Gautam Gambhir vs Shahid Afridi: ଟି-୨୦ ବିଶ୍ୱକପରେ (T20 World Cup) ପାକିସ୍ତାନ ଦଳ (Pakistan Team) ପ୍ରଥମ ଦୁଇଟି ମ୍ୟାଚ୍ ହାରିଯିବା ପରେ ନିରନ୍ତର ସମାଲୋଚନାର ସମ୍ମୁଖୀନ ହୋଇଛି । ପାକିସ୍ତାନ ଦଳର ଅଧିନାୟକ ବାବର ଆଜମଙ୍କୁ (Babar Azam) ଏହି ସମୟରେ ଅନେକ ବିବାଦ ଘେରି ରହିଛନ୍ତି । ସେ ନିଜର ପ୍ରଥମ ୩ ଟି ମ୍ୟାଚ୍ ରେ ମାତ୍ର ୮ ରନ୍ ସ୍କୋର କରିଛନ୍ତି । ଏହି କାରଣରୁ ତାଙ୍କ ଅଧିନାୟକତ୍ୱ ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ପାକିସ୍ତାନ ଦଳ ଟି-୨୦ ବିଶ୍ୱକପରୁ ବାଦ ପଡିବାକୁ ଯାଉଛି । ଏହାପରେ ଭାରତୀୟ ଦଳର ପୂର୍ବତନ ଓପନର୍ ଗୌତମ ଗମ୍ଭୀର (Gautam gambhir) ବାବର ଆଜାମଙ୍କୁ ସ୍ୱାର୍ଥପର ବୋଲି କହିଥିଲେ, ଯେଉଁଥିରେ ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦି (Shahid Afridi) ଏହାର ଜବାବ ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ବାସ୍ତବରେ, ପାକିସ୍ତାନ ବନାମ ନେଦରଲ୍ୟାଣ୍ଡ ମ୍ୟାଚ୍ ପରେ ଗମ୍ଭୀର କହିଥିଲେ, 'ମୋ କହିବାନୁସାରେ, ନିଜ ପୂର୍ବରୁ ଦଳ ବିଷୟରେ ଚିନ୍ତା କରିବା ଉଚିତ୍ । ଯଦି ଆପଣଙ୍କ ଯୋଜନା ଅନୁଯାୟୀ କିଛି ଘଟୁ ନାହିଁ, ତେବେ ଆପଣ କାହିଁକି ଫଖର ଜମାନକୁ ଉପର କ୍ରମରେ ଖେଳିବାକୁ କାହିଁକି ପଠାଉ ନାହଁ । ଜଣେ ଅଧିନାୟକ ଭାବରେ ଏହା ତୁମର ସ୍ୱାର୍ଥପରତା ।"


ଗୌତମ ଗମ୍ଭୀରଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦି ଜଣାଶୁଣା । ଗୌତମ ଗମ୍ଭୀରଙ୍କ ଏହି ବୟାନ ଉପରେ ମନ୍ତବ୍ୟ ଦେଇ ଆଫ୍ରିଦି ସାମା ଟିଭିରେ କହିଛନ୍ତି, 'ଟୁର୍ଣ୍ଣାମେଣ୍ଟ ପରେ ଆପଣ ବାବର ଆଜାମଙ୍କୁ କହିବେ, ଆପଣ ମଧ୍ୟ କିଛି ଟିମ୍ ଇଣ୍ଡିଆ ବିଷୟରେ କୁହ, କାରଣ ସେ ମଧ୍ୟ ଘରକୁ ଯିବେ' ।


ଆଫ୍ରିଦି ଆହୁରି କହିଛନ୍ତି ଯେ ସର୍ବଦା ସମାଲୋଚନା କରାଯାଏ, କିନ୍ତୁ ଶବ୍ଦ ଚୟନ କରିବାକୁ ନେଇ ଧ୍ୟାନ ଦେବା ଉଚିତ୍ । ଆପଣ ଏପରି ଶବ୍ଦ କହିବା ଉଚିତ, ଯାହା ପ୍ଲେୟାର ପାଇଁ ପରାମର୍ଶ ଭାବରେ କାର୍ଯ୍ୟ କରିବ । ବାବର ଅନେକ ମ୍ୟାଚ୍ ଜିତାଇଛନ୍ତି । ସେ ଲଗାତାର ସ୍କୋର ମଧ୍ୟ କରିଛନ୍ତି । ତାଙ୍କ ପରି ସ୍ଥିରତା ପାକିସ୍ତାନର ବହୁତ କମ୍ ବ୍ୟାଟ୍ସମ୍ୟାନଙ୍କ ପାଖରେ ଅଛି । ବୋଧହୁଏ ସେ ଆଶା ପୂରଣ କରିନାହାଁନ୍ତି, ଏଥିପାଇଁ ତାଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି ।


ଏହା ବି ପଢନ୍ତୁ: T-20 World Cup 2022: ବିଶ୍ୱକପରେ ବିରାଟଙ୍କ ବିଶ୍ୱ ରକର୍ଡ, ଚମକିଲେ ସୂର୍ଯ୍ୟକୁମାର


ଏହା ବି ପଢନ୍ତୁ: T20 World Cup 2022: ଇଂଲଣ୍ଡ ବିଜୟ ପରେ ରୋଚକ ହେଲା ପଏଣ୍ଟ ଟେବୁଲ, ସେମି-ଫାଇନାଲରୁ ବାଦ ପଡିବ ଅଷ୍ଟ୍ରେଲିଆ!


ଏହାବି ପଢ଼ନ୍ତୁ: IND vs NZ 2022: ବାପା ସେଲୁନ୍ ଚଲାନ୍ତି, ପୁଅ ଚମତ୍କାର କ୍ରିକେଟ୍ ଖେଳି ଟିମ୍ ଇଣ୍ଡିଆକୁ ମାରିଲେ ଧାଁସୁ ଏଣ୍ଟ୍ରି


ଏହାବି ପଢ଼ନ୍ତୁ: T20 World Cup 2022: ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ପୂର୍ବରୁ ପାକିସ୍ତାନକୁ ଲାଗିଲା ଶକ୍ତ ଧକ୍କା