Harbhajan Singh Dangal in Qatar Deserts: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଭେଟେରାନ୍ ଅଫ୍ ସ୍ପିନର ହରଭଜନ ସିଂ (Harbhajan Singh) ଉଭୟ କ୍ରିକେଟ୍ ଓ ସ୍ଲେଜିଂ କାରଣରୁ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର୍ ସମୟରେ ଅନେକ ଚର୍ଚ୍ଚାରେ ରହିଠିଲେ । ଆଣ୍ଡ୍ରିୟୁ ସାଇମଣ୍ଡସଙ୍କ ସହ ମଙ୍କି ଗେଟ୍ ଘଟଣା ହେଉ କିମ୍ବା ସହିଦ ଆଫ୍ରିଦି ଓ ଶୋଏବ ଅଖତରଙ୍କ ମଧ୍ୟରେ ବାକ୍ ଯୁଦ୍ଧ । ହରଭଜନ ସିଂ ହେଉଛନ୍ତି, ସେହି ଖେଳାଳି ଯିଏ ଆଇପିଏଲରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଶ୍ରୀସନ୍ତଙ୍କୁ ଚାପୁଡ଼ା ମାରିଥିଲେ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ମଧ୍ୟ ହରଭଜନ ସିଂ ବର୍ତ୍ତମାନ ଖବରରେ ଅଛନ୍ତି । ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଭାରତୀୟ ଦଳର ପୂର୍ବତନ ଖେଳାଳିଙ୍କ ସହ କୁସ୍ତି କରୁଥିବା ଦେଖିବାକୁ ମିଳିଛି । ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ।


COMMERCIAL BREAK
SCROLL TO CONTINUE READING

କହିରଖୁଛୁ ଯେ ଟିମ୍ ଇଣ୍ଡିଆର ଅନେକ ପୂର୍ବତନ ଖେଳାଳି ବର୍ତ୍ତମାନ କତାରରେ ଚାଲିଥିବା ଲିଜାଣ୍ଡ ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି । ସେହି ଖେଳାଳିମାନଙ୍କ ମଧ୍ୟରେ ହରଭଜନ ସିଂ ମଧ୍ୟ ଅଛନ୍ତି, ଯିଏ ଭାରତ ମହାରାଜା ଦଳର ଅଂଶ ଅଟନ୍ତି । ଏହି ଦଳର ଅଧିନାୟକତ୍ୱ ଗୌତମ ଗମ୍ଭୀର କରୁଛନ୍ତି ଓ ବର୍ତ୍ତମାନ ପର୍ଯ୍ୟନ୍ତ ହରଭଜନ ସିଂ ଓ ତାଙ୍କ ଦଳ ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଚାଲିଛି । ହରଭଜନ ସିଂ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ନିଜ ପିଲାଦିନର ବନ୍ଧୁ ତଥା ପୂର୍ବତନ କ୍ରିକେଟର ରିତେନ୍ଦର ସିଂ ସୋଦିଙ୍କ ସହ ମରୁଭୂମିରେ କୁସ୍ତି କରୁଥିବା ନଜର ଆସିଛନ୍ତି । ଏହି ଦଙ୍ଗଲରେ ଭଜି ଜିତୁଛନ୍ତି । ହରଭଜନ ସିଂ ପ୍ରଥମେ ସୋଦିଙ୍କ ଦୁଇ ହାତ ଧରି ତା’ପରେ ଉଠାଇ ଫୋଫାଡ଼ି ଦେଇଥିଲେ ।



କହିରଖୁଛୁ ଯେ ମଙ୍ଗଳବାର ଦିନ ଭାରତ ମହାରାଜ ଏସିଆ ଲାୟନ୍ସ ବିପକ୍ଷରେ ୧୦ ୱିକେଟରେ ଜିତିଛି । ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ ଦଳ ପାଇଁ ଏହା ଲିଗରେ ପ୍ରଥମ ବିଜୟ ଥିଲା । ରବିନ୍ ଉଥାପ୍ପା ଓ ଗୌତମ ଗମ୍ଭୀରଙ୍କ ଯୋଡି ମାତ୍ର ୭୫ ବଲରେ ମ୍ୟାଚ୍ ଶେଷ କରି ଦେଇଥିଲେ । ଆଜି ଇଣ୍ଡିଆ ମହାରାଜ ବିଶ୍ୱ ଜଏଣ୍ଟକୁ ଭେଟିବ ।


ଇଣ୍ଡିଆ ମହାରାଜ ଟିମ୍
ରବିନ୍ ଉଥାପ୍ପା (WK), ଗୌତମ ଗମ୍ଭୀର (ଅଧିନାୟକ), ମୁରଲୀ ବିଜୟ, ସୁରେଶ ରାଇନା, ମହମ୍ମଦ କୌ ଫ, ୟୁସୁଫ ପଠାନ, ଷ୍ଟୁଆର୍ଟ ବିନ୍ନି, ଇରଫାନ ପଠାନ, ହରଭଜନ ସିଂ, ପ୍ରଜ୍ଞାନ ଓଜା, ଅଶୋକ ଦିଣ୍ଡା, ପ୍ରବୀଣ ତାମ୍ବେ, ଏସ ଶ୍ରୀସନ୍ତ, ପ୍ରବୀଣ କୁମାର, ମନବିନ୍ଦର ବିଶ୍ଲା, ରିତେନ୍ଦର ସୋଦି ଓ ପରବିନ୍ଦର ଆୱାନା ।


ଏହା ବି ପଢ଼ନ୍ତୁ: Najam Sethi On Asia Cup 2023: ଏସିଆ କପ୍ ୨୦୨୩ ପୂର୍ବରୁ BCCIକୁ ଧମକ ଦେଲେ PCB ଅଧ୍ୟକ୍ଷ ନଜାମ ସେଠୀ