Hockey World Cup 2023, India vs Wales: ଭାରତୀୟ ହକି ଦଳ (Indian Hockey Team) ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚରେ ୱେଲ୍ସକୁ ୪-୨ରେ ପରାସ୍ତ କରିଛି । ଏହି ବିଜୟ ପରେ ପୁଲ ଡିରେ ଉଭୟ ଭାରତ ଓ ଇଂଲଣ୍ଡ ୭ ପଏଣ୍ଟ ପାଇଛନ୍ତି । କିନ୍ତୁ ଇଂଲଣ୍ଡ ପ୍ରଥମ ସ୍ଥାନରେ ରହିଛି । ନିୟମ ଅନୁଯାୟୀ, ପ୍ରତ୍ୟେକ ପୁଲରୁ ୨-୨ ଦଳ କ୍ୱାର୍ଟର ଫାଇନାଲକୁ ଯିବେ, ଯେଉଁଥିରେ ପ୍ରଥମ ସ୍ଥାନ ପାଇଥିବା ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିବ, କିନ୍ତୁ ଦ୍ୱିତୀୟ ସ୍ଥାନରେ ରହିଥିବା ଦଳକୁ ତୃତୀୟ ସ୍ଥାନରେ ରହିଥିବା ଦଳ ସହିତ କ୍ରସ୍ ଓଭର ମ୍ୟାଚ୍ ଖେଳିବାକୁ ପଡ଼ିବ ।  ଅର୍ଥାତ୍ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାକୁ ଭାରତୀୟ ଦଳକୁ ପୁଲ୍ ସିର ତୃତୀୟ ନମ୍ବର ଦଳ ନ୍ୟୁଜିଲ୍ୟାଣ୍ଡର ସାମ୍ନା କରିବାକୁ ପଡ଼ିବ ।


COMMERCIAL BREAK
SCROLL TO CONTINUE READING

ହକି ବିଶ୍ୱକପର କ୍ୱାର୍ଟର ଫାଇନାଲ (Hockey World Cup Quarterfinals) ରେ ପ୍ରବେଶ କରିବାକୁ ଭାରତୀୟ ଦଳକୁ ଅତିକମରେ ୭ଟି ଗୋଲ ବ୍ୟବଧାନରେ ୱେଲ୍ସ ବିପକ୍ଷରେ ଜିତିବାର ଆବଶ୍ୟକତା ଥିଲା । ଏତେ ବଡ ବ୍ୟବଧାନରେ ଜିତିବା ପରେ ହିଁ ଟିମ୍ ଇଣ୍ଡିଆ କ୍ୱାର୍ଟର ଫାଇନାଲରେ ସିଧାସଳଖ ପ୍ରବେଶ କରିପାରିଥାନ୍ତା । କିନ୍ତୁ ଦଳ ଏହା ଆଖପାଖରେ ମଧ୍ୟ ପହଞ୍ଚି ପାରିନଥିଲା । ସମଗ୍ର ମ୍ୟାଚରେ ଭାରତୀୟ ଦଳ ମାତ୍ର ୪ଟି ଗୋଲ ସ୍କୋର କରିପାରିଥିଲା । ଏହି ମ୍ୟାଚ୍ ଆରମ୍ଭ ପୂର୍ବରୁ ବିଶ୍ୱକପ୍‌ରେ ଭାରତ ୨ ଗୋଲ୍ ଦେଇଥିବା ବେଳେ ଇଂଲଣ୍ଡ ୯ ଗୋଲ୍ ସ୍କୋର କରିଥିଲା । ଭାରତ ମ୍ୟାଚକୁ ୪-୨ରେ ଜିତି ଗୋଲ ପାର୍ଥକ୍ୟକୁ ୯–୪କୁ ହ୍ରାସ କରିବାରେ ସଫଳ ହୋଇଥିଲା, ଯାହା କ୍ୱାର୍ଟର ଫାଇନାଲରେ ଯୋଗ୍ୟତା ଅର୍ଜନ ପାଇଁ ଯଥେଷ୍ଟ  ନଥିଲା ।


ପ୍ରକୃତରେ ନିୟମ ଅନୁଯାୟୀ, ପ୍ରତ୍ୟେକ ପୁଲରୁ କେବଳ ଟପରେ ଥିବା ଦଳ କ୍ୱାର୍ଟର ଫାଇନାଲରେ ଅର୍ଥାତ୍ ନକ୍ଆଉଟ୍ ପର୍ଯ୍ୟାୟରେ ସିଧାସଳଖ ଯୋଗ୍ୟତା ପାଇପାରିବେ । ଏହି ଆଧାରରେ ପୁଲ୍ ଡିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଇଂଲଣ୍ଡ ଦଳକୁ ଶେଷ ଆଠର ଟିକେଟ୍ ମିଳିଛି । ସେପଟେ ଭାରତକୁ ନିଜର ଯୋଗ୍ୟତା ପ୍ରମାଣ କରିବାକୁ ଆଉ ଏକ ପରୀକ୍ଷା ଦେବାର ଦାୟିତ୍ୱ ମିଳିଛି ।


ଅଧିକ ପଢ଼ନ୍ତୁ:-ଭାରତ-ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଦିନିକିଆ ପୂର୍ବରୁ ସାମ୍ନାକୁ ଆସିଲା ବହୁତ ବଡ଼ ଖବର, ରୋହିତ ଶର୍ମାଙ୍କ ଯିବ ଅଧିନାୟକତ୍ୱ!​


ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ୱ, କରାଗଲା ଦଳର ଅଧିନାୟକ


ଅଧିକ ପଢ଼ନ୍ତୁ:-ରେଲୱେ କୋଟି କୋଟି ଯାତ୍ରୀଙ୍କୁ ଦେଲେ ବଡ଼ ଝଟକା, ଟ୍ରେନରୁ ହଟାଗଲା ଜେନେରାଲ କୋଚ, ବର୍ତ୍ତମାନ କରିପାରିବେନି ଯାତ୍ରା!


ହକି ବିଶ୍ୱକପ ନିୟମ ଅନୁଯାୟୀ, ପୁଲରେ ଦୁଇ ନମ୍ବର ଦଳ ଶେଷ ଆଠରେ ପହଞ୍ଚିବା ପାଇଁ ଅନ୍ୟ ପୁଲର ତିନି ନମ୍ବର ଦଳ ସହିତ କ୍ରସଓଭର ମ୍ୟାଚ୍ ଖେଳିବାକୁ ପଡ଼ିବ । ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲରେ ନିଜର ସ୍ଥାନ ସିଲ୍ କରିବାକୁ ଭାରତକୁ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିବାକୁ ପଡିବ । ପୁଲ୍ ସିରେ ନ୍ୟୁଜିଲ୍ୟାଣ୍ଡ ଗ୍ରୁପ୍ ପର୍ଯ୍ୟାୟରେ ଚିଲି ବିପକ୍ଷରେ ମାତ୍ର ଗୋଟିଏ ବିଜୟ ହାସଲ କରିଥିବାବେଳେ ମାଲେସିଆ ଏବଂ ନେଦରଲ୍ୟାଣ୍ଡ ବିପକ୍ଷରେ ପରାଜୟର ଶିକାର ହୋଇଛି ।