥିବା ନେଇ ସୂଚନା ଦେଇଥିଲେ। 



ସୂଚନାଯୋଗ୍ୟ, ସନ୍ଦୀପ ଲାମିଛାନେ ନେପାଳ କ୍ରିକେଟ୍ ଟିମର ଅଧିନାୟକ ରହିସାରିଛନ୍ତି। ତା ସହିତ ସେ ୨୦୧୮ ମସିହାରେ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପଦାର୍ପଣ କରିଥିଲେ। ବର୍ତ୍ତମାନ ଦୁନିଆର ସର୍ବୋତ୍ତମ ଲେଗ୍ ସ୍ପିନରମାନଙ୍କ ମଧ୍ୟରୁ ସନ୍ଦୀପ ଅନ୍ୟତମ। ଦୁଷ୍କର୍ମ ଅଭିଯୋଗ ପରେ, ସନ୍ଦୀପ, କେନିଆ ଏବଂ ପରେ ୱେଷ୍ଟଇଣ୍ଡିଜ ଗସ୍ତ କରିଥିଲେ। ସେଠାରେ ଟି-୨୦ ସିରିଜ ଓ କାରବିଆନ୍ ପ୍ରିମିୟର ଲିଗର ଏକ ଅଂଶ ହୋଇଥିଲେ। ସନ୍ଦୀପ ଲାମିଛାନେ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ୧୩୧ ଟି-୨୦ ମ୍ୟାଚ୍ ଖେଳି ହାରାହାରି ୧୮.୧୮ ୱିକେଟ୍ ନେଇଛନ୍ତି।