Team India Captain: ଏସିଆ କପ୍ ୨୦୨୨ ଓ ଟି-20 ୱାର୍ଲଡକପ୍ ୨୦୨୨ ରେ ଭାରତର ଖରାପ ପ୍ରଦର୍ଶନ ପରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଓ ରାହୁଲ ଦ୍ରାବିଡଙ୍କ କୋଚିଂ ଉପରେ ପ୍ରଶ୍ନବାଚୀ ଉଠାଇଲାଣି ବିସିସିଆଇ । ଆଜି ବିସିସିଆଇର ଏକ ବୈଠକ ହେବାକୁ ଯାଉଛି। ଯେଉଁ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଏହି ବୈଠକ ସକାଳ ୧୧ ଟା ସମୟରୁ ଆରମ୍ଭ ହୋଇଛି। ଏଠାରେ କହିରଖୁଛୁ ଯେ, ଭାରତୀୟ ଟିମ ଟି-20 ୱାର୍ଲଡକପ୍ ସେମିଫାଇନାଲରେ ପହଞ୍ଚିଥିଲା ସତ ହେଲେ ଟିମ ର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ସେମିଫାଇନାଲେ ରେ ଇଂଲଣ୍ଡ ଟିମ ଭାରତୀୟ ଟିମକୁ ମାତ୍ ଦେଇଥିଲା ।  


COMMERCIAL BREAK
SCROLL TO CONTINUE READING

ଭାରତୀୟ ଟିମ ଆଗାମୀ ବର୍ଷର ଆରମ୍ଭରୁ ହିଁ ଶ୍ରୀଲଙ୍କା ବିପକ୍ଷରେ ଟି-20 ସିରିଜ (T-20 Series) ଖେଳିବାକୁ ଯାଉଛି । ଏହାବାଦ୍ ନ୍ୟୁଜିଲାଣ୍ଡ ଟିମ ଭାରତ ଗସ୍ତ ରେ ଆସିବେ । ଏହି ବୈଠକରେ ସମ୍ଭାବନା ଅଛି ଯେ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-20 ମ୍ୟାଚ ସମୟରେ ଟିମର କ୍ୟାପଟେନ କରିଦିଆ ଯାଇପାରେ। ପାଣ୍ଡ୍ୟା ଗତ ସିଜିନରେ ଆଇପିଏଲରେ ପ୍ରଥମ ଥର ନିଜ ଅଧିନାୟକତ୍ୱ ଦାୟିତ୍ୱ ସମ୍ଭାଳିଥିଲେ । ଯାହା ଫଳରେ ଦଳ ଚାମ୍ପିୟନ ମଧ୍ୟ ହୋଇଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-20 ସିରିଜରେ ବି ସେ ରୋହିତ ଶର୍ମାଙ୍କ ଉପସ୍ଥିତିରେ ଅଧିନାୟକତ୍ୱ ଭାର ସମ୍ଭାଳିଥିଲେ । କେବଳ କ୍ୟାପଟେନ ନୁହେଁ ଟିମ ଇଣ୍ଡିଆକୁ (Team India) ଜଣେ ନୂଆ କୋଚ୍ ବି ମିଳିପାରନ୍ତି ।


Also Read: IPL 2023 Auction: ୪୦୫ ଖେଳାଳି ୧୦ ଟିମ ଓ ୮୭ ସ୍ଲଟ, ଜାଣନ୍ତୁ କେଉଁଠି ଓ କେବେ ଆରମ୍ଭ ହେବ ନିଲାମ ପ୍ରକ୍ରିୟା


ଟିମ ଇଣ୍ଡିଆର ଏହିଟିମ ସହ ଖୁବ ଉନ୍ନତ ମାନର କାମ କରୁଥିବା ରାହୁଲ ଦ୍ରାବିଡ ସିନିୟର ଟିମ ସହ ଏହି କାମକୁ ଦୋହରାଇ ପାରୁନାହାଁନ୍ତି । ଟିମ ଦ୍ୱିପାକ୍ଷିକ ସିରିଜରେ ଭଲ ପ୍ରଦର୍ଶନ ତ କରୁଛି ହେଲେ ମଲ୍ଟି ନ୍ୟାସନ ଇଭେଣ୍ଟରେ (Multi Nation Event) କିଛି ଖାସ୍ ପ୍ରଦର୍ଶନ ଦେଖାଇପାରୁନାହିଁ। କୁହାଯାଉଛି ଏହି ବୈଠକରେ ସେଣ୍ଟ୍ରାଲ କଣ୍ଟେଣ୍ଟ କୁ ନେଇ ମଧ୍ୟ ବଡ ଫୈସଲା କରାଯାଇପାରେ । ଆଗାମୀ ବର୍ଷ ପାଇଁ ଭାରତୀୟ କ୍ରିକେଟର୍ସର ନୂଆ ସେଣ୍ଟ୍ରାଲ କଣ୍ଟେଣ୍ଟ ର ବି ଘୋଷଣା କରାଯାଇପାରେ ।