T20 World Cup 2022: ପୁଣି ଆହତ ହେଲେ ଆଉ ଜଣେ ଖେଳାଳି, ବର୍ତ୍ତମାନ ଏହି କ୍ରିକେଟର ଟି-20 ବିଶ୍ୱକପରୁ ହେଲେ ବାହାର
Craig Young: ସେ ନିଜ ଦମରେ ଆୟର୍ଲାଣ୍ଡ ପାଇଁ ଅନେକ ମ୍ୟାଚ୍ ଜିତାଇଛନ୍ତି । କିନ୍ତୁ ଆହତ କାରଣରୁ ତାଙ୍କୁ ଟି-20 ବିଶ୍ୱକପରୁ ବାଦ୍ ଦିଆଯାଇଛି । ସେ ଚିକିତ୍ସା ପାଇଁ ଆୟର୍ଲାଣ୍ଡକୁ ଫେରିବେ । ଆହତ କ୍ରେଗ ୟଙ୍ଗଙ୍କ ସ୍ଥାନରେ ୩୧ ବର୍ଷୀୟ ଗ୍ରାହମ ହୁମ (Graham Hume) ଙ୍କୁ ସ୍ଥାନ ମିଳିଛି ।
ନୂଆଦିଲ୍ଲୀ: T20 World Cup 2022: ଟି-20 ବିଶ୍ୱକପ ଆରମ୍ଭ ପାଇଁ ଆଉ ଅଳ୍ପ ସମୟ ବାକି ଅଛି । ଏଥିପାଇଁ ସମସ୍ତ ଦଳ ନିଜ ନିଜର ପ୍ରସ୍ତୁତି ଶେଷ କରିନେଇଛନ୍ତି । କିନ୍ତୁ ଖେଳାଳି ଆହତ ହେବାର ପର୍ଯ୍ୟାୟ ବନ୍ଦ ହେବାର ନାମ ନେଉଁନାହିଁ । ଭାରତୀୟ ଷ୍ଟାର କ୍ରିକେଟର ଜସପ୍ରୀତ ବୁମ୍ରା (Jasprit Bumrah) ଆହତ ଟି-20 ବିଶ୍ୱକପରୁ ବାହାର ହୋଇଛନ୍ତି । ଆହତ କାରଣରୁ ପାକିସ୍ତାନର ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି (Shaheen Afridi) ମଧ୍ୟ ଟି-20 ବିଶ୍ୱକପ ୨୦୨୨ରୁ (T20 World Cup 2022) ଆଉଟ୍ ହୋଇଛନ୍ତି । ଏଥି ସହିତ ଇଂଲଣ୍ଡର ଜୋଫ୍ରା ଆର୍ଚର (Jofra Archer) ଓ ଜନି ବେୟାରଷ୍ଟୋ (Jonny Bairstow) ଓ ଦକ୍ଷିଣ ଆଫ୍ରିକାର ଡୱେନ ପ୍ରିଟୋରିୟସ (Dwayne Pretorius) ମଧ୍ୟ ଆହତ କାରଣରୁ ଟି -20 ବିଶ୍ୱକପରେ ଖେଳି ପାରିବେ ନାହିଁ ।
ବର୍ତ୍ତମାନ ଆୟର୍ଲାଣ୍ଡ ଦଳ (Ireland Team) କୁ ଜୋରଦାର ଝଟକା ଲାଗିଛି । ଏହି ଟିମର ଜଣେ ଷ୍ଟାର୍ ଖେଳାଳି ଆହତ ହୋଇଛନ୍ତି । ଆସନ୍ତୁ ଜାଣିବା ଏହି କ୍ରିକେଟରଙ୍କ ବିଷୟରେ...କ୍ରେଗ୍ ୟଙ୍ଗ୍ (Craig Young) ୨୦୧୪ ଠାରୁ ଧଳା ବଲ୍ କ୍ରିକେଟ୍ ରେ ଆୟର୍ଲାଣ୍ଡର ଷ୍ଟାର୍ ବୋଲର ଭାବରେ ପ୍ରଦର୍ଶନ କରିଆସୁଛନ୍ତି । ସେ ନିଜ ଦମରେ ଆୟର୍ଲାଣ୍ଡ ପାଇଁ ଅନେକ ମ୍ୟାଚ୍ ଜିତାଇଛନ୍ତି । କିନ୍ତୁ ଆହତ କାରଣରୁ ତାଙ୍କୁ ଟି-20 ବିଶ୍ୱକପରୁ ବାଦ୍ ଦିଆଯାଇଛି । ସେ ଚିକିତ୍ସା ପାଇଁ ଆୟର୍ଲାଣ୍ଡକୁ ଫେରିବେ । ଆହତ କ୍ରେଗ ୟଙ୍ଗଙ୍କ ସ୍ଥାନରେ ୩୧ ବର୍ଷୀୟ ଗ୍ରାହମ ହୁମ (Graham Hume) ଙ୍କୁ ସ୍ଥାନ ମିଳିଛି ।
ଗ୍ରାହମ ହୁମ (Graham Hume) ଜୁଲାଇ ୨୦୨୨ରେ ଆୟର୍ଲାଣ୍ଡ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ସେ ଏପର୍ଯ୍ୟନ୍ତ କେବଳ ଗୋଟିଏ ଟି-20 ମ୍ୟାଚ ଖେଳିଛନ୍ତି । ଆୟର୍ଲାଣ୍ଡର ୨ଟି ଅଭ୍ୟାସ ମ୍ୟାଚ୍ ପାଇଁ ସେ ତୁରନ୍ତ ଅଷ୍ଟ୍ରେଲିଆକୁ ଯିବେ । କ୍ରିକେଟ୍ ଆୟର୍ଲାଣ୍ଡର ଫିଜିଓଥେରାପି ଓ ମେଡିକାଲ୍ ସର୍ଭିସର ମୁଖ୍ୟ ମାର୍କ ରାଉସା କହିଛନ୍ତି ଯେ, ସିଡନୀରେ ଆମର ଟି-20 ବିଶ୍ୱକପ୍ କ୍ୟାମ୍ପରେ ଏକ ବଡ଼ ଝଟକା ଲାଗିଛି । କ୍ରେଗ୍ ୟଙ୍ଗ୍ ତାଙ୍କର ଏକ ପୁରୁଣା ସମସ୍ୟା ସହିତ ସଂଘର୍ଷ କରୁଛନ୍ତି । ସେ ଡାକ୍ତରୀ ଦଳର ତତ୍ତ୍ୱାବଧାନରେ ଆୟର୍ଲାଣ୍ଡକୁ ଫେରିବେ ।
ଅଧିକ ପଢ଼ନ୍ତୁ:-ଯଦି ଜଣେ ପୁରୁଷଙ୍କର ପାଖରେ ରହିଛି ଏହି ୫ଟି ଗୁଣ ତ ସ୍ତ୍ରୀ ରହିଥାଏ ସର୍ବଦା ସନ୍ତୁଷ୍ଟ, ଦୀର୍ଘ ସମୟ ପର୍ଯ୍ୟନ୍ତ ଛାଡ଼ନ୍ତି ନାହିଁ ସାଥ୍
ଅଧିକ ପଢ଼ନ୍ତୁ:-ଶେଷରେ ମୁହଁ ଖୋଲିଲେ ପୃଥ୍ୱୀ ଶୋ', ବାରମ୍ୱାର ଟିମ୍ ଇଣ୍ଡିଆରେ ଚୟନ ନ ହେବାକୁ ନେଇ କହିଲେ ଏପରି କିଛି
ଅଧିକ ପଢ଼ନ୍ତୁ:-5G କାରଣରୁ ଆକାଉଣ୍ଟ ହୋଇଗଲା ସଫା, ଏହି ଠକେଇରେ ଫସିଲେ ଅନେକ ଲୋକ; ଆପଣ ବି କରନ୍ତୁନି ଏହି ଭୁଲ
ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପରେ ଆୟର୍ଲାଣ୍ଡ ଗ୍ରୁପ୍ ବିରେ ଅଛି ଓ ଅକ୍ଟୋବର ୧୭ରେ ହୋବର୍ଟରେ ଜିମ୍ବାୱେ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଦଳ ପ୍ରଥମ ରାଉଣ୍ଡରେ ନିଜର ମୁଖ୍ୟ ମ୍ୟାଚ୍ ପୂର୍ବରୁ ଦୁଇଟି ୱାର୍ମ ଅପ୍ ମ୍ୟାଚ୍ ଖେଳିବେ । ସେହି ଦୁଇଟି ମ୍ୟାଚ୍ ହେଉଛି ଅକ୍ଟୋବର ୧୧ରେ ନାମିବିଆ ଓ ଅକ୍ଟୋବର ୧୩ରେ ମେଲବୋର୍ଣ୍ଣରେ ଶ୍ରୀଲଙ୍କା ବିପକ୍ଷରେ । ଏହି ଦଳ ଅକ୍ଟୋବର ୯ରେ ମେଲବର୍ଣ୍ଣ ଅଭିମୁଖେ ଯାତ୍ରା କରିବ । ଗତ ବର୍ଷ ଟି-20 ବିଶ୍ୱକପରେ ଆୟର୍ଲାଣ୍ଡ ମଧ୍ୟ ଭାଗ ନେଇଥିଲା, କିନ୍ତୁ ଦଳ ସୁପର ୧୨ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନଥିଲା ।