Uttarkashi Tunnel Rescue: ଉତ୍ତରାଖଣ୍ଡର ଟନେଲରୁ ସୁରକ୍ଷିତ ଭାବେ ୪୧ ଜଣ ଶ୍ରମିକ ଉଦ୍ଧାର ପରେ ସମଗ୍ର ଦେଶରେ ଖୁସିର ମାହୋଲ ରହିଛି । ଏହି ଶ୍ରମିକମାନେ ୧୭ ଦିନ ଧରି ଟନେଲରେ ଫସି ରହିଥିଲେ । ଅନେକ ଏଜେନ୍ସି ସେମାନଙ୍କ ଉଦ୍ଧାର କାର୍ଯ୍ୟକୁ ନେଇ ଏକାଠି କାମ କରୁଥିଲେ । ଏହା ଏପରି ଏକ ପରିସ୍ଥିତି ଥିଲା ଯାହା ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ସେମାନଙ୍କର ସଂକଳ୍ପ ପରୀକ୍ଷା କରିବାକୁ ବାଧ୍ୟ କରିଥିଲା ​​। ଯଦିଓ ଟନେଲ ବାହାରେ ଥିବା ଲୋକମାନେ ଉଦ୍ଧାର କାର୍ଯ୍ୟକୁ ନେଇ ଚାପରେ ଥିଲେ । ତଥାପି ଟନେଲ ଭିତରେ ଫସି ରହିଥିବା ଶ୍ରମିକମାନଙ୍କ ମନୋବଳ ବୃଦ୍ଧି କରିବା, ସେମାଙ୍କୁ ସୁସ୍ଥ ରଖିବା ଓ ତାଙ୍କ ସାହସ ବଢ଼ାଇବା ମଧ୍ୟ ଜରୁରୀ ଥିଲା । ଏହିକାମ ଟନେଲ ଭିତରେ ଥାଇ କରିଥିଲେ- ଗବର ସିଂ ନେଗି ।


COMMERCIAL BREAK
SCROLL TO CONTINUE READING

ଟନେଲ ଭିତରେ ଫସି ରହିଥିବା ଶ୍ରମିକମାନଙ୍କ ମଧ୍ୟରୁ ଜଣେ ଗବର ସିଂ ନେଗି କହିଛନ୍ତି ଯେ "୪୦୦ ଘଣ୍ଟାରୁ ଅଧିକ ସମୟ ୨୦୦ ଫୁଟ ତଳେ ରହିବା କଷ୍ଟକର । ଏଠାରେ, ସହକର୍ମୀମାନଙ୍କୁ ଶାନ୍ତ ରଖିବା ଓ ସେମାନଙ୍କର ମନୋବଳ ବଜାୟ ରଖିବା ଏକ ବଡ଼ ଆହ୍ୱାନ ଥିଲା । ମୁଁ ମୋର ସହକର୍ମୀମାନଙ୍କୁ ଯୋଗ ଏବଂ ଧ୍ୟାନ ଶିଖାଇଲି ଓ ସେମାନଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ସକ୍ରିୟ ରଖିଲି । ସହକର୍ମୀମାନଙ୍କୁ ଏହା କହି ସାହସ ଦେଇଲେ ଯେ ଆମେ ସମସ୍ତେ ନିରାପଦରେ ବାହାରକୁ ବାହାରିବା ଓ ଆପଣ ସମସ୍ତେ ପ୍ରଥମେ ବାହାରକୁ ଯିବେ ଓ ମୁଁ ସମସ୍ତଙ୍କ ପରେ ବାହାରକୁ ଯିବି ।"


‘ମୁଁ ଟନେଲରୁ ସବାଶେଷରେ ବାହାରିବା ବ୍ୟକ୍ତି ହେବି’
ଗବର ସିଂଙ୍କ ଭାଇ ଜୟମଲ ସିଂ ନେଗି କହିଛନ୍ତି ଯେ ସେ ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ରଖିଥିଲେ ଓ ସବୁବେଳେ ଦୋହରାଉଥିଲା ଯେ 'ମୁଁ ତୁମର ସିନିୟର, ତେଣୁ ମୁଁ ଟନେଲରୁ ସବାଶେଷରେ ବାହାରିବା ବ୍ୟକ୍ତି ହେବି...' ସେ କହିଛନ୍ତି ଯେ ସମସ୍ତ ଗବର ସିଂଙ୍କ ସମେତ ସମସ୍ତ ଶ୍ରମିକମାନଙ୍କର ମେଡିକାଲ ଯାଞ୍ଚ କରାଯାଇଛି । ସମସ୍ତେ ବର୍ତ୍ତମାନ ନିରାପଦରେ ଅଛନ୍ତି ଓ ସେମାନଙ୍କ ପ୍ରିୟଜନଙ୍କ ମଧ୍ୟରେ, ବିପର୍ଯ୍ୟୟଠାରୁ ବହୁ ଦୂରରେ । ସମସ୍ତ ଶ୍ରମିକଙ୍କ ପରିବାର ମଧ୍ୟ ବହୁତ ଖୁସି ଅଛନ୍ତି । ସେ କହିଛନ୍ତି ଯେ ଏହାର ଏକ ପ୍ରମୁଖ କାରଣ ହେଉଛି ସମ୍ଭାବ୍ୟ ବିପର୍ଯ୍ୟସ୍ତ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଗବର ନେଗିଙ୍କ ଉଦ୍ୟମ ।"


ଶ୍ରମିକଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ସମଗ୍ର ଦେଶ ପ୍ରାର୍ଥନା କରିଥିଲା
ଜୟମଲ ସିଂ କହିଛନ୍ତି ଯେ ‘ମୁଁ ବହୁତ ଖୁସି… ପରିବାର ବହୁତ ଖୁସି । କେବଳ ପରିବାର ନୁହେଁ ସମଗ୍ର ଦେଶ ଖୁସି… ସମଗ୍ର ଦେଶ ତାଙ୍କ ପାଇଁ ପ୍ରାର୍ଥନା କରିଥିଲେ । ଯେତେବେଳେ ସେମାନେ ବାହାରକୁ ଆସିଲେ ଓ ଆମେ ଦେଖିଲୁ ଯେ ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି, ଆମେ ମିଠା ଓ ଫୁଲମାଳ ବଣ୍ଟିଛୁ । ସେ କହିଛନ୍ତି ଯେ ଦୁର୍ଘଟଣାର ଖବର ପାଇବା ମାତ୍ରେ ମୁଁ ଏଠାକୁ ଆସିଛି ଓ ପ୍ରାୟ ଦୁଇ ସପ୍ତାହ ଧରି ଏଠାରେ ଅଛି । ସେ NDTV କୁ କହିଥିଲେ ଯେ ମୁଁ ତାଙ୍କ ସହ ପ୍ରତିଦିନ କଥାବାର୍ତ୍ତା କରୁଥିଲି । ପ୍ରଥମେ ପାଇପ୍ ମାଧ୍ୟମରେ ଓ ପରେ ଫୋନ୍ ମାଧ୍ୟମରେ । ମୁଁ ମୋର ଭାଇ ଗବରଙ୍କୁ ଯୋଗ କରିବାକୁ ପରାମର୍ଶ ଦେଲି । ତା’ପରେ ସେ କହିଥିଲେ ଯେ 'ହଁ, ଆମେ ସମସ୍ତେ ଏହା କରୁଛୁ ।'